Posted inଜାତୀୟ

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଶାହାପୁର-କିରନି-କ୍ୱାସବା ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୧: ଜମ୍ମୁୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ରବିବାର ସକାଳ ୭ଟା ୩୦ରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳର ପୁଞ୍ଚ୍‌ ଜିଲାର ଶାହାପୁର,କିରନି ଏବଂ କ୍ୱାସବା ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ମଧ୍ୟ ପାଲଟା ଗୁଳିଗୋଳା ଚାଳନା କରାଯାଇଛି। ଏନେଇ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଲାଗି ପାକିସ୍ତାନ ଉଦ୍ୟମ କରୁଥିବା କୁହାଯାଉଛି। ଭାରତରେ ଅନୁପ୍ରବେଶ ପାଇଁ ଲଞ୍ଚ୍‌ ପ୍ୟାଡ୍‌ରେ ତାଲିମ ପ୍ରାପ୍ତ ଆତଙ୍କବାଦୀ ସୁଯୋଗ ଉଣ୍ଡି ବସିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭

ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍‌ ଏବଂ ଜୟସେଲ୍‌ମେର୍‌ରେ ଭାରତୀୟ ସେନା ପକ୍ଷରୁ ବଡ଼...

ଶପଥ ନେଲେ ୧୩ ନବ ନିର୍ବାଚିତ ବିଧାୟକ

ବେଙ୍ଗାଲୁରୁ,୨୨।୧୨: ନିକଟରେ କର୍ନାଟକରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟ ଲାଭ କରିଥିବା ୧୫ ବିଧାକୟକଙ୍କ ମଧ୍ୟରୁ ୧୩ଜଣ ରବିବାର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି।...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

ଅମ୍ବାଲା ଏୟାରବେସ୍‌ରେ ରାଫାଲକୁ ଦିଆଗଲା ଓ୍ବାଟର ସାଲ୍ୟୁଟ

ଅମ୍ବାଲା,୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ଶେଷରେ ବୁଧବାର ଭାରତରେ ପହଞ୍ଚିଛି। ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ଦ୍ୱିଗୁଣିତ ହୋଇଯାଇଛି।...

‘ରିଙ୍କିଆ କେ ପାପା’ ଗୀତରେ ନାଚି ଖୁସି ମନାଇଲେ ଏଏପି କର୍ମକର୍ତ୍ତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)...

ବିନା ଏନ୍‌ଇଇଟିରେ ଡାକ୍ତରୀ ନାମଲେଖା

ଚେନ୍ନାଇ, ୧୪ା୯: ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ନ ଦେଇ ସିଧାସଳଖ ଡାକ୍ତରୀ ପାଠ ପଢ଼ିବା ପାଇଁ ତାମିଲନାଡୁ ସରକାର ସୋମବାର ବିଧାନସଭାରେ...

ଜଳ ଜୀବନ ମିଶନ ମହିଳାଙ୍କୁ ସଶକ୍ତିକରଣ କରିଛି …

ନୂଆଦିଲ୍ଲୀ,୨।୧୦: ଜଳ ଜୀବନ ମିଶନ ଦ୍ୱାରା ଦେଶର ମହିଳାଙ୍କ ସଶକ୍ତିକରଣ କାର୍ଯ୍ୟ ସମ୍ଭବ ହୋଇ ପାରିଛି। ପୂର୍ବରୁ ପିଇବା ପାଣି ସଂଗ୍ରହ ପାଇଁ ବହୁ ଗ୍ରାମୀଣ...

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ...

Advertisement


Archives

Model This Week