ପାକିସ୍ତାନ ଏୟାରବେସ୍‌କୁ କବଜା କଲା ଆମେରିକା? ଚାଞ୍ଚଲ୍ୟକର ଖୁଲାସା

ଇସଲାମବାଦ,୩।୬: ପାକିସ୍ତାନର ପ୍ରଖ୍ୟାତ ସୁରକ୍ଷା ବିଶେଷଜ୍ଞ ଇମ୍ତିଆଜ ଗୁଲଙ୍କ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏକ ସାମାଜିକ ଗଣମାଧ୍ୟମ ଭିଡିଓରେ ସେ ଦାବି କରିଛନ୍ତି ଯେ, ରାୱାଲପିଣ୍ଡିରେ ଅବସ୍ଥିତ ପାକିସ୍ତାନ ବାୟୁସେନାର ନୂର ଖାନ ଏୟାରବେସ ବର୍ତ୍ତମାନ ଆମେରିକାର ନିୟନ୍ତ୍ରଣରେ ରହିଛି। ଗୁଲ କହିଛନ୍ତି, “ନୂର ଖାନ ଏୟାରବେସ ଆମେରିକାର ଅଧୀନରେ ଅଛି, ଏବଂ ପାକିସ୍ତାନ ସେନା ଅଧିକାରୀମାନେ ମଧ୍ୟ ଏହାରେ ହସ୍ତକ୍ଷେପ କରିପାରୁନାହାନ୍ତି।” ଏହି ଦାବି ପାକିସ୍ତାନର ସାର୍ବଭୌମତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇ ବିବାଦ ସୃଷ୍ଟ୍ରି କରିଛି।

ନୂର ଖାନ ଏୟାରବେସ ଇସଲାମାବାଦଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ପାକିସ୍ତାନ ବାୟୁସେନାର ଏକ ପ୍ରମୁଖ କେନ୍ଦ୍ର। ଏହା ସି-୧୩୦ ହରକ୍ୟୁଲିସ ଏବଂ ଆଇଏଲ-୭୮ ମିଡ-ଏୟାର ରିଫ୍ୟୁଏଲର ପରି ପରିବହନ ବିମାନ ସ୍କୱାଡ୍ରନର ଆଧାର ସ୍ଥଳ ଭାବେ କାର୍ଯ୍ୟ କରେ। ଏହା ବେନଜୀର ଭୁଟ୍ଟୋ ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନର ମଧ୍ୟ କେନ୍ଦ୍ର।

ଗୁଲଙ୍କ ଅନୁସାରେ, ଆମେରିକୀୟ ବିମାନଗୁଡ଼ିକ ଏହି ଏୟାରବେସରେ ନିୟମିତ ଅବତରଣ କରୁଛି, କିନ୍ତୁ ସେଗୁଡ଼ିକ କ’ଣ ବୋହୁଛି, ତାହାର କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଏହି ଗୋପନୀୟତା ପଛରେ କାରଣ କ’ଣ। ଏହି ଅଭିଯୋଗ ପାକିସ୍ତାନରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ବିଦେଶୀ ପ୍ରଭାବ ନେଇ ଆଲୋଚନା ତୀବ୍ର ହୋଇଛି।

ଏହି ଏୟାରବେସ ନିକଟରେ ପାକିସ୍ତାନ ସେନାର ମୁଖ୍ୟାଳୟ ଏବଂ ପାରମାଣବିକ ଅସ୍ତ୍ରଶସ୍ତ୍ର ତଦାରଖ କରୁଥିବା ସ୍ଟ୍ରାଟେଜିକ ପ୍ଲାନ୍ସ ଡିଭିଜନ ଅବସ୍ଥିତ, ଯାହା ଏହାର ରଣନୀତିକ ମହତ୍ତ୍ୱକୁ ଆହୁରି ବୃଦ୍ଧି କରେ। ପାକିସ୍ତାନ ସେନା କିମ୍ବା ଆମେରିକା ସରକାରଙ୍କ ତରଫରୁ ଏହି ଦାବି ସମ୍ପର୍କରେ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

