କଶ୍ମୀରରେ ଜି -୨୦ ବୈଠକ ବାତିଲ ପାଇଁ ଚାଇନା-ତୁର୍କୀ-ସୌଦିର ସହାୟତା ଲୋଡିଲା ପାକିସ୍ତାନ…

ଇସଲାମାବାଦ,୨୭।୩ : ଜି -୨୦ ଉପରେ ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ମାସରେ ଜମ୍ମୁ-କଶ୍ମୀରରେ ସଂସ୍କୃତି ଉପରେ ଜି-୨୦ ବୈଠକ ଆୟୋଜନ କରିବ। ତେବେ ଭାରତ ପାଇଁ ବୈଠକ ଆୟୋଜନ ଟିକେ କଷ୍ଟସାଧ୍ୟ ହୋଇପାରେ। କାରଣ ପାକିସ୍ତାନ ପୂର୍ବରୁ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରୁଛି । ବର୍ତ୍ତମାନ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଚାଇନ, ତୁର୍କୀ ଏବଂ ସୌଦି ଆରବର ସହାୟତା ଲୋଡିଛି।

ଯାହାଦ୍ୱାରା ଜମ୍ମୁ- କଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଠକ ବାତିଲ ହୋଇପାରିବ। ମିଳିତ ଜାତିସଂଘରେ ଥିବା ଭାରତର ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ସୂଚନା ଦେଇଥିଲେ ଦେଶର ସମସ୍ତ ୨୮ ଟି ରାଜ୍ୟ ତଥା ୭ ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତ ଜି -୨୦ ବୈଠକ କରିବ।

ପାକିସ୍ତାନ ଚିନ୍ତା କରୁଛି ଯଦି ଜମ୍ମୁ-କଶ୍ମୀରରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୁଏ, ତେବେ ବିଶ୍ୱକୁ ଏକ ବାର୍ତ୍ତା ଆସିବ ଯେ କଶ୍ମୀର ଉପରେ ଭାରତର ସ୍ଥିତି ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଏବଂ ଏଠାରେ ସବୁକିଛି ସ୍ବାଭାବିକ ରହିଛି ।

ଏନେଇ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅସୀମ ଇଫିତହାର କହିଥିଲେ ଯେ ଗତ ସାତ ଦଶନ୍ଧି ଧରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏହା ଏକ ଅସମ୍ପୂର୍ଣ୍ଣ ଏଜେଣ୍ଡା। ଜମ୍ମୁ-କଶ୍ମୀର ବିବାଦୀୟ ଅଞ୍ଚଳ ହୋଇଥିବାବେଳେ ଅନ୍ତର୍ଜାତୀୟ ସମୁଦାୟ ଏହି ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ହୋଇପାରିବ ନାହିଁ।

ଏହା ବ୍ୟତୀତ ପାକିସ୍ତାନ କହିଛି ଯେ ଆମେରିକା, ବ୍ରିଟେନ ଏବଂ ଅନ୍ୟାନ୍ୟ ଜି-୨୦ ଦେଶ ସହିତ ଭାରତର ଏହି ପଦକ୍ଷେପ ବିଷୟରେ ଆଲୋଚନା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

ମାତ୍ର ଗୋଟିଏ ମିନିଟରେ ଟିକେଟ ରେଜିଷ୍ଟ୍ରେଶନ ଶେଷ! IND vs WI ମ୍ୟାଚ ପାଇଁ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ (ODI) ସିରିଜ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଏଥିରେ ରୋହିତ ଶର୍ମା…

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଭାଜପା ପାଇଁ ଆସିଲା ବଡ଼ ଖୁସି ଖବର: ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ…

ଶିଲଂ,୨୩।୯: ମେଘାଳୟର ୧୨ ଜଣ UDP ବିଧାୟକଙ୍କ ମଧ୍ୟରୁ ୮ ଜଣ ଭାଜପାରେ ଯୋଗ ଦେଉଛନ୍ତି। ଖ୍ଲିହରିଆଟ (Khliehriat) ବିଧାୟକ କାଇରମେନ ଶାଇଲାଙ୍କ ନେତୃତ୍ୱରେ ଏହି ବିଧାୟକମାନେ…

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?