Posted inଖେଳ

‘ପାକିସ୍ତାନ ଆସିବ ତ ଭାରତର…’, ବିରାଟ କୋହଲିଙ୍କୁ ନିମନ୍ତ୍ରଣ ଦେଲେ ସାହିଦ ଆଫ୍ରିଦି, ଅବସରକୁ ନେଇ ବି କହିଲେ ବଡ କଥା

ନୂଆଦିଲ୍ଲୀ/ଇସଲାମାବାଦ,୧୧।୭: ଭାରତ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେଇଛନ୍ତି। ବର୍ତ୍ତମାନ ସମସ୍ତଙ୍କ ଆଖି ଆସନ୍ତା ବର୍ଷର ଚାମ୍ପିଅନ୍ସ ଟ୍ରଫି (ଚାମ୍ପିଅନ୍ସ ଟ୍ରଫି ୨୦୨୫) ଉପରେ ରହିଛି, ଯେଉଁଥିରେ ବିରାଟ କୋହଲିଙ୍କୁ ଓ୍ବାନ ଡେ’ ଫର୍ମାଟରେ ଖେଳିବେ। ଯେହେତୁ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଭାରତ ସରକାର ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି। କିନ୍ତୁ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗି କହିଛନ୍ତି ଯେ ବିରାଟ କୋହଲି ପାକିସ୍ତାନ ଆସିବା ପରେ ସେ ଭାରତର ଆତିଥ୍ୟ ଭୁଲିଯିବେ।

ଏକ ମିଡିଆ ସାକ୍ଷାତକାରରେ ସାହିଦ ଆଫ୍ରିଦି ଅନେକ ବିଷୟରେ କହିଥିଲେ। ପାକିସ୍ତାନକୁ ଖେଳିବାକୁ ଆସିବାକୁ ନେଇ ସେ ବିରାଟ କୋହଲିଙ୍କ ବିଷୟରେ କହିଛନ୍ତି, ‘ମୁଁ କହିବି ଯେ ବିରାଟ କୋହଲି ଭାରତରେ ଯେଉଁ ଭଲପାଇବା ପାଇଛନ୍ତି, ଯଦି ସେ ଏଠାକୁ ଆସନ୍ତି ତେବେ ସେ ଭାରତର ଆତିଥ୍ୟକୁ ଭୁଲିଯିବେ। ଲୋକଙ୍କ ମଧ୍ୟରେ ବିରାଟ କୋହଲିଙ୍କ ପାଇଁ ବହୁତ କ୍ରେଜ ଅଛି ଓ ସେମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି। ବିରାଟ ମଧ୍ୟ ମୋର ପ୍ରିୟ ଖେଳାଳି।
ସାହିଦ ଆଫ୍ରିଦି ଏହା ମଧ୍ୟ କହିଛନ୍ତି ଯେ ବିରାଟ କୋହଲି ନିଜର ଏକ କ୍ଲାସରେ ଅଛନ୍ତି କିନ୍ତୁ ସେ ଟି -୨୦ କ୍ରିକେଟରୁ ଅବସର ନେବା ଉଚିତ୍‌ ନୁହେଁ। ଆଫ୍ରିଦିଙ୍କ ଅନୁଯାୟୀ, ବିରାଟ ତଥାପି ଛୋଟ ଫର୍ମାଟରେ ଖେଳିବା ଜାରି ରଖିପାରନ୍ତି କାରଣ ସେ ପ୍ରତିଦିନ ଫର୍ମ, ଫିଟ ଏବଂ ଟ୍ରେନିଂରେ ଅଛନ୍ତି। ଏଥି ସହିତ, ବିରାଟଙ୍କ ଉପସ୍ଥିତିରେ ସେ ଯୁବକମାନଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିପାରନ୍ତି କାରଣ ସମସ୍ତ ଯୁବ ଖେଳାଳିଙ୍କ ଏକ ଦଳକୁ ଶୀର୍ଷ ସ୍ତରରେ ଏକାଠି କରିବା କଷ୍ଟକର ହେବ। ଆଫ୍ରିଦି ବିଶ୍ୱାସ କରନ୍ତି ଯେ ବିରାଟ ଯୁବକମାନଙ୍କୁ ବହୁତ କିଛି ଶିକ୍ଷା ଦେଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?