ପାକିସ୍ତାନ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କଲେ ଭାରତୀୟ ହ୍ୟାକର୍ସ: ତ୍ରିରଙ୍ଗା ଉଡାଇ ଲେଖିଲେ ଏପରି କିଛି

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଭାରତୀୟ ହ୍ୟାକରମାନେ ପୁଣିଥରେ ପାକିସ୍ତାନୀ ୱେବ୍‌ସାଇଟକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ହ୍ୟାକର୍ସମାନେ ପାକିସ୍ତାନର ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ କରିଥିଲେ। ‘ଇଣ୍ଡିଆନ ସାଇବର ଟ୍ରୁପ’ ନାମ ଥିବା ହ୍ୟାକର୍‌ମାନେ ୱେବସାଇଟ୍‌ରେ ଭାରତୀୟ ସ୍ବାଧୀନତା ଦିବସର ବାର୍ତ୍ତା ଲେଖି ପାକିସ୍ତାନକୁ ଅଭିନନ୍ଦନ ଜଣାଇଥିଲେ। ତେବେ କିଛି ସମୟ ପରେ ୱେବସାଇଟ ପୁନର୍ବାର ପୂର୍ବାବସ୍ଥାକୁ ଫେରିଥିଲା।

ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହେବାର ଏକ ଭିଡିଓ ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ନିଜ ଟୁଇଟର ପୃଷ୍ଠାରେ ଶେୟାର କରିଛନ୍ତି। ଏଥିରେ ବିଶ୍ୱବିଦ୍ୟାଳୟ ୱେବସାଇଟର ସ୍କ୍ରିନସଟ୍‌ ରହିଛି। ସେଥିରେ ଭାରତୀୟ ହ୍ୟାକର୍ସମାନେ ଲେଖିଛନ୍ତି, ‘ହ୍ୟାକ୍ଡ ବାଇ ଇଣ୍ଡିଆନ୍‌ ସାଇବର ଟ୍ରୁପ୍ସ’। ଏଥିସହ ୱେବସାଇଟରେ ଏକ ତ୍ରିରଙ୍ଗା ଲଗାଇ ତଳେ ଭଗବାନ ରାମଙ୍କ ଫଟୋ ରଖିଥିଲେ। ହ୍ୟାକରମାନେ ଫଟୋ ତଳେ ଲେଖିଛନ୍ତି, ‘ରାମଲାଲା ଆମେ ଆସିବୁ, କରାଚି ଏବଂ ଲାହୋରରେ ମଧ୍ୟ ମନ୍ଦିର ନିର୍ମାଣ କରିବୁ।’ ପରବର୍ତ୍ତୀ ବାର୍ତ୍ତାରେ ଏହା କୁହାଯାଇଛି, ’ହଜାର ହଜାର ଲୋକଙ୍କ ବଳିଦାନ ହେତୁ ଆମ ଦେଶ ଆଜି ଏହି ଦିନ ପାଳନ କରୁଛି। ସେମାନଙ୍କର ବଳିଦାନ ଭୁଲି ପାରିବୁ ନାହିଁ। ସ୍ବାଧୀନତା ଦିବସର ଶୁଭେଚ୍ଛା। ’

ଭାରତୀୟ ହ୍ୟାକରମାନେ ପାକିସ୍ତାନ ୱେବସାଇଟକୁ ହ୍ୟାକ କରବାର ଏହା ପ୍ରଥମ ଘଟଣା ନୁହେଁ। ୨୦୧୭, ୨୦୧୮ ରେ, ସ୍ବାଧୀନତା ଦିବସ ଅବସରରେ, ଭାରତୀୟ ହ୍ୟାକରମାନେ ପାକିସ୍ତାନ ୱେବସାଇଟକୁ ଟାର୍ଗେଟ କରୁଥିବାବେଳେ ସେମାନଙ୍କୁ ହ୍ୟାକ କରିଥିଲେ। ୨୦୧୭ ରେ, ପାକିସ୍ତାନ ସରକାରୀ ୱେବସାଇଟ pakistan.gov.pkକୁ ହ୍ୟାକ୍‌ କରି ସେଥିରେ ଏକ ତ୍ରିରଙ୍ଗା ଲଗାଇଲେ। କେବଳ ଏତିକି ନୁହେଁ, ଭାରତୀୟ ହ୍ୟାକରମାନେ କିଛି ଦିନ ପୂର୍ବରୁ ଏକ ପ୍ରସିଦ୍ଧ ନ୍ୟୁଜ ୱେବସାଇଟ ହ୍ୟାକ କରିଥିଲେ ଏବଂ ଏଥିରେ ତ୍ରିରଙ୍ଗା ସହିତ ସ୍ବାଧୀନତା ଦିବସର ଶୁଭେଚ୍ଛା ଲେଖି ଏକ ଭିଡିଓ ଚଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri