‘ଭାରତ ସହ ସୁସମ୍ପର୍କ ଚାହେଁ ପାକିସ୍ତାନ’

ଆବୁଧାବି/ଇସ୍‌ଲାମାବାଦ,୧୮ା୧: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଭାରତ ବିରୋଧୀ ସ୍ବର ଏବେ ନରମିବା ଆରମ୍ଭ ହୋଇଛି। ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି। ଭାରତ ବିରୋଧରେ ତିନୋଟି ଯୁଦ୍ଧ ଲଢ଼ିବା ପରେ ପାକିସ୍ତାନ ଉଚିତ ଶିକ୍ଷା ପାଇସାରିଛି। ତେଣୁ ବର୍ତ୍ତମାନ କଶ୍ମୀର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ‘ଗମ୍ଭୀର ଓ ସଚ୍ଚୋଟ’ ଆଲୋଚନା କରିବାକୁ ଆଗ୍ରହୀ ବୋଲି ଶରିଫ୍‌ କହିଛନ୍ତି।
ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ଶରିଫ୍‌ ବିଭିନ୍ନ ଦେଶକୁ ସହାୟତା ମାଗୁଛନ୍ତି। ଏହି କ୍ରମରେ ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଥିବାବେଳେ ସୋମବାର ଦୁବାଇର ଟିଭି ଚ୍ୟାନେଲ ଅଲ୍‌ ଆରବିଆକୁ ସାକ୍ଷାତ୍‌କାର ଦେଇଛନ୍ତି। ଇଣ୍ଟରଭ୍ୟୁରେ ଶରିଫ୍‌ କହିଛନ୍ତି, ଉଭୟ ପାକିସ୍ତାନ ଓ ଭାରତରେ ଇଞ୍ଜିନିୟର, ଡାକ୍ତର ଓ କୁଶଳୀ ଶ୍ରମିକ ଅଛନ୍ତି। ଏହି ସମ୍ବଳକୁ ଆମେ ନିଜ ନିଜ ସମୃଦ୍ଧି ତଥା ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ବ୍ୟବହାର କରିବାକୁ ଚାହୁଁ। ଏହା ସଫଳ ହେଲେ ଦୁଇଦେଶ ସମୃଦ୍ଧ ହେବ। ପାକିସ୍ତାନ ବୋମା ଓ ଅସ୍ତ୍ରଶସ୍ତ୍ରରେ ନିଜ ସମ୍ବଳକୁ ବରବାଦ କରିବାକୁ ଚାହେଁ ନାହିଁ। ଆମେ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର। ଯଦି ଯୁଦ୍ଧ ହୁଏ, କ’ଣ ସବୁ ଘଟିଥିବ ତାହା କହିବା ପାଇଁ କିଏ ଜୀବିତ ଥିବେ ବୋଲି ଶରିଫ୍‌ ପ୍ରଶ୍ନ କରିଛନ୍ତି।
ଶରିଫ୍‌ ଆହୁରି କହିଛନ୍ତି, ଭାରତୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର ସନ୍ଦେଶ ହେଉଛି, ଆଲୋଚନାର ଟେବୁଲକୁ ଆସନ୍ତୁ। କଶ୍ମୀର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗମ୍ଭୀର ଓ ସଚ୍ଚୋଟ ଭାବେ କଥା ହେବା। ଶାନ୍ତିପୂର୍ଣ୍ଣ ଜୀବନଯାପନ ଓ ବିକାଶ ଦିଗରେ ଅଗ୍ରସର ହେବା ନା ପରସ୍ପର ସହ ଲଢ଼େଇ କରି ସମୟ ତଥା ସମ୍ବଳର ଅପଚୟ କରିବା ତାହା ଆମ ଉପରେ ନିର୍ଭର କରେ। ଆମେ ଭାରତ ବିରୋଧରେ ୩ଟି ଯୁଦ୍ଧ ଲଢ଼ିଛୁ, ଯାହାକି ପାକିସ୍ତାନ ଜନସାଧାରଣଙ୍କ ପାଇଁ ଅଧିକ ଦୁର୍ଦ୍ଦଶା, ଦାରିଦ୍ର୍ୟ ଓ ବେରୋଜଗାରି ଆଣିଦେଇଛି। ଏହି ଯୁଦ୍ଧରୁ ଆମେ ଶିକ୍ଷା ପାଇସାରିଛୁ। ଏବେ ଭାରତ ସହ ଆମେ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହୁଁ। ସ୍ପଷ୍ଟ ଭାବେ କହିବାକୁ ଗଲେ, ଭାରତ ଆମର ପଡ଼ୋଶୀ ଦେଶ। କଶ୍ମୀରରେ ଯାହା ଚାଲିଛି ତାହା ପ୍ରଥମେ ବନ୍ଦ ହେବା ଆବଶ୍ୟକ। ଦୁଇ ଦେଶ ମଧ୍ୟରେ ପୁନଃ ଆଲୋଚନା କ୍ଷେତ୍ରରେ ୟୁଏଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ଶରିଫ୍‌ କହିଛନ୍ତି।
‘ଭାରତ ସହ ସୁସମ୍ପର୍କ…
ପ୍ରକାଶ ଯେ, କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ଭାରତ ମୂଳରୁ ପ୍ରତ୍ୟାଖ୍ୟାନ କରିଆସୁଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅଚୁଚ୍ଛେଦ ୩୭୦କୁ ଭାରତ ସରକାର ଉଚ୍ଛେଦ କରିଦେଇଥିଲେ। ଏହାର ପ୍ରତିବାଦରେ ପାକିସ୍ତାନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲା। ସେବେଠୁ ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହେବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଭାରତ ପ୍ରତ୍ୟାହାର କଲେ ମୋଦିଙ୍କ ସହ ଶରିଫ ଆଲୋଚନା କରିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri