ସାରା ରାତି ଅନ୍ଧାରରେ ପାକିସ୍ତାନ

ଇସଲାମାବାଦ୍‌,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, ପେଶଓ୍ବର, ରାଓ୍ବଲପିଣ୍ଡି ଏବଂ କରାଚି ଆଦି ଦେଶର ସମସ୍ତ ସହର ବାସିନ୍ଦା ହଇରାଣ ହୋଇଛନ୍ତି। ଏନେଇ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଶନିବାର ରାତ୍ର ୧୧ଟା ୪୧ରୁ ପାଓ୍ବାର ସିଷ୍ଟମ୍‌ର ଫ୍ରିକ୍ୱେନ୍ସି ହଠାତ୍‌ ୫୦ରୁ ଶୂନ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଫଳରେ ସାରା ଦେଶ ବ୍ଲାକ୍‌ ଆଉଟ୍‌ ହୋଇଯାଇଥିଲା। ବିଳମ୍ବିତ ରାତ୍ର ୧ଟା ୪୫ରେ କେତେକ ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ଆରମ୍ଭ ହୋଇଥିବାବେଳେ ଅନ୍ୟ ଅଞ୍ଚଳ ସେହିପରି ଅନ୍ଧାରରେ ରହିଥିବା ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୮ରେ ମଧ୍ୟ ପାକିସ୍ତାନରେ ୨ ଥର ବ୍ଲାକ୍‌ ଆଉଟ୍‌ ହୋଇଥିଲା। ୨୦୧୫ରେ ଆନ୍ଦୋଳନକାରୀ ପାଓ୍ବାର ଗ୍ରୀଡ୍‌ ଉପରେ ଆକ୍ରମଣ କରିବାରୁ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କଲେ ଯୁବକ

ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ...

ୟୁରୋପକୁ ବ୍ୟାପୁଛି କରୋନା ଭାଇରସ୍‌

ଲଣ୍ଡନ/ବେଜିଂ/ନୂଆଦିଲ୍ଲୀ, ୨୭ା୨: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ କ୍ରମଶଃ ୟୁରୋପୀୟ ଦେଶଗୁଡ଼ିକୁ ବ୍ୟାପିବାରେ ଲାଗିଛି। ତେବେ ଭୟ କରିବାର କିଛି ନାହିଁ ବୋଲି...

ଟେସଲା କାର୍‌କୁ ହ୍ୟାକ୍‌ କରି ଦେଖାଇଲେ

ନୁୟର୍କ,୧୮।୧: ଜର୍ମାନୀର ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭିଡ୍‌ କଲମ୍ବୋ ଦୁର୍ଘଟଣା ବଶତଃ ଏକ ବଡ଼ ଆବିଷ୍କାର କରିଛନ୍ତି। ସେ ଏକ ଫ୍ରେଞ୍ଚ କମ୍ପାନୀର...

୫ ବର୍ଷର ବାଳକ ଜଳନ୍ତା ଘରୁ ଭଉଣୀ, ପୋଷା କୁକୁରକୁ କଲେ ଉଦ୍ଧାର

ଓ୍ବାଶିଂଟନ,୧୫।୨: ଆମେରିକାର ଜଣେ ୫ ବର୍ଷ ବୟସ୍କ ବାଳକ ଜଳନ୍ତା ଘରୁ ତାଙ୍କ ଭଉଣୀ ଏବଂ ପୋଷା କୁକୁରକୁ ଉଦ୍ଧାର କରିଛନ୍ତି। ଜର୍ଜିଆର ବାର୍ଟୋ କାଉଣ୍ଟିରେ...

ତାଲିବାନ ଦଖଲ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ସକ୍ରିୟ, ଜାତିସଂଘ ରିପୋର୍ଟ…

ଜେନେଭା/କାବୁଲ, ୩୦।୫ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେଠାରେ ସେମାନେ ପ୍ରଶିକ୍ଷଣ ଶିବିର...

ଏଲୋନ୍‌ ମୁସ୍କ୍‌ଙ୍କ ବିବାଦୀୟ ଟୁଇଟ୍‌: ଟେସଲାର ୧୫ ଶହ କୋଟି ଡଲାର କ୍ଷତି

ନ୍ୟୁୟର୍କ,୨।୫: ଟେସଲା ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ପ୍ରାୟ ୧୫ ଶହ କୋଟି ଡଲାରର କ୍ଷତି ସହିଛି। ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିବାହୀ ଏଲୋନ୍‌ ମୁସ୍କ୍‌ଙ୍କର...

କାରଗିଲ୍‌ ଯୁଦ୍ଧ ଭୋକିଲା ଲଢ଼ିଥିଲେ ପାକିସ୍ତାନୀ ସୈନ୍ୟ: ନଓ୍ବାଜ ଶରିଫ୍‌

ଲଣ୍ଡନ, ୨୬।୧୦: ଭାରତ ପାକିସ୍ତାନ ମଧ୍ୟରେ ୧୯୯୯ରେ ହୋଇଥିବା କାରଗିଲ୍‌ ଯୁଦ୍ଧ ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ସମୟରେ...

୨ ଦିନରେ ଦ୍ୱିଗୁଣିତ ଓମିକ୍ରନ୍‌

ଲଣ୍ଡନ,୧୪ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ୬୦ରୁ ଅଧିକ ଦେଶରେ ତୀବ୍ର ଗତିରେ ମାଡ଼ିଚାଲିଛି। ବିଶେଷ କରି ବ୍ରିଟେନରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି।...

Advertisement
Archives

Model This Week