ସୋନୁ ସୁଦଙ୍କୁ ପାକିସ୍ତାନରୁ ଆସିଲା ପ୍ରଶଂସା ବାର୍ତ୍ତା: ଜାଣନ୍ତୁ କିଏ କଲେ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ଅନେକ ଅସହାୟଙ୍କୁ ସାହାଯ୍ୟ କରିିଛନ୍ତି। ଏବେ ବି ତାଙ୍କର ଏହି କାମ ଜାରି ରହିଛି। ଏହି ପଦକ୍ଷେପ ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରିପାରିଛି। ଏଥିପାଇଁ ସମସ୍ତେ ସୋନୁଙ୍କୁ ମେସେଜ୍‌ କରି ତାଙ୍କର ପ୍ରଶଂସା କରୁଛନ୍ତି। ଏବେ ପାକିସ୍ତାନରୁ ସୋନୁଙ୍କୁ ପ୍ରଶଂସା ବାର୍ତ୍ତା ଆସିଛି। ଜଣେ କ୍ୟୁଟ୍‌ ଶିଶୁ ଅହମ୍ମଦ ଶାହ ଏକ ଭିଡିଓ ମାଧ୍ୟମରେ ସୋନୁଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଅହମ୍ମଦ କହିଛନ୍ତି, ହାଲୋ ସୁନୋ ସାର, ଆପଣ କେମିତି ଅଛନ୍ତି। ଭଲ ଅଛନ୍ତି ତ? ମୁଁ ଅହମ୍ମଦ ଶାହ। ମୋଠାରୁ ଆପଣଙ୍କୁ ବହୁତ ଭଲପାଇବା, ଆପଣ ବହୁତ ଭଲ କାମ କରୁଛନ୍ତି। ଆଇ ଲଭ୍‌ ୟୁ ସାର୍‌, ଖୁସିରେ ରୁହନ୍ତୁ। ଅହମ୍ମଦଙ୍କ ଏହି ଭିଡିଓ ପାକିସ୍ତାନ ସମେତ ଭାରତରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


ଅହମ୍ମଦ ପାକିସ୍ତାନ ସମେତ ଭାରତରେ ଖୁବ୍‌ ପ୍ରସିଦ୍ଧ। ପୂର୍ବରୁ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ଉକ୍ତ ଭିଡଓରେ, ଏକ ସ୍କୁଲରେ ବଦ୍‌ମାସ କରୁଥିବା ପିଲାମାନଙ୍କଠାରୁ ଶିକ୍ଷକ ବାଗ ଛଡାଇ ନେଇଯାଉଥିଲେ। ସେହି ସମୟରେ ଅହମ୍ମଦ ଜଣେ ଶିକ୍ଷକଙ୍କୁ ଧମକ ଦେଉଥିବାର ଭିଡିଓ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ଓସ୍କାର ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା କେଉଁ ପୁରସ୍କାର

ମନୋରଞ୍ଜନର ସବୁଠୁ ବଡ଼ ପୁରସ୍କାର ଭାବେ ବିବେଚନା କରାଯାଉଥିବା ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଲସ୍‌ ଏଞ୍ଜେଲସ ଓସ୍କାର ୨୦୨୩ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...

କାହିଁକି ଫିଲ୍ମରେ ସର୍ଟ ଖୋଲନ୍ତି ସଲମାନ୍‌, କହିଲେ ଏପରି କିଛି

ବଲିଉଡ୍‌ ଦବଙ୍ଗ ଖାନ୍‌ ଅର୍ଥାତ ସଲମାନ୍‌ଙ୍କୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି। ତାଙ୍କର ଲମ୍ବା ଏବଂ ସଫଳ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ...

ପୱନଦୀପ ହେଲେ ଇଣ୍ଡିଆନ୍‌ ଆଇଡଲ୍‌-୧୨ର ବିଜେତା: ମିଳିଲା ଏମିତି ପୁରସ୍କାର

ସୋନି ଟିଭିରେ ପ୍ରସାରିତ ଗୀତ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ୧୨ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି। ୧୫ ଅଗଷ୍ଟରେ ଇଣ୍ଡିଆନ ଆଇଡଲ ଏହାର ଦ୍ୱାଦଶ...

ସ୍ବାମୀଙ୍କ ଭୟରେ ଘରୁ ବାହାରିବାକୁ ଡରୁଥିଲେ ଅଭିନେତ୍ରୀ, ଏବେ ବଖାଣିଲେ ଦୁଃଖ

ବମ୍ବେ: କିଛି ଦିନର ଡେଟିଂ ପରେ ବିବାହ। ଏବେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିବା ପରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରି ଆସୁଛନ୍ତି ଅଭିନେତ୍ରୀ ସୁସ୍ମିତା...

‘ବିଗ୍‌ ବସ୍‌-୧୩’ରେ ହୋଷ୍ଟ ପାଇଁ ସଲମାନ୍‌ ନେବେ ୪୦୩ କୋଟି

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌ ୧୩କୁ ନେଇ ବିଗତ କିଛି ଦିନ ହେବ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି।...

ସ୍ପେସ୍‌ଓ୍ବାକ୍‌ କରିବେ ଟମ୍‌ କ୍ରୁଶ୍‌

ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁଶ୍‌(୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ...

ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ...

Advertisement
Archives

Model This Week