Posted inଫୁରସତ

ଅପସନ୍ଦ ସ୍ବାମୀଙ୍କୁ ବଦଳାଇପାରିବେ: ଏହି ଦେଶରେ ମହିଳାଙ୍କୁ ମିଳିଛି ଅଜବ ସ୍ବାଧୀନତା

ମୁସଲମାନ ସମ୍ପ୍ରଦାୟରେ ସ୍ତ୍ରୀ ଥିବା ବେଳେ ଜଣେ ପୁରୁଷ ଦ୍ୱିତୀୟ କିମ୍ବା ତୃତୀୟ ବିବାହ କରୁଥିବା ଆମେ ଦେଖିଛୁ। ଆମର ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ହୋଇଥାଏ। ତେବେ ଏଠାରେ କେବଳ ପୁରୁଷ ନୁହନ୍ତି, ମହିଳାଙ୍କୁ ମଧ୍ୟ ଅନ୍ୟ ପୁରୁଷ ସହ ସମ୍ପର୍କ ସ୍ଥାପନ କରିବାର ଅନୁମତି ମିଳିଛି। ପାକିସ୍ତାନର ଆଫଗାନିସ୍ତାନର ସୀମା ନିକଟରେ ସଟା ନାମକ ଏକ ସ୍ଥାନ ରହିଛି। ଏଠାରେ କଲାସା ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଏହି ବର୍ଗର ମହିଳାମାନେ ଯେମିତି ସୁନ୍ଦର ସେମିତି ବିନ୍ଦାସ୍‌ ମଧ୍ୟ। କିନ୍ତୁ ଏହି ମହିଳାମାନେ ବହୁତ ସ୍ବାଧୀନତା ପାଇଛନ୍ତି। ସେମାନେ ବୁର୍ଖା ବଦଳରେ ରଙ୍ଗିନ୍‌ ପୋଷାକ ପିନ୍ଧିଥା’ନ୍ତି ଏବଂ ସବୁପ୍ରକାରର ନିଷ୍ପତ୍ତି ନେଇଥାନ୍ତି। ବିବାହ ମଧ୍ୟ ନିଜ ପସନ୍ଦରେ କରିଥାନ୍ତି। ଉକ୍ତ ସମ୍ପ୍ରଦାୟର ଜନସଂଖ୍ୟା ବହୁତ କମ୍‌। ଏଠାରେ ପ୍ରାୟ ୪ ହଜାର ଲୋକ ବାସ କରନ୍ତି। କିନ୍ତୁ ଭିନ୍ନ ପରମ୍ପରା ପାଇଁ ଏମାନେ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିଜ ପସନ୍ଦର ପୁଅକୁ ବିବାହ କରିବା ପରେ ମଧ୍ୟ ଯଦି ଅନ୍ୟ ପୁରୁଷ ଅଧିକ ପସନ୍ଦକୁ ଆସିଯାଏ, ତେବେ ସେମାନେ ପ୍ରଥମ ସ୍ବାମୀଙ୍କୁ ବଦଳାଇ ସମ୍ପୃକ୍ତ ଯୁବକଙ୍କୁ ବିବାହ କରିଥାନ୍ତି। ଏଠାରେ ମହିଳାଙ୍କୁ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏଠାରେ କୌଣସି ଉତ୍ସବ ହେଲେ ମହିଳା ଓ ପୁରୁଷ ଏକାଠି ମଦ ପିଇଥାନ୍ତି। ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାନେ ଉକ୍ତ ସ୍ଥାନ ରହିଥିବାରୁ ଏଠାକାର ଲୋକମାନେ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ରଖିଥାନ୍ତି। ସମ୍ପୃକ୍ତା ମହିଳାମାନେ ସଜବାଜ ହେବାକୁ ବିଶେଷ ଭଲପାଆନ୍ତି। କଲାସା ସମ୍ପ୍ରଦାର ପରମ୍ପରା ଅନ୍ୟ ଜାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ କାହାର ମୃତ୍ୟୁ ହେଲେ ଦୁଃଖ ନୁହେଁ, ଖୁସି ମନାଯାଇଥାଏ। ସେମାନେ ନାଚ-ଗୀତ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri