ପଠାନକୋଟ୍‌ରେ ପାକିସ୍ତାନର ମିସାଇଲ ମାଡ, ଭାରତର ୧୧ଟି ସ୍ଥାନରେ…

ନୂଆଦିଲ୍ଲୀ,୯।୫: ଭାରତର ୧୧ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ। ଶୁକ୍ରବାର ରାତି ୯ଟାରେ ପାକିସ୍ତାନ କରିଛି ଆଟାକ୍‌। ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରବଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା।

India Pakistan War ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ପୁଣି ଥରେ ଏଲଓସିରେ ଗୁଳିମାଡ଼ ଆରମ୍ଭ କରିଛି। ଜମ୍ମୁର ଅନେକ ସ୍ଥାନରେ ପୁଣି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଜମ୍ମୁ, ସାମ୍ବା, ପଠାନକୋଟ ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଥିଲା। ଫିରୋଜପୁର, ପଠାନକୋଟ ସୀମାରେ ପାକିସ୍ତାନରୁ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ଆକାଶ ମାର୍ଗରେ ଧ୍ୱଂସ କରାଯାଇଥିଲା।

ଜମ୍ମୁ ଓ କଶ୍ମୀରରେ ପୁଣି ବଡ଼ ଡ୍ରୋନ ଆଟାକ୍‌ କରିଛି ପାକିସ୍ତାନ। ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ଅତି କମରେ ଦୁଇଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।

India Pakistan Attack ସୂଚନା ଅନୁଯାୟୀ, ପାକିସ୍ତାନ ସୈନ୍ୟ ଶୁକ୍ରବାର ରାତିରେ ଜମ୍ମୁର ସାତୱାରୀ, ସାମ୍ବା, ଆରଏସ ପୁରା ଓ ଅର୍ନିଆ ଅଞ୍ଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣର ଚେଷ୍ଟା କରିଛନ୍ତି। ଏହି ଆକ୍ରମଣ ମୁଖ୍ୟତଃ ଜମ୍ମୁ ବିମାନବନ୍ଦର ଓ ଅନ୍ୟାନ୍ୟ ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇଛି। ତେବେ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏହାକୁ ସଫଳତାର ସହ ବିଫଳ କରିଛି। ଏହି ଘଟଣା ପରେ ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି ଏବଂ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଯାଇଛି।

India Pakistan Attack ପୁଣିଥରେ, ପାକିସ୍ତାନ ଦ୍ୱାରା ସୀମା ପାରରୁ ଅସ୍ତ୍ରବିରତି ଉଲ୍ଲଂଘନର ନୂତନ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ ଉରି ସେକ୍ଟରରେ ପ୍ରବଳ ଗୁଳିବର୍ଷା ଆରମ୍ଭ କରିଦେଇଛି ପାକିସ୍ତାନ, ଯାହା ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଏହା ପରେ, ପାକିସ୍ତାନ ପୁଞ୍ଚ ଏବଂ କୁପୱାଡା ସେକ୍ଟରରେ ମଧ୍ୟ ସୀମା ପାର କରି ଗୁଳି ଚଳାଇଛି । ସୀମା ଆରପାରିରୁ ମୋର୍ଟାର ମାଡ଼ କରାଯାଇଛି । ସେନା ସୂତ୍ର ଅନୁଯାୟୀ, ପାକିସ୍ତାନ ଦ୍ୱାରା ଜାଣିଶୁଣି ସାଧାରଣ ନାଗରିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଉଛି ।

India Pakistan Attack ଜମ୍ମୁ ବିମାନବନ୍ଦରର ସାଇରନ୍ ବାଜିବା ପରେ, ଅଞ୍ଚଳରେ ଏକ ପ୍ରକାରର ଭୟର ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ଶୀଘ୍ର ସେମାନଙ୍କର ଦୋକାନ ବନ୍ଦ କରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଜୌରୀ ଜିଲ୍ଲାର ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ତାରିଖ, ୨୭ ନୁହେଁ …

ଭୁବନେଶ୍ୱର, ୨୩ା୫(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ଆସନ୍ତା ୨୭ ପରିବର୍ତ୍ତେ ୨୬ ତାରିଖରେ କରିବାକୁ ନିଷ୍ପତ୍ତି...

ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେଉଁ ତାରିଖରେ…

ଭୁବନେଶ୍ୱର, ୨୩ା୫ (ଅନୁରାଧା ମହାରଣା)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁନ୍‌ ୨୫ ଓ ୨୬ ତାରିଖରେ...

‘ଅଫିସ ପରେ ଖୋଲି ହେବ, ପ୍ରଥମେ ଜୀବନ ବଞ୍ଚାଅ’..ଭାରତର ଘନ ଘନ ଆକ୍ରମଣ ପରେ…

ନୂଆଦିଲ୍ଲୀ,୨୩।୫: ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନାର ଆକ୍ରମଣ ପାକିସ୍ତାନୀ ସେନାରେ ଆତଙ୍କ ସୃଷ୍ଟି କରିଥିଲା। ଏହି ସମୟରେ ପାକିସ୍ତାନୀ ସେନାରେ ହେଉଥିବା ଆଲୋଚନାର ଅନେକ...

ସହଜରେ ପାକିସ୍ତାନକୁ ଛାଡ଼ିବନି ଭାରତ, FATFର ଓ୍ବାଚ୍‌ ଲିଷ୍ଟରେ ରଖିବା ପାଇଁ ଦେବ ବଳିଷ୍ଠ ପ୍ରମାଣ 

ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଏକ ଧ୍ୱସ୍ତ କରିଥିଲା ଭାରତ।  ଏବେ ପୁଣି ନିଜର କବଜାକୁ ଆହୁରି କଠୋର କରିବାକୁ...

ରାତି ହେଉ ହେଉ ପାକ୍‌ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ, କାନ୍ଦିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୩।୫: ଏପ୍ରିଲ 2025 ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ଭାରତ ପଶ୍ଚିମ ନଦୀଗୁଡ଼ିକର ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଏକ...

ଇଣ୍ଡିଗୋ ବିମାନକୁ ଛାଡ଼ି ନ ଥିଲା ପାକିସ୍ତାନ, ଏବେ ମୋଦି ନେଲେ ବଡ଼ ଆକ୍ସନ !

ନୂଆଦିଲ୍ଲୀ,୨୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରେ ଅନେକ କଟକଣା ଲାଗୁ କରାଯାଇଛି। ଏବେ ପାକିସ୍ତାନୀ ବିମାନର ଏଣ୍ଟ୍ରିକୁ ୨୦୨୫ ଜୁନ...

ମଝି ଆକାଶରେ ୨୦୦ଲୋକଙ୍କୁ ମାରିଦେଇଥାନ୍ତା ପାକିସ୍ତାନ, ଏବେ ଭାରତ ଦେବ କଡ଼ା ଜବାବ!

ନୂଆଦିଲ୍ଲୀ,୨୩।୫: ମେ ୨୧ ତାରିଖରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଏକ ଭୟଙ୍କର ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲା। ପାଇଲଟ ଲାହୋର ATC...

ହଠାତ ଅଧିନାୟକ ବଦଳାଇଲା RCB, ଏବେ ଏହି ଖେଳାଳି…

ନୂଆଦିଲ୍ଲୀ,୨୩।୫: IPL ୨୦୨୫ର ୬୫ତମ ମ୍ୟାଚ୍‌ରେ RCB ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବଡ଼ ଖବର ଥିଲା ଯେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri