ହିନ୍ଦୁ ସମ୍ପଦାୟର ଲୋକଙ୍କୁ କ୍ଷମା ମାଗିଲେ ପାକିସ୍ତାନ ଏମ୍‌ପି

ଇସଲମାବାଦ,୨୬।୨: ପାକିସ୍ତାନରେ ଇମ୍ରାନ ଖାନଙ୍କ ଶାସକ ଦଳର ଏମ୍‌ପି ଆମିର ଲିଆକତ ହୁସେନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଥିବା ଟୁଇଟ୍‌ ଯୋଗୁ କ୍ଷମା ମାଗିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଦସ୍ୟ ଆମିର ଲିଆକତ ହୁସେନ ବିରୋଧୀ ଦଳର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କୁ ପରିହାସ କରିବା ପାଇଁ ହିନ୍ଦୁ ଦେବୀଙ୍କ ଫଟୋ ସହ ଟୁଇଟ୍‌ କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ହୁସେନ ମଧ୍ୟ ଜଣେ ଜଣାଶୁଣା ଟିଭି ଆଙ୍କର୍‌ ଏବଂ ଜଣେ ପ୍ରସିଦ୍ଧ ଧାର୍ମିକ ବିଦ୍ୱାନ ଭାବରେ ଜଣାଶୁଣା କିନ୍ତୁ ଏହି କାର୍ଯ୍ୟ ଦ୍ୱାରା ସେ ହିନ୍ଦୁ ସମ୍ପ୍ରଦାୟ ତଥା ରାଜନେତାଙ୍କ ଟାର୍ଗେଟରେ ପହଞ୍ଚିଛନ୍ତି। ସିନ୍ଧ ପ୍ରଦେଶରେ ପିଟିଆଇର ପ୍ରତିନିଧୀ ରମେଶ କୁମାର ଭାନକୱାନି ହୁସେନଙ୍କ ଟୁଇଟକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେ କହିଛନ୍ତି, ତୁରନ୍ତ ଏହି ଟୁଇଟ ଡିଲିଟ କରନ୍ତୁ ନଚେତ୍‌ ନିନ୍ଦା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଆମର ଅଧିକାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମିଶାଇଲ ମାଡରେ ଜନଗହଳି ପୂର୍ଣ୍ଣ ମଲରେ ଲାଗିଲା ନିଆଁ, ୧୬ ଲୋକଙ୍କ ମୃତ୍ୟୁ ଆଶଙ୍କା

କ୍ୱିଭ,୨୮ ।୬: ପୂର୍ବ ୟୁକ୍ରେନରେ ଥିବା ଏକ ଜନଗଳହି ପୂର୍ଣ୍ଣ ମଲକୁ ଟାର୍ଗେଟ କରିଛି ରୁଷିଆ । ଏଏଫପି ନ୍ୟୁଜର ସୂଚନା ଅନୁଯାୟୀ, ୟୁକ୍ରେନର ମଲ...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ...

ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ...

ଆମେରିକାରେ ଘୋଷଯାତ୍ରା

ମିନିଆପଲିସ, ୧୫ା୭: ଉତ୍ତର ଆମେରିକାର ମିନେସୋଟା ରାଜ୍ୟ ମିନିଆପଲିସରେ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ ହୋଇଯାଇଛି। ହିନ୍ଦୁ ସୋସାଇଟି ଅଫ୍‌ ମିନେସୋଟା ରଥଯାତ୍ରା ଆୟୋଜନ କରିଥିଲା। ମନ୍ଦିର...

ସାମରିକ ଏୟାରଫିଲ୍ଡ ନିକଟରେ ବିସ୍ଫୋରଣ: ୧୦ ମୃତ

କାବୁଲ,୧।୧:ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା...

୧୬ ହଜାର ଲୋକଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଶେଷରେ ଆଖିବୁଜିଲେ

କାମ୍ବୋଡିଆ,୪।୯: ଏକଛତ୍ରବାଦୀ ଶାସକ ଖେମର ରୁଜଙ୍କ ଶାସନ କାଳରେ କାମ୍ବୋଡିଆର ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯାତନା ଦେଇ ହତ୍ୟା କରିଥିବା ପୂର୍ବତନ ଜେଲର କିଆଙ୍ଗ...

ପଳାତକ ରାଷ୍ଟ୍ରପତିଙ୍କୁ ୟୁକ୍ରେନ୍‌ର ଦାୟିତ୍ୱ ଦେବାକୁ ଚାହୁଁଛନ୍ତି ପୁଟିନ୍‌…

ମସ୍କୋ/କ୍ୱିଭ୍‌,୩।୩ : ୟୁକ୍ରେନ୍‌ ବିଜୟ ପରେ ଏହାର ଦାୟିତ୍ୱ ପଳାତକ ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଓ୍ବିଚ୍‌ଙ୍କୁ ପ୍ରଦାନ କରିବାକୁ ରୁଷ୍ରିା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଚିନ୍ତା...

ଇଟାଲି ଚର୍ଚ୍ଚରେ କଫିନ୍‌ର ଲମ୍ବା ଲାଇନ

ରୋମ୍‌,୨୯।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଚାଇନାରେ ମୃତ୍ୟୁର ତାଣ୍ଡବ ରଚିବା ପରେ କରୋନା ଇଟାଲିରେ ମଧ୍ୟ ଘରେ ଘରେ ଆତଙ୍କ ସୃଷ୍ଟି କରିଛି।...

Advertisement
Archives

Model This Week