Posted inଖେଳ

ପୁଣି ଥରେ ସ୍ଥଗିତ ହେଲା ପିଏସ୍‌ଏଲ

କରାଚୀ,୪।୩ : ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)କୁ ଗୁରୁବାର ବାତିଲ କରିଦିଆଯାଇଛି। ୩ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ଟି୨୦ ଇଭେଣ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ଲିଗ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ପଜିଟିଭ ଆସିଥିବା ରିପୋର୍ଟ ମଧ୍ୟରେ ଜଣେ ଖେଳାଳି ଓ ୬ ସପୋର୍ଟ ଷ୍ଟାଫ ରହିଛନ୍ତି।

ଅଂଶଗ୍ରହଣକାରୀ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜ ମାଲିକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ପିସିବି। ୩୪ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଇଭେଣ୍ଟରେ କେବଳ ୧୪ଟି ମ୍ୟାଚ୍‌ ଖେଳାଯାଇଛି। ପିସିବିର ଏହି ନିଷ୍ପତ୍ତି ପରେ ଅଷ୍ଟ୍ରେଲିଆର ଡାନିଏଲ କ୍ରିଷ୍ଟିଆନଙ୍କ ସମେତ କିଛି ବିଦେଶୀ ଖେଳାଳି ତୁରନ୍ତ ସ୍ବଦେଶ ଫେରିବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଉଲ୍ଲେଖଥାଉ କି, ପିଏସ୍‌ଏଲର ଗତ ସଂସ୍କରଣ ମଧ୍ୟ ମହାମାରୀ ଯୋଗୁ ପ୍ରଭାବିତ ହୋଇଥିଲା। ଲିଗ୍‌ ମ୍ୟାଚ୍‌ ଖେଳାଯିବାର କିଛି ମାସ ପରେ ଖେଳାଯାଇଥିଲା ନକଆଉଟ୍‌ ପର୍ଯ୍ୟାୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କୁ କରୋନା

କରାଚି,୨୭।୫: ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ତୌଫିକ୍‌ ଉମର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର...

ଏହି କ୍ରିକେଟର୍‌ଙ୍କୁ ସଲାମ କଲେ କୋହଲି, କହିଲେ ମାନିଗଲି

ମୁମ୍ବାଇ,୧୭।୧: ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୩୬ ରନ ସଂଗ୍ରହ କରିଛି। ଏକ ସମୟରେ ଲାଗୁଥିଲା ଯେ ଟିମ ଇଣ୍ଡିଆ ୨୨୦ ରନ୍‌ରେ ପହଞ୍ଚିବ...

ଅନ୍‌ଲାଇନ ଗାଳିଗୁଲଜ ବିରୋଧରେ ଫିଫା, ୟୁଇଏଫ୍‌ଏ ଏକାଠି

ନୟନ,୧।୫(ପି.ଟି.): ଅନ୍‌ଲାଇନରେ ଚାଲିଥିବା ଗାଳିଗୁଲଜ ବିରୋଧରେ ପୂରା ଇଂଲିଶ ଫୁଟ୍‌ବଲ ଜଗତ ଏକାଠି ହୋଇଛି। ଅନ୍‌ଲାଇନରେ ଚାଲିଥିବା ଗାଳିକୁ ବିରୋଧ କରି ଇଂଲିଶ ଫୁଟ୍‌ବଲ ବିଭିନ୍ନ...

ଫିଟ୍‌ନେସ୍‌ କାରଣରୁ ହାର୍ଦ୍ଦିକ ବୋଲିଂ କରିନାହାନ୍ତି: ରୋହିତ

ଦୁବାଇ,୧୦।୧୧(ପି.ଟି.): ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବୋଲିଂ କରିବାକୁ ସହଜ ଅନୁଭବ କରୁନାହାନ୍ତି ବୋଲି ତାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଇଣ୍ଡିଆନ...

ଗୋଟିଏ ଇନିଂସରେ ୧୦ ଉଇକେଟ ନେଲେ ଏଜାଜ ପଟେଲ

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି।...

ପନ୍ତ ଜେଏସ୍‌ଡବ୍ଲ୍ୟୁର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୬।୨(ପି.ଟି.)- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ବୁଧବାର ଏ ନେଇ ଜେଏସ୍‌ଡବ୍ଲ୍ୟୁ ତରଫରୁ ଘୋଷଣା...

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ...

ଟେଷ୍ଟରୁ ନବୀଙ୍କ ଅବସର ଘୋଷଣା

ଚିଟାଗଙ୍ଗ,୬।୯: ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପରେ ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବୀ ଲମ୍ବା ଫର୍ମାଟରୁ ଅବସର ନେବେ। ଏ ନେଇ ଆଫଗାନିସ୍ତାନ ଟିମ୍‌...

Advertisement
Archives

Model This Week