Posted inଫୁରସତ

ଅପସନ୍ଦ ସ୍ବାମୀଙ୍କୁ ବଦଳାଇପାରିବେ: ଏହି ଦେଶରେ ମହିଳାଙ୍କୁ ମିଳିଛି ଅଜବ ସ୍ବାଧୀନତା

ମୁସଲମାନ ସମ୍ପ୍ରଦାୟରେ ସ୍ତ୍ରୀ ଥିବା ବେଳେ ଜଣେ ପୁରୁଷ ଦ୍ୱିତୀୟ କିମ୍ବା ତୃତୀୟ ବିବାହ କରୁଥିବା ଆମେ ଦେଖିଛୁ। ଆମର ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ହୋଇଥାଏ। ତେବେ ଏଠାରେ କେବଳ ପୁରୁଷ ନୁହନ୍ତି, ମହିଳାଙ୍କୁ ମଧ୍ୟ ଅନ୍ୟ ପୁରୁଷ ସହ ସମ୍ପର୍କ ସ୍ଥାପନ କରିବାର ଅନୁମତି ମିଳିଛି। ପାକିସ୍ତାନର ଆଫଗାନିସ୍ତାନର ସୀମା ନିକଟରେ ସଟା ନାମକ ଏକ ସ୍ଥାନ ରହିଛି। ଏଠାରେ କଲାସା ସମ୍ପ୍ରଦାୟର ଲୋକେ ବାସ କରନ୍ତି। ଏହି ବର୍ଗର ମହିଳାମାନେ ଯେମିତି ସୁନ୍ଦର ସେମିତି ବିନ୍ଦାସ୍‌ ମଧ୍ୟ। କିନ୍ତୁ ଏହି ମହିଳାମାନେ ବହୁତ ସ୍ବାଧୀନତା ପାଇଛନ୍ତି। ସେମାନେ ବୁର୍ଖା ବଦଳରେ ରଙ୍ଗିନ୍‌ ପୋଷାକ ପିନ୍ଧିଥା’ନ୍ତି ଏବଂ ସବୁପ୍ରକାରର ନିଷ୍ପତ୍ତି ନେଇଥାନ୍ତି। ବିବାହ ମଧ୍ୟ ନିଜ ପସନ୍ଦରେ କରିଥାନ୍ତି। ଉକ୍ତ ସମ୍ପ୍ରଦାୟର ଜନସଂଖ୍ୟା ବହୁତ କମ୍‌। ଏଠାରେ ପ୍ରାୟ ୪ ହଜାର ଲୋକ ବାସ କରନ୍ତି। କିନ୍ତୁ ଭିନ୍ନ ପରମ୍ପରା ପାଇଁ ଏମାନେ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିଜ ପସନ୍ଦର ପୁଅକୁ ବିବାହ କରିବା ପରେ ମଧ୍ୟ ଯଦି ଅନ୍ୟ ପୁରୁଷ ଅଧିକ ପସନ୍ଦକୁ ଆସିଯାଏ, ତେବେ ସେମାନେ ପ୍ରଥମ ସ୍ବାମୀଙ୍କୁ ବଦଳାଇ ସମ୍ପୃକ୍ତ ଯୁବକଙ୍କୁ ବିବାହ କରିଥାନ୍ତି। ଏଠାରେ ମହିଳାଙ୍କୁ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏଠାରେ କୌଣସି ଉତ୍ସବ ହେଲେ ମହିଳା ଓ ପୁରୁଷ ଏକାଠି ମଦ ପିଇଥାନ୍ତି। ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାନେ ଉକ୍ତ ସ୍ଥାନ ରହିଥିବାରୁ ଏଠାକାର ଲୋକମାନେ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ରଖିଥାନ୍ତି। ସମ୍ପୃକ୍ତା ମହିଳାମାନେ ସଜବାଜ ହେବାକୁ ବିଶେଷ ଭଲପାଆନ୍ତି। କଲାସା ସମ୍ପ୍ରଦାର ପରମ୍ପରା ଅନ୍ୟ ଜାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ କାହାର ମୃତ୍ୟୁ ହେଲେ ଦୁଃଖ ନୁହେଁ, ଖୁସି ମନାଯାଇଥାଏ। ସେମାନେ ନାଚ-ଗୀତ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri