‘ବିପର୍ଯ୍ୟୟ’ର ଅପଡେଟ ଦେଉ ଦେଉ ପାଣିକି ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର

ଇସଲାମାବାଦ,୧୫।୬: ଆରବ ସାଗରରେ ଆସୁଥିବା ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଗୁରୁବାର ପାକିସ୍ତାନରେ ବହୁ କ୍ଷତି ଘଟାଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏଭଳି ପରିସ୍ଥିତିରେ ସାରା ବିଶ୍ୱରେ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏହି ଖବର ଉପରେ ନଜର ରଖିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ଖବରଦାତାଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଖବରଦାତାଙ୍କ ଭାଇରାଲ ରିପୋର୍ଟର ଷ୍ଟାଇଲକୁ ଚାନ୍ଦ ନବାବଙ୍କ ସହ ଯୋଡି ଦେଇଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମଳିଛି ଜଣେ ପାକିସ୍ତାନୀ ଖବରଦାତା ସାଇକ୍ଲୋନ ବିପର୍ଯ୍ୟୟ ଉପରେ ରିପୋର୍ଟ କରୁଛନ୍ତି। ଏହି ରିପୋର୍ଟ ସମୟରେ ସେ ଝଡ଼ ସୃଷ୍ଟି କରିଥିବା ବିପଦ ବିଷୟରେ କହୁଛନ୍ତି।
ଆଶ୍ଚର୍ଯ୍ୟ ସେତେବେଳେ ଲାଗିଲା ଯେତେବେଳେ ଖବରଦାତା ଜଣକ ରିପୋର୍ଟିଂ କରୁ କରୁ ପାଣିକୁ ଡେଇଁ ପଡିଲେ। ତେବେ ପାଣି ଭିତରକୁ ଯିବା ପରେ ମଧ୍ୟ ପାକିସ୍ତାନୀ ଖବରଦାତା ରିପୋର୍ଟିଂବନ୍ଦ କରନ୍ତି ନାହିଁ। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସେ ପାଣିରେ ବୁଡ଼ ପକାଇ ଗଭୀରତା ବିଷୟରେ କହୁଛନ୍ତି। ଭାଇରାଲ ଭିଡିଓରେ ସାମ୍ବାଦିକ ତାଙ୍କ ନାମ ଅବଦୁର ରହମାନ ଦେଉଛନ୍ତି।
ସୂଚନାଯୋଗ୍ୟ, ସାଇକ୍ଲୋନିକ ଷ୍ଟର୍ମ ବିଷୟରେ ପାକିସ୍ତାନରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସିନ୍ଧ ପ୍ରଦେଶର ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାକିସ୍ତାନର ଜଳବାୟୁ ଶକ୍ତି ମନ୍ତ୍ରୀ ଶେରି ରେହମାନ କହିଛନ୍ତି ଯେ ଗୁରୁବାର ଦିନ ସାଇକ୍ଲୋନିକ ଷ୍ଟର୍ମ ବିପର୍ଯ୍ୟୟ ସିନ୍ଧର କେଟି ବନ୍ଦରରେ ଲ୍ୟାଣ୍ଡଫଲ କରିପାରେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri