କରତାରପୁର କୋରିଡୋର ଖୋଲିବ ପାକିସ୍ତାନ

ଇସଲାମାବାଦ୍‌, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ଏହି କୋରିଡୋରର ଶୁଭାରମ୍ଭ କରାଯାଇଥିଲା। ଏହି ୪.୭ କିଲୋମିଟର ଲମ୍ବ କୋରିଡୋର ଭାରତର ଗୁରୁଦାସପୁରସ୍ଥିତ ଡେରା ବାବା ନାନକ ସାହିବକୁ ପାକିସ୍ତାନର କରତାରପୁରଠାରେ ଥିବା ଗୁରୁଦ୍ୱାରା ଦରବାର ସାହିବକୁ ସଂଯୋଗ କରିଥାଏ। କରେନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ଭାରତ ସରକାରଙ୍କ ପକ୍ଷରୁ ମାର୍ଚ୍ଚରେ ବନ୍ଦ କରାଯାଇଥିଲା। ସେହିପରି କୋରିଡୋର ଦେଇ ଯାତ୍ରା କରିବାକୁ ପାକିସ୍ତାନ ପକ୍ଷରୁ ମଧ୍ୟ କଟକଣା ଜାରି ହୋଇଥିଲା। ତେବେ ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଏହାକୁ ଖୋଲିବାକୁ ପାକିସ୍ତାନ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଯୋଗୁ ଚିନ୍ତାରେ ସଞ୍ଜୟ

ମୁମ୍ବାଇ: ସଞ୍ଜୟ ଦତ୍ତ ବର୍ତ୍ତମାନ ତାଙ୍କ ପତ୍ନୀ ମାନ୍ୟତା ଏବଂ ତାଙ୍କର ୨ ଶିଶୁ ଶାହାରାନ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍‌ଡାଉନ୍‌ ହେବା...

ପୃଥିବୀର ୧୦ ସହରରେ ଜଳ ସଙ୍କଟ: ଆଗାମୀ ଦିନରେ ନିତି ଗାଧୋଇବା ହେବ ଅସମ୍ଭବ; ତାଲିକାରେ ଭାରତର ବେଙ୍ଗାଲୁରୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଏହାର ଶୀଘ୍ର ନିରାକରଣ କରା ନ ଗଲେ ପରିସ୍ଥିତି ଅଣାୟତ ହେବ...

କରୋନା ନେଲା ଆଉ ୪ଜୀବନ: ଜାଣନ୍ତୁ କେଉଁଠାରୁ କେତେ

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ...

‘ଶେପ୍‌ ଅଫ୍‌ ୟୁ’ କପିରାଇଟ୍‌ ଜିତିଲେ ଶିରାନ

ଲଣ୍ଡନ,୬।୪: ବ୍ରିଟିଶ ଗାୟକ ତଥା ଲେଖକ ଏଡ୍‌ ଶିରାନ ବୁଧବାର ତାଙ୍କର ହିଟ୍‌ ଗୀତ ‘ଶେପ୍‌ ଅଫ୍‌ ୟୁ’ର କପିରାଇଟ୍‌ ମାମଲା ଲଣ୍ଡନ ହାଇକୋର୍ଟରେ ଜିତି...

ଟଳିବନି ଯୁଦ୍ଧ: ପୁଟିନ

ମସ୍କୋ,୨୪ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ବେଳକୁ ବେଳ ଉତ୍ତେଜନା ପରିସ୍ଥିତି ବଢିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଯୁଦ୍ଧର ନିକଟତର...

ଟ୍ରମ୍ପ ବୁଝନ୍ତି ନାହିଁ ରାଷ୍ଟ୍ରପତି ପଦର ଅର୍ଥ: କମଳା-ବିଡେନ

ଓ୍ବାଶିଂଟନ,୨୯।୮: ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଜଣେ...

ପ୍ରଚାର ସମୟରେ ଜୀବନ ଯାଇଥିବା ଶିଞ୍ଜୋଙ୍କ ପାର୍ଟି ହାତେଇଲା ବିଜୟ

ଟୋକିଓ, ୧୧ା୭: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିକରି ହତ୍ୟାର ୨ଦିନ ପରେ ଉଚ୍ଚସଦନରେ ହୋଇଥିବା ନିର୍ବାଚନରେ ତାଙ୍କ ଦଳ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି(ଏଲ୍‌ଡିପି)କୁ...

ଜୁଲାଇ ଶେଷ ସୁଦ୍ଧା ୫ଲକ୍ଷ ଛୁଇଁପାରେ କରୋନା ସଂକ୍ରମଣ, ଆବଶ୍ୟକ ୮୦ହଜାର ବେଡ୍‌: ସିସୋଡିଆ

ନୂଆଦିଲ୍ଲୀ,୯।୬: ଦିଲ୍ଲୀରେ ବେଲଗାମ୍‌ ହେଉଛି କରୋନା। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଭୟକୁ ନେଇ ମଙ୍ଗଳବାର ଉପରାଜ୍ୟପାଳ...

Advertisement
Archives

Model This Week