ଆଇଏମଏଫ ସର୍ତ୍ତ ଯୋଗୁ ସଙ୍କଟରେ ପାକିସ୍ତାନ ରେଲଓ୍ବେର ଆଧୁନିକୀକରଣ ପରିଯୋଜନା…

ଇସଲାମାବାଦ,୧୪।୧୦ : ସିପିଇସି ଅନ୍ତର୍ଗତ ପାକିସ୍ତାନର ପ୍ରମୁଖ ରେଲଓ୍ବେ ଆଧୁନିକୀକରଣ ପରିଯୋଜନାରେ ସଙ୍କଟ ଉପୁଜିଛି। ସ୍ଥାନୀୟ ମେଡିଆ ରିପୋର୍ଟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।

ଦେଶର ପ୍ରମୁଖ ଖବରକାଗଜ ଅନୁସାରେ ମେନ ଲାଇନ-୧ ର ମରାମତି କରାଯିବ। ଏହି ରେଲଓ୍ବେ ପରିଯୋଜନାର ଆଧୁନିକିକରଣ ପାଇଁ ୧,୭୨୬ କିଲୋମିଟର ରେଲ ଲାଇନର ଆଧୁନିକିକରଣ କରାଯିବ। ଆଇଏମଏଫର ଅନୁମୋଦନ ଏବଂ ୬.୬୭ ବିଲିୟନ ଡଲାରର ଗ୍ବାରେଣ୍ଟି ଅର୍ଥମନ୍ତ୍ରଣାଳୟ କ୍ଷମତା ଉପରେ ନିର୍ଭରଶୀଳ।

ପରିଯୋଜନାର ୩୨ ପ୍ରତିଶତ ବଜେଟ କାଟ କରାଯାଇଛି। ଚାଇନା – ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ହେଉଛି ୨୦୧୩ଠାରୁ ପାକିସ୍ତାନରେ ନିର୍ମାଣାଧୀନ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ପ୍ରକଳ୍ପର ସଂଗ୍ରହ ।
ଜୁନ ୩୦ ରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ୩ ବିଲିୟନ ଡଲାରର ବେଲ ଆଉଟ ପ୍ୟାକେଜ ପାଇଥିଲା, ଯାହା ପରେ ପ୍ରାୟ ୧.୨ ବିଲିୟନ ଡଲାରର ପ୍ରାରମ୍ଭିକ ଅଗ୍ରୀମ କିସ୍ତି ପ୍ରଦାନ କରିଥିଲା। ଋଣ ଭାରରେ ଥିବା ଦେଶ ବାହ୍ୟ ଦେୟ ପାଇଁ ଆଇଏମଏଫକୁ ଆଠ ବିଲିୟନ ଡଲାର ନିଶ୍ଚିତ କରିଛି।

ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମାର ବୈବଟକ ଠକରେ କହିଛନ୍ତି ଆନୁମାନିକ ମୂଲ୍ୟ ୯.୮ ବିଲିୟନ ଡଲାରରେ ଏମଏଲ-୧ ପାଇଁ ଫ୍ରେମଓ୍ବାର୍କ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି, ଯାହା ପାଇଁ ଜାତୀୟ ଅର୍ଥନୈତିକ ପରିଷଦର କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ପିସି-୧ (ଯୋଜନା ଆୟୋଗର ଅନୁମୋଦନ) ଅନୁମୋଦନ ହୋଇଛି। ଅଗଷ୍ଟ ୨୦୨୦ରେ ଏହା ଅନୁମୋଦିତ ହୋଇଥିଲା।

ତେବେ ଇସଲାମାବାଦରେ ପ୍ରାଥମିକତା ଏବଂ ସରକା ର ବଦଳୁଥିବା ବେଳେ ଏହି ପ୍ରକଳ୍ପ ଉତଥାନ-ପତନ ଦେଇ ଗତି କରିଛି। ଏହି ପ୍ରକଳ୍ପର ମୂଲ୍ୟ ବର୍ତ୍ତମାନ ଉଭୟ ପକ୍ଷ ୬.୬୭ ବିଲିୟନ ଡ଼ଲାରରେ ସଂଶୋଧିତ ହୋଇଛି।
ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ସମ୍ମିଳନୀରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିବା ପାଇଁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର୍‌ ଉଲ ହକ କକ୍କର ବେଜିଂ ଗସ୍ତରେ ଯିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଉଭୟ ଦେଶ ଏକ ଆନୁଷ୍ଠାନିକ ଘୋଷଣା କରିବେ ଏବଂ ଫ୍ରେମୱାର୍କ ଚୁକ୍ତିରେ ସ୍ବାକ୍ଷର କରିବେ ବୋଲି ଆଶା କରାଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?