ରାଜ କପୁର, ଦିଲ୍ଲିପ କୁମାରଙ୍କ ପୈତୃକ ଘର କିଣିବେ ପାକିସ୍ତାନ ସରକାର

ଇସଲାମାବାଦ,୨୮ ।୯: ପାକିସ୍ତାନର ଖେବର-ପଖତନୱା ଅଞ୍ଚଳରେ ଐତିହାସିକ ସ୍ମାରକର ସଂରକ୍ଷଣ କରିବାକୁ ଯାଇ ସରକାର ଏବେ ବଲିଉଡ୍‌ର ନାମୀ କଳାକାର ଅଭିନେତା ରାଜ କପୁର ଓ ଦିଲ୍ଲିପ କୁମାରଙ୍କ ପୈତୃକ ଘରକୁ କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଉଭୟ କଳାକାରଙ୍କ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏହାପ୍ରାୟ ଧ୍ୱଂସ ହେବାକୁ ଯାଉଛି । ଖେବର-ପଖତନୱା ଅଞ୍ଚଳର ପତ୍ନତତ୍ତ୍ୱ ବିଭାଗ ଏହି ଦୁଇ ପୈତୃକ ଘରକୁ କ୍ରୟ କରିବାକୁ ପର୍ଯ୍ୟାପ୍ତ ଅର୍ଥ ଦେବାକୁ ପ୍ରସ୍ତୁତ ଅଛି ବୋଲି ଜଣାପଡିଛି । ଏହାକୁ ରାଷ୍ଟ୍ରୀୟ ଐତିହ୍ୟ ଘୋଷଣା କରାଯାଇଛି । ଏହି ଦୁଇ କଳାକାରଙ୍କ ଘର ପେଶାୱର ସହରରେ ଅବସ୍ଥିତ । ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଡ. ଅବଦୁସ ସମଦ ଖାଁ କହିଛନ୍ତି ଉଭୟ ଐତିହାସିକ ଭବନର ମୂଲ୍ୟ ନିର୍ଣ୍ଣୟ କରିବାକୁ ପେଶାୱରରର ଡେପୁଟି କମିଶନରଙ୍କ ନିକଟକୁ ଏକ ସରକାରୀ ପତ୍ର ଲେଖାଯାଇଛି । ଯେଉଁଠାରେ ଭାରତ ପାକିସ୍ତାନ ବିଭାଜନ ପୂର୍ବରୁ ବଲିଉଡ୍‌ର ଦୁଇ ମହାନ କଳାକାର ଜନ୍ମଗ୍ରହଣ କରିଥିଲେ । ରାଜକପୁରଙ୍କ ପୈତୃକ ଘର ‘କପୁର ହାୱଲି’ ନାଁରେ ପରିଚିତ ଥିବା ବେଳେ ଏହା କିସା ଖୱାନି ବଜାରରେ ଅବସ୍ଥିତ । ୧୯୧୮ରୁ ୧୯୨୨ ମଧ୍ୟରେ ଏହା ରାଜ କପୁରଙ୍କ ଜେଜେବାପା ଦେୱାନ ବଶେଶ୍ୱରନାଥ କପୁରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ ବର୍ଷ ପୁରୁଣା ପୈତୃକ ଘର ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ । ଏହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ୨୦୧୪ରେ ନୱାଜ ସରିଫ ସରକାର ଏହାକୁ ଜାତୀୟ ଐତିହ୍ୟ ଘୋଷଣା କରିଥିଲେ । କିଛିଦିନ ପୂର୍ବେ ଏହାକୁ ଭାଙ୍ଗି ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ସରକାର କିନ୍ତୁ ଏହାକୁ ସଂରକ୍ଷଣ କରି ରଖିବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଏ । ତେବେ କପୁର ମହଲର ମାଲିକ ଅଲି କାଦର କହିଛନ୍ତି ସେ ସେହି କୋଠାକୁ ଭାଙ୍ଗିବାକୁ ଚାହୁଁ ନାହାଁନ୍ତି । ଏହାର ସଂରକ୍ଷଣ ପାଇଁ ସେ ପ୍ର୍‌ତ୍ନତତ୍ତ୍ୱ ବିଭାଗ ନିକଟରେ ନିବେଦନ କରିଥିବା ଦାବି କରିଛନ୍ତି । ଏହାସହ ଘରର ମାଲିକ ଏହାକୁୁ ସରକାରଙ୍କୁ କ୍ରୟ କରିବାକୁ ୨୦୦ କୋଟି ଟଙ୍କା ଦାବି କରିଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri