ଟିକ୍‌ଟକ୍‌ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି

ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍‌ ଧମାଲ ମଚାଇଛି। ଟିକଟକ୍‌ରେ ଫଲୋଅର୍ସ ବଢାଇବା ପାଇଁ ୟୁଜର୍ସ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି। ଏହିପରି ଜଣେ ଦମ୍ପତି ଏମିତି ଏକ ଭିଡିଓ ଛାଡି ଚର୍ଚ୍ଚାର ପରସରକୁ ଆସିଛନ୍ତି। ଫଲୋଅର୍ସ ବଢାଇବା ପାଇଁ ଜଣେ ମହିଳା ସ୍ବାମୀଙ୍କ ମୃତ୍ୟୁର ଏକ ନକଲି ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରି ଏହାକୁ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାଦ୍ୱାରା ମହିଳାଙ୍କ ଫଲୋଅର୍ସ ତ ବଢି ନ ଥିଲା ଲୋକେ ସହାନୁଭୂତି ଦେଖାଇବା ପାଇଁ ତାଙ୍କ ଘରେ ପହଞ୍ଚିବା ଆରମ୍ଭ କରିଥିଲେ। ଏହାପରେ ପ୍ରକୃତ ରହସ୍ୟ ପଦାକୁ ଆସିଥିଲା। ଟିକ୍‌ଟକ୍‌ ଷ୍ଟାର ଆଦିଲ ରାଜପୁତ ନିଜ ସ୍ତ୍ରୀ ଫରାହଙ୍କ ସହ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରୁଥିଲେ। ଆଦିଲଙ୍କ ଟିକ୍‌ଟକ୍‌ରେ ୨୬ ଲକ୍ଷ ଫଲୋଅର୍ସ ଅଛନ୍ତି। ତେଣୁ ଆଦିଲଙ୍କ ନକଲି ମୃତ୍ୟୁ ଭିଡିଓ ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା। ଆଦିଲଙ୍କ ଆକାଉଣ୍ଟରୁ ତାଙ୍କ ସ୍ତ୍ରୀ ନକଲି ମୃତ୍ୟୁ ଭିଡିଓ ଶେୟାର କରିଥିଲେ। ଭିଡିଓରେ ଫରାହ କାନ୍ଦି କାନ୍ଦି ସ୍ବାମୀଙ୍କ ମୃତ୍ୟୁ ଖବର ଜଣାଇଥିଲେ। ଏହାଦେଖିରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। କିଛି ମସଜିଦ୍‌ରେ ମଧ୍ୟ ଆଦିଲଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଘୋଷଣା କରାଯାଇଥିଲା। ସମ୍ପର୍କୀୟ ଏବଂ ପ୍ରଶଂସକମାନେ ଘରେ ପହଞ୍ଚିବା ପରେ ସତ୍ୟ ପ୍ରକାଶ ପାଇଲା। ଏବେ ଲୋକେ ଫରାହଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri