ପାକିସ୍ତାନକୁ ପାନେ ଦେଲା ଆମେରିକା: ଶେହବାଜଙ୍କ ନିଦ ହଜିଲା

ଓ୍ବାଶିଂଟନ,୧୪।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜିକାଲି ଭାରତ ଉପରେ ରାଗିକି ଅଛନ୍ତି। ସେ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ପାକିସ୍ତାନ ସହିତ ତାଙ୍କର ଘନିଷ୍ଠତା ବୃଦ୍ଧି ପାଇଛି। ପାକ ସେନା ମୁଖ୍ୟ ଅସୀମ ମୁନିର ସମ୍ପ୍ରତି ଦୁଇଥର ଆମେରିକା ଗସ୍ତ କରିଥିଲେ। ତଥାପି, ଏହି ସମୟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆମେରିକା ମାନବାଧିକାର ଉଲ୍ଲଂଘନ ଉପରେ ଏକ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ରଏଟର୍ସ ଅନୁଯାୟୀ, ଏହି ରିପୋର୍ଟ ମାଧ୍ୟମରେ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି। ଏହା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିଦ ହଜିଛି।

ଆମେରିକା ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନ କେବେ କେବେ ମାନବାଧିକାର ଉଲ୍ଲଂଘନ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଏଥିରେ ଭାରତ କଥା ମଧ୍ୟ ଉଲ୍ଲେଖ କରାଯାଇଛି।

ଭାରତ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି, ସରକାର ମାନବାଧିକାର ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ ସର୍ବନିମ୍ନ ବିଶ୍ୱସନୀୟ ପଦକ୍ଷେପ ନେଇଛି। ସେମାନଙ୍କ ବିରୋଧରେ କମ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାକିସ୍ତାନ ସମ୍ପର୍କରେ କୁହାଯାଇଛି, ସରକାର କ୍ୱଚିତ୍‌ ମାନବାଧିକାର ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଏହି ରିପୋର୍ଟ ପାକିସ୍ତାନକୁ ଏକ ବଡ଼ ଝଟକା ଦେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?