ପାକିସ୍ତାନର ଷଡ଼ଯନ୍ତ୍ର ପଣ୍ଡ : ବିସଏଫ ଦ୍ୱାରା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଚଣ୍ଡିଗଡ଼,୨୯।୧୧ : ପଞ୍ଜାବରେ ପାକିସ୍ତାନର ଷଡଯନ୍ତ୍ରକୁ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀମାନେ ଲଗାତାର ପଣ୍ଡ କରୁଛନ୍ତି। ସମ୍ପ୍ରତି ଅମୃତସର ପୋଲିସ ଏବଂ ବିଏସଏଫ ପଞ୍ଜାବର ଫିରୋଜପୁରର ଡୋନା ତେଲୁମାଲ ଆଉଟପୋଷ୍ଟ ନିକଟସ୍ଥ ଅନ୍ତର୍ଜାତୀୟ ସୀମାରୁ ପାଞ୍ଚଟି ରାଇଫଲ, ପାଞ୍ଚଟି ପିସ୍ତଲ ଏବଂ ନଅ ମାଗାଜିନ୍‌ ଉଦ୍ଧାର କରିଛନ୍ତି।

ଏହି ସମସ୍ତ ସାମଗ୍ରୀ ଏକ ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା। ଏହାକୁ ପାକିସ୍ତାନୀ ଚୋରା ଚାଲାଣକାରୀମାନେ ଲୁଚାଇ ରଖିଥିଲେ। ସୂଚନାଯୋଗ୍ୟ ଯେ ଏସଟିଏଫ ଅମୃତସରରୁ ଆଠଟି ପିସ୍ତଲ, ୧୪ ଟି ମାଗାଜିନ ଏବଂ 63 ଟି କାର୍ଟ୍ରିଜ ନେଇ ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଫିରୋଜପୁରରୁ ଏହି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଗୁପ୍ତ ସୂତ୍ର ଅନୁଯାୟୀ ଅମୃତସର ପୋଲିସ ଚୋରା ଚାଲାଣକାରୀ ପରମଜଜିତଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ହିରୋଇନ ସହିତ ଗିରଫ କରିଛି। ପଚରାଉଚରା ବେଳେ ସେ କହିଥିଲେ ଯେ ବିଏସଏଫର ଡୋନା ଟେଲୁମାଲ ଆଉଟପୋଷ୍ଟ ନିକଟରେ ସୀମାନ୍ତ ବାଡ଼ର ଗେଟ ନମ୍ବର ୧୯୫ ନିକଟରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ବ୍ୟାଗ ଲୁଚାଇ ରଖାଯାଇଛି। ମଙ୍ଗଳବାର ପୋଲିସ ବିଏସଏଫ ବାଟାଲିୟନ-୧୩୬ ସହିତ ବଡର ପୋର୍ଷ୍ଟରେ ଥିବା ଫାର୍ମରୁ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଏକ ବ୍ୟାଗ ଉଦ୍ଧାର କରିଛି।

ବ୍ୟାଗରୁ ପାଞ୍ଚଟି ଆକ୍ରମଣକାରୀ ରାଇଫଲ, ପାଞ୍ଚଟି ପିସ୍ତଲ ଏବଂ ନଅ ମାଗାଜିନ ଉଦ୍ଧାର କରାଯାଇଛି। ଅମୃତସର ପୋଲିସ ଉକ୍ତ ଅସ୍ତ୍ରକୁ ସାଙ୍ଗରେ ନେଇଛି। ଶୀତ ଆରମ୍ଭ ହେବା ସହିତ ଘନ କୁହୁଡି ଆରମ୍ଭ ହୋଇଯାଇଛି। କୁହୁଡ଼ି ଯୋଗୁ ସୀମାପାର ଚୋରା ଚାଲାଣକାରୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବିଏସଏଫ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଓଲଟା ଗଣତି ଆରମ୍ଭ

ଇସଲାମାବାଦ,୩୧ ।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ବହୁମତ ହରାଇ ସାରିଛନ୍ତି । ହେଲେ ଗାଦି ଛାଡୁ ନାହାନ୍ତି...

ସମୁଦ୍ର ଗର୍ଭରେ ବୋମା ପରୀକ୍ଷଣ

ବେଜିଂ, ୨୭ା୧୦: ସୀମା ବିସ୍ତାର କରିବାକୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଚାଇନା ଏବେ ଅନ୍ୟଦେଶ ବନ୍ଦରକୁ ନଷ୍ଟ କରିବା ନିମନ୍ତେ କ୍ଷମତା ବୃଦ୍ଧି କରିଛି। ଚାଇନା...

ଟ୍ରମ୍ପଙ୍କ ଚୌକି ହଟାଇବାକୁ ଚାହୁଁଛି ଚାଇନା, ଜାଣନ୍ତୁ କାହିଁକି

ବେଜିଂ,୮ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଥରେ କ୍ଷମତା ପାଇବେ କି ନାହିଁ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ...

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ...

ପଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ହଟାଅ

ନୂଆଦିଲ୍ଲୀ,୭ା୬(ପି.ଟି./ଆଇଏଏନ୍‌ଏସ୍‌): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ମାସେ ହେଲା ଅଚଳାବସ୍ଥା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ପ୍ରଥମ ବଡ଼ ପଦକ୍ଷେପ ସ୍ବରୂପ ଶନିବାର...

ଚିଲି ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ବଢିଲା ତାପମାତ୍ରା, ୭୫୦ ହେକ୍ଟର ବନସମ୍ପଦ ପୋଡି ପାଉଁଶ

ଚିଲି,୩ ।୨: ଚିଲିରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପାଖାପାଖି ୭୫୦ ହେକ୍ଟରରୁ ଅଧିକ ଅଞ୍ଚଳରେ ଥିବା ବନ୍ୟ ସମ୍ପଦ ନଷ୍ଟ ହୋଇଯାଇଛି । ନିଆଁର...

ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍‌ ସୈନ୍ୟ

କ୍ୱିଭ,୧।୩: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି...

ଥରିଲା ଇଣ୍ଡୋନେସିଆ, ୪ ମୃତ

ଜାକର୍ତ୍ତା,୯ା୨: ତୁର୍କୀରେ ସବୁଠାରୁ ଭୟଙ୍କର ଭୂକମ୍ପ ହୋଇ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଗୁରୁବାର ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ...

Advertisement
Archives

Model This Week