Posted inଜାତୀୟ

କରୋନା କାଳରେ ବି ବାଦ୍‌ ପଡ଼ୁନି ପାକିସ୍ତାନ: ଡ୍ରୋନ୍‌ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର

ଶ୍ରୀନଗର,୧୬।୫: ଗୋଟିଏ ପଟେ ସାରା ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ନିଜ କାର୍ଯ୍ୟକଳାପରୁ ବାଦ୍‌ ପଡ଼ୁନି ପାକିସ୍ତାନ। ଭାରତ ସହ ଶତ୍ରୁତା କରିବା ପାଇଁ କୌଣସି ସୁଯୋଗର ହାତଛଡ଼ା କରୁନାହିଁ। ଇତିମଧ୍ୟରେ ଶନିବାର ଓ ରବିବାର ରାତ୍ର ମଧ୍ୟରେ ଜମ୍ମୁର କାନାଚକ ସେକ୍ଟରରେ ପାକିସ୍ତାନ ଡ୍ରୋନ ଜରିଆରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ଡ୍ରୋନ୍‌ର ଅନୁପ୍ରବେଶ ପରେ ଜମ୍ମୁ-କଶ୍ମୀର ପୋଲିସ ସମେତ ସେନା ଓ ଅର୍ଦ୍ଧସୈନିକ ବଳଙ୍କ ମିଳିତ ଉଦ୍ୟମରେ କାନାଚକ ସେକ୍ଟର ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଏହି ସମୟରେ କାନାଚକ ଥାନା ଅନ୍ତର୍ଗତ ଗଜନସୁ ଅଞ୍ଚଳରେ କିଛି ଗାଁ ଲୋକ ପାକିସ୍ତାନୀ ଡ୍ରୋନ ଉଡୁଥିବାରୁ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି। କୁହାଯାଉଛି, ଏହି ଡ୍ରୋନ୍‌ ଜରିଆରେ ପାକିସ୍ତାନ କୌଣସି ସନ୍ଦିଗ୍ଧ ଜିନିଷ କିମ୍ବା ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବାକୁ ଉଦ୍ୟମ କରୁଛି। କିନ୍ତୁ ଏହି ଅପରେସନ୍‌ରେ କୌଣସି ପ୍ରକାରର ସନ୍ଦିଗ୍ଧ ଜିନିଷ ସୁରକ୍ଷାକର୍ମୀଙ୍କ ହାତରେ ଲାଗିନାହିଁ। ଅନ୍ୟପଟେ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି ଏବଂ ସୁରକ୍ଷାକର୍ମୀ ପାକିସ୍ତାନ ଉପରେ କଡ଼ା ନଜର ରଖିଛନ୍ତି। ଏହାପୂର୍ବରୁ ଶନିବାର ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ଡ୍ରୋନ୍‌ ଜରିଆରେ ବିପୁଳ ପରିମାଣର ଗୋଳାବାରୁଦ ଓ ଏକେ-୪୭ ରାଇଫଲ ସମେତ ଏକ ବନ୍ଧୁକ ପଠାଇଥିଲା। ଏହାକୁ ସୁରକ୍ଷାକର୍ମୀ ଗୁଳିମାରି ଖସାଇବା ପରେ ଏସବୁ ଜିନିଷ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri