ଜେନେଭା,୨୫।୨: ଆତଙ୍କବାଦୀ ସଂଗଠନଗୁଡ଼ିକର ସହାୟତାରେ ପାକିସ୍ତାନ ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି। ଜାତିସଂଘ ମାନବାଧିକାର ବଠକରେ ଏଭଳି ଅଭିଯୋଗ କରି ପାକିସ୍ତାନକୁ ଘେରିଛି। ଜାତିସଂଘରେ ଅବସ୍ଥାପିତ ଥିବା ଭାରତ ସ୍ଥାୟୀ ପ୍ରତିନିଧି ନାଗରାଜ ନାଇଡୁ ପାକିସ୍ତାନର ନାମ ନ ନେଇ କହିଛନ୍ତି ଯେ, କେତେକ ଦେଶ ଅନ୍ତର୍ଜାତୀୟ କଟକଣାରୁ ମୁକୁଳିବା ପାଇଁ ଆତଙ୍କବାଦୀ ସଂଗଠନକୁ ଆବଶ୍ୟକ ସହାୟତା ଯୋଗାଇ ଦେଇ ଛାୟାଯୁଦ୍ଧର ସାହାରା ନେଉଛନ୍ତି। ୧୯୯୩ ମୁମ୍ବାଇ ଆକ୍ରମଣ, ପୁଲଓ୍ବାମା, ପଠାଣକୋଟ ଆଦି ଆତଙ୍କବାଦୀ ଘଟଣାରେ ଭାରତର ପଡ଼ୋଶୀ ଦେଶର ପ୍ରଚ୍ଛନ୍ନ ହାତ ଥିବା ପ୍ରମାଣିତ ହୋଇ ସାରିଛି ବୋଲିସେ କହିଛନ୍ତି। ଏସବୁ ଯୋଜନାବଦ୍ଧ ଭାବେ କରାଯାଇଛି। ଏଭଳି ଘଟଣା ଦ୍ୱାରା ଭାରତକୁ ସୀମାପାର ଛାୟାଯୁଦ୍ଧ ସହ୍ୟ କରିବାକୁ ପଡୁଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।