‘ଭାରତ ସହ ସୁସମ୍ପର୍କ ଚାହେଁ ପାକିସ୍ତାନ’

ଆବୁଧାବି/ଇସ୍‌ଲାମାବାଦ,୧୮ା୧: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଭାରତ ବିରୋଧୀ ସ୍ବର ଏବେ ନରମିବା ଆରମ୍ଭ ହୋଇଛି। ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି। ଭାରତ ବିରୋଧରେ ତିନୋଟି ଯୁଦ୍ଧ ଲଢ଼ିବା ପରେ ପାକିସ୍ତାନ ଉଚିତ ଶିକ୍ଷା ପାଇସାରିଛି। ତେଣୁ ବର୍ତ୍ତମାନ କଶ୍ମୀର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ‘ଗମ୍ଭୀର ଓ ସଚ୍ଚୋଟ’ ଆଲୋଚନା କରିବାକୁ ଆଗ୍ରହୀ ବୋଲି ଶରିଫ୍‌ କହିଛନ୍ତି।
ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ଶରିଫ୍‌ ବିଭିନ୍ନ ଦେଶକୁ ସହାୟତା ମାଗୁଛନ୍ତି। ଏହି କ୍ରମରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଥିବାବେଳେ ସୋମବାର ଦୁବାଇର ଟିଭି ଚ୍ୟାନେଲ ଅଲ୍‌ ଆରବିଆକୁ ସାକ୍ଷାତ୍‌କାର ଦେଇଛନ୍ତି। ଇଣ୍ଟରଭ୍ୟୁରେ ଶରିଫ୍‌ କହିଛନ୍ତି, ଉଭୟ ପାକିସ୍ତାନ ଓ ଭାରତରେ ଇଞ୍ଜିନିୟର, ଡାକ୍ତର ଓ କୁଶଳୀ ଶ୍ରମିକ ଅଛନ୍ତି। ଏହି ସମ୍ବଳକୁ ଆମେ ନିଜ ନିଜ ସମୃଦ୍ଧି ତଥା ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ବ୍ୟବହାର କରିବାକୁ ଚାହୁଁ। ଏହା ସଫଳ ହେଲେ ଦୁଇଦେଶ ସମୃଦ୍ଧ ହେବ। ପାକିସ୍ତାନ ବୋମା ଓ ଅସ୍ତ୍ରଶସ୍ତ୍ରରେ ନିଜ ସମ୍ବଳକୁ ବରବାଦ କରିବାକୁ ଚାହେଁ ନାହିଁ। ଆମେ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର। ଯଦି ଯୁଦ୍ଧ ହୁଏ, କ’ଣ ସବୁ ଘଟିଥିବ ତାହା କହିବା ପାଇଁ କିଏ ଜୀବିତ ଥିବେ ବୋଲି ଶରିଫ୍‌ ପ୍ରଶ୍ନ କରିଛନ୍ତି।
ଶରିଫ୍‌ ଆହୁରି କହିଛନ୍ତି, ଭାରତୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର ସନ୍ଦେଶ ହେଉଛି, ଆଲୋଚନାର ଟେବୁଲକୁ ଆସନ୍ତୁ। କଶ୍ମୀର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗମ୍ଭୀର ଓ ସଚ୍ଚୋଟ ଭାବେ କଥା ହେବା। ଶାନ୍ତିପୂର୍ଣ୍ଣ ଜୀବନଯାପନ ଓ ବିକାଶ ଦିଗରେ ଅଗ୍ରସର ହେବା ନା ପରସ୍ପର ସହ ଲଢ଼େଇ କରି ସମୟ ତଥା ସମ୍ବଳର ଅପଚୟ କରିବା ତାହା ଆମ ଉପରେ ନିର୍ଭର କରେ। ଆମେ ଭାରତ ବିରୋଧରେ ୩ଟି ଯୁଦ୍ଧ ଲଢ଼ିଛୁ, ଯାହାକି ପାକିସ୍ତାନ ଜନସାଧାରଣଙ୍କ ପାଇଁ ଅଧିକ ଦୁର୍ଦ୍ଦଶା, ଦାରିଦ୍ର୍ୟ ଓ ବେରୋଜଗାରି ଆଣିଦେଇଛି। ଏହି ଯୁଦ୍ଧରୁ ଆମେ ଶିକ୍ଷା ପାଇସାରିଛୁ। ଏବେ ଭାରତ ସହ ଆମେ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହୁଁ। ସ୍ପଷ୍ଟ ଭାବେ କହିବାକୁ ଗଲେ, ଭାରତ ଆମର ପଡ଼ୋଶୀ ଦେଶ। କଶ୍ମୀରରେ ଯାହା ଚାଲିଛି ତାହା ପ୍ରଥମେ ବନ୍ଦ ହେବା ଆବଶ୍ୟକ। ଦୁଇ ଦେଶ ମଧ୍ୟରେ ପୁନଃ ଆଲୋଚନା କ୍ଷେତ୍ରରେ ୟୁଏଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ଶରିଫ୍‌ କହିଛନ୍ତି।
‘ଭାରତ ସହ ସୁସମ୍ପର୍କ…
ପ୍ରକାଶ ଯେ, କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ଭାରତ ମୂଳରୁ ପ୍ରତ୍ୟାଖ୍ୟାନ କରିଆସୁଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅଚୁଚ୍ଛେଦ ୩୭୦କୁ ଭାରତ ସରକାର ଉଚ୍ଛେଦ କରିଦେଇଥିଲେ। ଏହାର ପ୍ରତିବାଦରେ ପାକିସ୍ତାନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା। ସେବେଠୁ ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଭାରତ ପ୍ରତ୍ୟାହାର କଲେ ମୋଦିଙ୍କ ସହ ଶରିଫ ଆଲୋଚନା କରିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri