ପାକିସ୍ତାନ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କଲେ ଭାରତୀୟ ହ୍ୟାକର୍ସ: ତ୍ରିରଙ୍ଗା ଉଡାଇ ଲେଖିଲେ ଏପରି କିଛି

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଭାରତୀୟ ହ୍ୟାକରମାନେ ପୁଣିଥରେ ପାକିସ୍ତାନୀ ୱେବ୍‌ସାଇଟକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ହ୍ୟାକର୍ସମାନେ ପାକିସ୍ତାନର ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ କରିଥିଲେ। ‘ଇଣ୍ଡିଆନ ସାଇବର ଟ୍ରୁପ’ ନାମ ଥିବା ହ୍ୟାକର୍‌ମାନେ ୱେବସାଇଟ୍‌ରେ ଭାରତୀୟ ସ୍ବାଧୀନତା ଦିବସର ବାର୍ତ୍ତା ଲେଖି ପାକିସ୍ତାନକୁ ଅଭିନନ୍ଦନ ଜଣାଇଥିଲେ। ତେବେ କିଛି ସମୟ ପରେ ୱେବସାଇଟ ପୁନର୍ବାର ପୂର୍ବାବସ୍ଥାକୁ ଫେରିଥିଲା।

ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହେବାର ଏକ ଭିଡିଓ ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ନିଜ ଟୁଇଟର ପୃଷ୍ଠାରେ ଶେୟାର କରିଛନ୍ତି। ଏଥିରେ ବିଶ୍ୱବିଦ୍ୟାଳୟ ୱେବସାଇଟର ସ୍କ୍ରିନସଟ୍‌ ରହିଛି। ସେଥିରେ ଭାରତୀୟ ହ୍ୟାକର୍ସମାନେ ଲେଖିଛନ୍ତି, ‘ହ୍ୟାକ୍ଡ ବାଇ ଇଣ୍ଡିଆନ୍‌ ସାଇବର ଟ୍ରୁପ୍ସ’। ଏଥିସହ ୱେବସାଇଟରେ ଏକ ତ୍ରିରଙ୍ଗା ଲଗାଇ ତଳେ ଭଗବାନ ରାମଙ୍କ ଫଟୋ ରଖିଥିଲେ। ହ୍ୟାକରମାନେ ଫଟୋ ତଳେ ଲେଖିଛନ୍ତି, ‘ରାମଲାଲା ଆମେ ଆସିବୁ, କରାଚି ଏବଂ ଲାହୋରରେ ମଧ୍ୟ ମନ୍ଦିର ନିର୍ମାଣ କରିବୁ।’ ପରବର୍ତ୍ତୀ ବାର୍ତ୍ତାରେ ଏହା କୁହାଯାଇଛି, ’ହଜାର ହଜାର ଲୋକଙ୍କ ବଳିଦାନ ହେତୁ ଆମ ଦେଶ ଆଜି ଏହି ଦିନ ପାଳନ କରୁଛି। ସେମାନଙ୍କର ବଳିଦାନ ଭୁଲି ପାରିବୁ ନାହିଁ। ସ୍ବାଧୀନତା ଦିବସର ଶୁଭେଚ୍ଛା। ’

ଭାରତୀୟ ହ୍ୟାକରମାନେ ପାକିସ୍ତାନ ୱେବସାଇଟକୁ ହ୍ୟାକ କରବାର ଏହା ପ୍ରଥମ ଘଟଣା ନୁହେଁ। ୨୦୧୭, ୨୦୧୮ ରେ, ସ୍ବାଧୀନତା ଦିବସ ଅବସରରେ, ଭାରତୀୟ ହ୍ୟାକରମାନେ ପାକିସ୍ତାନ ୱେବସାଇଟକୁ ଟାର୍ଗେଟ କରୁଥିବାବେଳେ ସେମାନଙ୍କୁ ହ୍ୟାକ କରିଥିଲେ। ୨୦୧୭ ରେ, ପାକିସ୍ତାନ ସରକାରୀ ୱେବସାଇଟ pakistan.gov.pkକୁ ହ୍ୟାକ୍‌ କରି ସେଥିରେ ଏକ ତ୍ରିରଙ୍ଗା ଲଗାଇଲେ। କେବଳ ଏତିକି ନୁହେଁ, ଭାରତୀୟ ହ୍ୟାକରମାନେ କିଛି ଦିନ ପୂର୍ବରୁ ଏକ ପ୍ରସିଦ୍ଧ ନ୍ୟୁଜ ୱେବସାଇଟ ହ୍ୟାକ କରିଥିଲେ ଏବଂ ଏଥିରେ ତ୍ରିରଙ୍ଗା ସହିତ ସ୍ବାଧୀନତା ଦିବସର ଶୁଭେଚ୍ଛା ଲେଖି ଏକ ଭିଡିଓ ଚଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri