Posted inଖେଳ

ଭାରତ ଆସିବାକୁ ପାକିସ୍ତାନ କ୍ରିକେଟ ଦଳକୁ ଅନୁମତି

କରାଚୀ, ୭ା୮ (ପି.ଟି.): ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଖେଳିବା ପାଇଁ ପାକିସ୍ତାନ ସରକାର ରବିବାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଭାରତ ଯିବା ଲାଗି ଅନୁମତି ପ୍ରଦାନ କରିଛି। ତେବେ ଦଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ସହ ଏନେଇ ଆଇସିସି ଓ ବିସିସିଆଇର ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛି। ଭାରତରେ ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ମ୍ୟାଚ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ଅହମଦାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରାଯାଇ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ୍‌ ଇସ୍ତାହାରରେ କହିଛି, ଖେଳ ସହିତ ରାଜନୀତିକୁ ମିଶ୍ରଣ ନ କରିବା ଲାଗି ପାକିସ୍ତାନ ବାରମ୍ବାର କହିଆସିଛି। ଆଗାମୀ ବିଶ୍ୱକପ୍‌ରେ ଭାଗ ନେବାଲାଗି ଭାରତକୁ ଦଳ ପଠାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ଅନ୍ତର୍ଜାତୀୟ କ୍ରୀଡ଼ା ସମ୍ବନ୍ଧୀୟ ଦାୟିତ୍ୱ ପୂରଣ କ୍ଷେତ୍ରରେ ଅନ୍ତରାୟ ନ ହେଉ। ଭାରତ ଗସ୍ତ ସମୟରେ ପାକିସ୍ତାନ ଦଳକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦିଆଯିବ ବୋଲି ଆମେ ଆଶା କରୁଛୁ। ଏସିଆ କପ୍‌ ଖେଳିବା ଲାଗି ପାକିସ୍ତାନକୁ ଦଳ ପଠାଇବା ଲାଗି ଭାରତ ମନା କରିଦେଇଥିଲା।

ଏହା ସତ୍ତ୍ୱେ ଭାରତକୁ ଦଳ ପଠାଇବା ଲାଗି ପାକିସ୍ତାନ ରାଜି ହେବା ଏକ ଗଠନମୂଳକ ନିଷ୍ପତ୍ତି ବୋଲି କୁହାଯାଉଛି। ୫୦ ଓଭର ବିଶିଷ୍ଟ ଇଭେଣ୍ଟରେ ଜାତୀୟ ଦଳର ଅଂଶଗ୍ରହଣ ନେଇ ଦୀର୍ଘ ସମୟ ଧରି ଦେଖା ଦେଇଥିବା ଅନିଶ୍ଚିତତାର ଅବସାନ ଘଟିଛି। ଏସିଆ କପ୍‌ ୨୦୨୩ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବା ଲାଗି ଭାରତ ରାଜି ନ ହେବା ପରେ ଏହାର ପୂର୍ବତନ ଖେଳାଳି ତଥା ପିସିବି ମୁଖ୍ୟ ରମିଜ ରାଜା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଶ୍ୱକପ୍‌ ଖେଳିବା ଲାଗି ପାକିସ୍ତାନ ଭାରତ ଗସ୍ତରେ ଯିବ ନାହିଁ ବୋଲି ସେ ଧମକ ଦେଇଥିଲେ। ଫଳରେ ପାକିସ୍ତାନର ଅଂଶଗ୍ରହଣ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି)ର ନିଷ୍ପତ୍ତି ଅନୁସାରେ ଏସିଆ କପ୍‌ ବର୍ତ୍ତମାନ ହାଇବ୍ରିଡ୍‌ ମଡେଲ ଅନୁସାରେ ଖେଳାଯିବ। ଏହା ଅଗଷ୍ଟ ୩୦ରେ ଆରମ୍ଭ ହେବ। ପାକିସ୍ତାନରେ ୪ଟି ମ୍ୟାଚ ଖେଳାଯିବାକୁଥିବା ବେଳେ ଫାଇନାଲ ସମେତ ଅବଶିଷ୍ଟ ୯ଟି ମ୍ୟାଚ ଶ୍ରୀଲଙ୍କାରେ ହେବ।

କିଛି ଦିନ ତଳେ ପିସିବି ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିକଟକୁ ପତ୍ର ଲେଖିଥିଲା। ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ ଖେଳିବା ଲାଗି ଭାରତ ଯିବା ପାଇଁ ଅନୁମତି ମାଗିଥିଲେ। ଏହାର ଏକ ନକଲ ଆଭ୍ୟନ୍ତରୀଣ ଓ ବୈଦେଶିକ ମନ୍ତ୍ରଣାଳୟ ନିକଟକୁ ମଧ୍ୟ ପଠାଯାଇଥିଲା। ପାକିସ୍ତାନ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଶରିଫ ବୈଦେଶିକ ମନ୍ତ୍ରୀ ବିଲାଓ୍ବାଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ କଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ପାକିସ୍ତାନ ଶେଷ ଥର ପାଇଁ ୨୦୧୬ରେ ଆଇସିସି ଟି୨୦ ବିଶ୍ୱକପ୍‌ ଖେଳିବା ଲାଗି ଭାରତ ଗସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?