ଲକରରୁ ମିଳିଲା ୧୭ କେଜି ସୁନା, ୧.୫୭ କୋଟି ଟଙ୍କା

ଭୁବନେଶ୍ୱର, ୧୮।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍‌ ଅପରେଶନ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ୧୩ରୁ ଅଧିକ ଦିନ ଧରି ଚାଲିଥିବା ଚଢ଼ାଉ ଓ ଯାଞ୍ଚ ନେଇ ମଙ୍ଗଳବାର ସିବିଆଇ ପକ୍ଷରୁ ଚମକାଇ ଦେବାଭଳି ତଥ୍ୟ ଦିଆଯାଇଛି। ଏକାଧିକ ଲକରରୁ ୧୭ କେଜି ସୁନା, ୧.୫୭ କୋଟି ଟଙ୍କା ମିଳିବା ପରେ ସିବିଆଇ ତଦନ୍ତକୁ ଜୋର୍‌ଦାର କରିଛି। ଠାବ ସୁନା ମଧ୍ୟରେ ଅଳଙ୍କାର, ସୁନା ବିସ୍କୁଟ, କଏନ୍‌, ସୁନା ବାର୍‌ ରହିଛି।
ଓଡ଼ିଶାର ଭୁବନେଶ୍ୱର ଓ ଜଗତ୍‌ସିଂପୁର ଏବଂ କୋଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବିଭିନ୍ନ ବ୍ୟାଙ୍କରେ ପ୍ରମୋଦ ଓ ତାଙ୍କ ପରିବାର ତଥା ସମ୍ପର୍କୀୟଙ୍କ ନାଁରେ ଥିବା ୮ରୁ ଅଧିକ ଲକର୍‌ ଠାବ ହୋଇଥିଲା। ସେଥି ମଧ୍ୟରୁ ୩ଟି ଲକର ସ୍ତ୍ରୀଙ୍କ ନାମରେ ଥିବାବେଳେ ଅନ୍ୟ ୫ଟିର ପ୍ରକୃତ ମାଲିକ ଜାଣିବାକୁ ସିବିଆଇକୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ପରେ ସେଗୁଡ଼ିକର ମାଲିକ ଚିହ୍ନଟ କରିଛି ସିବିଆଇ। ଏଥିସହ ଏଯାବତ୍‌ ୭ଟି ଲକର୍‌ ଖୋଲାଯାଇଛି। ସେଥିରୁ ବିପୁଳ ପରିମାଣର ସୁନା, ନଗଦ ଟଙ୍କା ଓ ଆର୍ଥିକ କାରବାର ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି। ରିପୋର୍ଟ ଅନୁଯାୟୀ, ଲକର୍‌ରୁ ନଗଦ ୧.୫୭ କୋଟି ଟଙ୍କା, ୯.୫ କୋଟି ଟଙ୍କାର ୧୭ କେଜି ସୁନା ଠାବ ହୋଇଛି। ସେହିପରି ପୋଷ୍ଟାଲ ସେଭିଂସ ଓ ବ୍ୟାଙ୍କ ଫିକ୍ସ ଡିପୋଜିଟ୍‌ ୩.୩୩ କୋଟି, ବ୍ୟାଙ୍କ ଜମା ୧.୫୧ କୋଟି, ମ୍ୟୁଚୁଆଲ୍‌ ଫଣ୍ଡ୍‌ ୪୭.୭୫ ଲକ୍ଷ ଟଙ୍କା ମଧ୍ୟ ଠାବ କରାଯାଇଛି। ଅନ୍ୟପକ୍ଷରେ ପୂର୍ବରୁ ମଧ୍ୟ ସିବିଆଇ ପ୍ରମୋଦ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୪କୋଟି ୨୮ଲକ୍ଷ ୮୭ହଜାର ୫୫୩ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଥିଲା। ଏଥିରୁ ୧ କୋଟି ୯୨ ଲକ୍ଷ ୨୧ ହଜାର ୪୦୫ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଜଣାପଡିଥିଲା, ଯାହା ତାଙ୍କ ପ୍ରକୃତ ଆୟର ୫୯.୦୯ ପ୍ରତିଶତ ଅଧିକ ବୋଲି ସିବିଆଇ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଥିଲା। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୩ରୁ ପ୍ରିଭେନ୍‌ଶନ୍‌ ଅଫ୍‌ କରପ୍‌ଶନ ଆକ୍ଟର ଦଫା ୧୩ (୧) (ବି)ରେ ଏକ ମାମଲା ରୁଜୁ କରି ସିବିଆଇ ଅଧିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଜାରି ରହିଥିବାରୁ ସିବିଆଇ ମୋଟ ସମ୍ପତ୍ତି କେତେ ତାହା ଆକଳନ କରିନାହିଁ। ତେବେ ଏଯାଏ ଠାବ ହୋଇଥିବା ସମ୍ପତ୍ତିର ପରିମାଣ ୨୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ହିସାବ କହୁଛି। ପ୍ରମୋଦଙ୍କଠାରୁ ଆହୁରି ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପାଇବାକୁ ସିବିଆଇ ଆଶା ରଖିଛି। ପରବର୍ତ୍ତୀ ସମୟରେ ପ୍ରମୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗିରଫଦାରି ନେଇ ବିସ୍ତୃତ ବିବରଣୀ ଦିଆଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପ୍ରମୋଦ ହେଉଛନ୍ତି ୧୯୮୭ ମସିହା ବ୍ୟାଚର ରେଳ ଅଧିକାରୀ। ସେ ୧୯୮୯ ମାର୍ଚ୍ଚ ୬ରେ ଚାକିରିରେ ଯୋଗ ଦେଇ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଥିଲେ। ୨୦୨୨ ନଭେମ୍ବର ୩୦ରେ ଚିଫ୍‌ ଅପରେଶନ ମ୍ୟାନେଜର ଭାବେ ପଦୋନ୍ନତି ପାଇଥିଲେ। ଏହାପରେ ସେ ଚାକିରିରୁ ଅବସର ନେଇଥିଲେ। ପ୍ରମୋଦଙ୍କ ୨ଝିଅ ଥିବାବେଳେ ବଡ଼ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିବାବେଳେ ସାନ ଝିଅ ଏମ୍‌ବିବିଏସ୍‌ ପରେ ଏମ୍‌ଏସ୍‌ ପଢ଼ୁଛନ୍ତି। ୨୦୦୫ ଏପ୍ରିଲ ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ପ୍ରମୋଦ ବ୍ୟାପକ ଦୁର୍ନୀତି କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ସିବିଆଇ ନିକଟରେ ଡିସେମ୍ବର ୨୬ରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?