Posted inTrending, ଖେଳ

ଖେଳାଳିଙ୍କୁ ହୋମଓ୍ବାର୍କ ଦେଲେ କୋଚ ଗୌତମ ଗମ୍ଭୀର: କରିବାକୁ ପଡ଼ିବ ଏମିତି କାମ

ନୂଆଦିଲ୍ଲୀ,୩।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଏବେ ବ୍ରେକ୍‌ରେ ଅଛନ୍ତି ଭାରତୀୟ ଟି-୨୦ ଦଳର ଖେଳାଳି। ପରବର୍ତ୍ତୀ ଟି-୨୦ ସିରିଜ ପୂର୍ବରୁ ସେମାନଙ୍କ ପାଖରେ ଏକ ମାସରୁ ଅଧିକ ସମୟ ରହିଛି। ତେବେ ଏହି ଛୁଟି ସମୟରେ ଖେଳାଳିମାନେ କ’ଣ କରିବେ? ଏହାର ଉତ୍ତର ଦେଇଛନ୍ତି ଟିମ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର। ବ୍ରେକ ସମୟରେ ମଧ୍ୟ ଫିଟନେସ ବଜାୟ ରଖିବା ସହ ପରବର୍ତ୍ତୀ ସିରିଜ ପାଇଁ ପ୍ରସ୍ତୁତ ରହିବାକୁ ସେ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି।

ସିରିଜ ବିଜୟ ପରେ ଖେଳାଳିଙ୍କୁ ଗମ୍ଭୀର ଏକ ଗୁରୁତ୍ୱପୂର୍ଣ୍ଣ ହୋମୱାର୍କ ଦେଇଛନ୍ତି। ଏକ ମାସର ବ୍ରେକ ସମୟରେ ନିଜ ଫିଟନେସ୍‌କୁ ନେଇ କୌଣସି ସାଲିସ ନକରିବାକୁ ସେ କହିଛନ୍ତି। ଭାରତୀୟ ଦଳର ପରବର୍ତ୍ତୀ ଟି-୨୦ ମିଶନ ଶ୍ରୀଲଙ୍କା ବିପକ୍ଷରେ ଥିବାରୁ ଏବେଠାରୁ ପ୍ରସ୍ତୁତି ଜାରି ରଖିବାକୁ ଗମ୍ଭୀର ପରାମର୍ଶ ଦେଇଛନ୍ତି।

ଗମ୍ଭୀର କହିଛନ୍ତି, ଭାରତୀୟ ଦଳ ଅଧିକ ଟି-୨୦ କ୍ରିକେଟ ଖେଳୁ ନ ଥିବାରୁ ଏହି ବ୍ରେକ୍ର ସଠିକ ଉପଯୋଗ କରିବା ଜରୁରୀ। ଖେଳାଳିମାନେ ଫିଟ ରହିବା ସହ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭଲ ଭାବେ ପ୍ରସ୍ତୁତ ହେବା ଆବଶ୍ୟକ। କେବଳ ସିରିଜ ଜିତିଦେଲେ ଦାୟିତ୍ୱ ଶେଷ ହୋଇଯାଏ ନାହିଁ ବୋଲି ଗମ୍ଭୀର ଖେଳାଳିଙ୍କୁ ମନେ ପକାଇ ଦେଇଛନ୍ତି। ଦଳ ଭାବେ ନିରନ୍ତର ଉନ୍ନତି କରିବା ସହ ଏକାଠି ଚିନ୍ତା କରିବା ଓ ଏକାଠି ଖେଳିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ଡିସେମ୍ବରରେ ଭାରତୀୟ ମାଟିରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ତେଣୁ ଏହି ବ୍ରେକ ସମୟରେ ଖେଳାଳିଙ୍କ ଫିଟନେସ ଓ ପ୍ରସ୍ତୁତି ଉପରେ ରହିବ ଟିମ ମ୍ୟାନେଜମେଣ୍ଟର ନଜର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ସିରିଜ୍‌ ପୂର୍ବରୁ ଶୁବମନ ଗିଲ୍‌ଙ୍କ ବଡ଼ ବୟାନ: କହିଲେ, ବୁମ୍‌ରା-ପାଣ୍ଡ୍ୟାଙ୍କ ବିନା ବି ଆମେ…

ନୂଆଦିଲ୍ଲୀ,୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ରୁ ଆରମ୍ଭ ହେବ। ସିରିଜ୍‌ର ପ୍ରଥମ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କ…

ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କଲା ରୁଷିଆ; ୨୬ ମୃତ, ୨୭ ନିଖୋଜ

କ୍ୱିଭ,୩।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆଉ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ରୁଷୀୟ ସେନା ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଥିବା…

ଅକଲ୍ୟାଣ୍ଡ ଦିନିକିଆ ପୂର୍ବରୁ ବଢ଼ିଲା ଶୁବମନ ଗିଲଙ୍କ ଚିନ୍ତା; ବିଜୟ ହାସଲ କରିବାକୁ ହେଲେ ଭାରତକୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସିରିଜର ପ୍ରଥମ ମ୍ୟାଚ ଅକଲାଣ୍ଡର…

ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ନଜରରେ ୪ ଐତିହାସିକ ରେକର୍ଡ: ହାତରେ ରହିଛି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୩।୧୧: ନଭେମ୍ବର ୪ରୁ ଆରମ୍ଭ ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ। ଏହି ସିରିଜ୍‌ରେ ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଉପରେ…

ନ୍ୟାୟପାଳିକା ଉପରେ ବର୍ଷିଲେ CJP ନେତା ସୌରଭ ଦାସ, ହେଲେ କାହିଁକି? ଜାଣନ୍ତୁ ପ୍ରକୃତ କାରଣ କ’ଣ

ନୂଆଦିଲ୍ଲୀ,୩।୧୧: CJP ନେତା ସୌରଭ ଦାସ ଗତକାଲି ବିଳମ୍ବିତ ରାତିରେ ‘X’ (ଟୁଇଟର) ମାଧ୍ୟମରେ ନ୍ୟାୟପାଳିକାକୁ ଟାର୍ଗେଟ କରିଛନ୍ତି। ସେ ବିଚାରପତିମାନଙ୍କ ଦ୍ୱାରା ଦିଆଯାଇଥିବା ରାୟଗୁଡ଼ିକ ଉପରେ…

ହୀରାକୁଦ ଜଳଭଣ୍ଡାରର ୨ ସ୍ଲୁଇସ ଗେଟ୍‌ ବନ୍ଦ: ୩ ଗେଟରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର,୩।୧୧(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

କ୍ରିକେଟ୍‌ରେ ଇତିହାସ ରଚିଲେ ପ୍ରେମା: ମାତ୍ର ୧୪ ବଲ୍‌ରେ କଲେ ଏମିତି କାରନାମା, ଭାଙ୍ଗିଲେ ପାକିସ୍ତାନୀ ଖେଳାଳିଙ୍କ ରେକର୍ଡ

ନୂଆଦିଲ୍ଲୀ,୩।୧୧:ଛକା ଓ ଚୌକା ବର୍ଷା କରି ମାତ୍ର ୧୪ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଉତ୍ତରାଖଣ୍ଡର ମହିଳା କ୍ରିକେଟର ପ୍ରେମା ରାୱତ। ସିନିୟର ମହିଳା ଟି-୨୦ ଟ୍ରଫିରେ…

ବେଲ୍‌ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରସେଲ୍ସ, ୩ା୧୧: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍‌ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?