ଏହା ପୂର୍ବରୁ, ୨୦୨୫ ମେ ମାସରେ ଭାରତୀୟ ବାୟୁସେନାର ‘ଅପରେସନ ସିନ୍ଦୁର’ ଅଧୀନରେ ନୂର ଖାନ ଏୟାରବେସ ଉପରେ ଆକ୍ରମଣ କରାଯାଇଥିଲା। ଗୁଲଙ୍କ ଏହି ଦାବି ଦକ୍ଷିଣ ଏସିଆରେ ଭୂ-ରାଜନୈତିକ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଏହାର ପରିଣାମ କ’ଣ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡିଆସୁଛି ବାତ୍ୟା: ଏହି ତାରିଖ ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର, ୧୩।୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ…

‘ମୁଁ ଜଣେ ଖରାପ ଲୋକ…,’ ଏନଭିଡିଆ (Nvidia) ରୁ ଇସ୍ତଫା ଦେବାର ଶେଷ ମୁହୂର୍ତ୍ତରେ ନିଜକୁ ଏମିତି ନିନ୍ଦା କଲେ ଜେନସନ ହୁଆଙ୍ଗ

ଓ୍ବାଶିଂଟନ,୧୩।୧୧: ଏନଭିଡିଆର ସିଇଓ ଭାବରେ ଜେନସେନ ହୁଆଙ୍ଗଙ୍କ କାର୍ଯ୍ୟକାଳର ଶେଷ ଘଣ୍ଟା କ୍ଳାନ୍ତି, ଇସ୍ତଫା ଏବଂ ପରାଜୟର ଭାବନା ଦ୍ୱାରା ଚିହ୍ନିତ ହୋଇଥିଲା। ତାଙ୍କର ଆଚରଣ ମଧ୍ୟ…

ଦୁଇଟି ବିଲ ପାସ୍‌ କରିବା ପାଇଁ କେତେ ଭୋଟ ଆବଶ୍ୟକ? ସଂସଦରେ ସରକାରଙ୍କ ପାଖରେ କେତେ କ୍ଷମତା ରହିଛି? ଜାଣନ୍ତୁ ନମ୍ବର ଗେମ

ନୂଆଦିଲ୍ଲୀ,୧୩।୧୧: କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଏକ ସଂକ୍ଷିପ୍ତ ସ୍ବତନ୍ତ୍ର ଅଧିବେଶନ ଡାକିବା ବିଷୟରେ ବିଚାର କରୁଛନ୍ତି। ଏହି ସ୍ବତନ୍ତ୍ର ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ…

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର, ଟ୍ରେନ୍‌ରେ ବନ୍ଦ ହୋଇଯିବ RAC ଟିକେଟ୍‌!

ନୂଆଦିଲ୍ଲୀ,୧୩ା୧୧: ଟ୍ରେନ୍‌ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍‌ ବ୍ୟବସ୍ଥାରେ…

ୱିଲ ୟଙ୍ଗଙ୍କ ଜବରଦସ୍ତ ଶତକ: ଭାରତକୁ ବିଶାଳ ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଟିମ ଇଣ୍ଡିଆ ସମ୍ମୁଖରେ ୩୩୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଗୋଟିଏ ସମୟରେ ନ୍ୟୁଜିଲାଣ୍ଡ…

ଡେବ୍ୟୁ ମ୍ୟାଚ୍‌ରେ ଚହଳ ପକାଇଲେ ଏହି ୨୧ ବର୍ଷୀୟ ବୋଲର୍‌: ମାତ୍ର ୨୮ ବଲ୍‌ରେ କଲେ କମାଲ୍‌

ପର୍ଥ,୧୩।୧୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୨୧ ବର୍ଷୀୟ ଯୁବ ଦ୍ରୁତ ବୋଲର ମାହଲି ବିୟର୍ଡମ୍ୟାନ ନିଜ ଡେବ୍ୟୁ ମ୍ୟାଚ୍‌ରେ…

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ନୂଆଦିଲ୍ଲୀ,୧୩।୧୧: ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?