Posted inଜାତୀୟ

ପଞ୍ଜାବ ସୀମାରେ ପାକିସ୍ତାନର ‘ମେଡ୍‌ ଇନ୍‌ ଚାଇନା’ ଡ୍ରୋନ୍‌…

ଚଣ୍ଡିଗଡ଼, ୧୮।୧୨: ପଞ୍ଜାବର ଫେରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନକୁ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ବିଏସଏଫ ଅନୁଯାୟୀ, ଏହି ଡ୍ରୋନ ପାକିସ୍ତାନ ପଟୁ ଆସିଥିବାବେଳେ ଏହା ଉପରେ ମେଡ ଇନ ଚାଇନାରେ ଲେଖାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ସୂଚନା ପାଇବା ମାତ୍ରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ।

ବିଏସଏଫ ପକ୍ଷରୁ କୁହାଯାଇଛି ଯେ, ଉମରକୋଟରେ ସୀମା ପୋଷ୍ଟରେ ପାଟ୍ରୋଲିଂ କରୁଥିବା ଏକ ଦଳ ରାତି ଶୁକ୍ରବାର ରାତି ପ୍ରାୟ ୧୧ଟା ୧୦ରେ ଶବ୍ଦ ଶୁଣିଥିଲେ। ଏହା ପରେ ସେମାନେ ଏକ ହେକ୍ସାକ୍ୟାପ୍ଟର ଡ୍ରୋନ କମ ଉଚ୍ଚତାରେ ଉଡୁଥିବା ଦେଖିବାକୁ ପାଇଥିଲେ। ଏହି ଡ୍ରୋନ ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୩୦୦ ମିଟର ଏବଂ ବିଏସ୍‌ ଏଫ୍‌ ପୋଷ୍ଟଠାରୁ ୧୫୦ ମିଟର ଦୂରରେ ଥିଲା। ବିଏସଏଫ ଯବାନ ଏହାକୁ ଖସାଇ ଦେଇଥିଲେ।

ବିଏସଏଫ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଡିସେମ୍ବର ୧୭ ରାତିରେ ବର୍ଡର ଆଉଟ ପୋଷ୍ଟର ଆଲର୍ଟ କର୍ମଚାରୀମାନେ ଏକ ଡ୍ରୋନକୁ ଚିହ୍ନଟ କରି ଗୁଳି ଚଳାଇଥିଲେ। ଏହି ଡ୍ରୋନ ସୀମା ସୁରକ୍ଷା ଏନକ୍ଲୋଜରରେ ଥିଲା। ଉଚ୍ଚ ପଦାଧିକାରୀଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି। ବିଏସଏଫ ଯବାନମାନେ ପୁଣି ଏକ ସୀମା ପାର ଅନୁପ୍ରବେଶକୁ ପଣ୍ଡ କରିଛନ୍ତି।

ଜଣେ ଅଧିକାରୀ କହିଛନ୍ତି ଯେ ଏହି ଡ୍ରୋନ୍‌ ନିଶା କିମ୍ବା ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ଏହି ଡ୍ରୋନ ବ୍ୟବହୃତ କରାଯାଉଥିଲା କି ନାହିଁ ତାହା ଜାଣିବାକୁ ବିଏସଏଫ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

ଭିଜିଲାନ୍ସ ଜାଲରେ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଭବାନୀପାଟଣା,୧୯।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ। ମଙ୍ଗଳବାର ସକାଳୁ ସକାଳୁ କଳାହାଣ୍ଡି ଜିଲା ଧର୍ମଗଡ଼ ପିଡବ୍ଲୁଡି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଟ୍ରମ୍ପଙ୍କ ୟୁଟର୍ନକୁ ଦେଖି କଡ଼ା ଜବାବ ଦେଲା ଇରାନ

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ମୁହୂର୍ତ୍ତରେ ଇରାନ ଉପରେ ପ୍ରସ୍ତାବିତ ଆକ୍ରମଣକୁ…

ତୃଷାର୍ତ୍ତକୁ ପାଣି ମନା

ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ଏକ ଗ୍ରାମରେ ଜଣେ ୧୬ ବର୍ଷୀୟ ଦଳିତ ବାଳକ କ୍ଷେତରେ କାମ କରୁଥିଲେ। ଘଟଣାଟି ୨ ମେ’ର। ତାଙ୍କୁ ଅତ୍ୟଧିକ ଶୋଷ ଲାଗିବାରୁ…

ବ୍ରହ୍ମପୁରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ପୋଲିସକୁ ଖାତିର ନ କରି ଅପରାଧୀମାନେ ପୁଣି ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୋମବାର ରାତି ୯ଟାରେ ବିଜିପୁରର…

ଇରାନ ସହ ଯଦି କୌଣସି ଚୁକ୍ତି ନ ହୁଏ, ତେବେ କ’ଣ କରିବେ ଟ୍ରମ୍ପ? ସେନାକୁ ଦେଲେ ଏମିତି ନିର୍ଦ୍ଦେଶ

ଓ୍ବାଶିଂଟନ,୧୯।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମଙ୍ଗଳବାର ହେବାକୁ ଥିବା ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣକୁ ସେ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି, କାରଣ…

ପ୍ରଧାନଶିକ୍ଷକଙ୍କ ଅନୁରୋଧ କ୍ରମେ ବଦଳିଲା ନିଷ୍ପତ୍ତି, ବଢ଼ିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ଫର୍ମ ପୂରଣ ଅବଧି

କଟକ,୧୮।୫(କାର୍ତ୍ତିକ ସାହୁ): ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଚଳିତବର୍ଷର ମାଟ୍ରିକ୍‌ ସପ୍ଲିମେଣ୍ଟାରି (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ଓ ରାଜ୍ୟ ମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri