ଭାରତ ପାଣି ବନ୍ଦ କରିବା ପରେ ପାକିସ୍ତାନ ଖପ୍ପା, ମନ୍ତ୍ରୀ କହିଲେ ଆମ ପାଖରେ ବି ବିକଳ୍ପ ଅଛି, ଆମେ ଚାହିଁଲେ…

ନୂଆଦିଲ୍ଲୀ/ଇସଲାମାବାଦ,୪ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିନ୍ଧୁ ନଦୀ ଚୁକ୍ତିନାମା ବାତିଲ ଘୋଷଣା କରିଛି। ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ରାଗି କି ନିଆଁବାଣ। ଏବେ ଭାରତକୁ ପରମାଣୁ ବୋମା ମାଡ଼ର ଧମକ ଦେଉଛି। ପହଲଗାମ ଆକ୍ରମଣ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାର ଏକ ସାକ୍ଷାତକାରରେ କହିଛନ୍ତି, ଯେ ଯଦି ଭାରତ ଜଳ ଯୋଗାଣ ବନ୍ଦ କରିଦିଏ, ତେବେ ଆମ ପାଖରେ ମଧ୍ୟ ବିକଳ୍ପ ଅଛି। ପାକିସ୍ତାନ ଏକ ପରମାଣୁ ସମ୍ପନ୍ନ ଦେଶ। ଆମର ନିଜକୁ ସୁରକ୍ଷା ଦେବାର ଅଧିକାର ଅଛି।

ସେ କହିଛନ୍ତି, ଭାରତ ପାଖରେ ପାଣି ବନ୍ଦ କରିବାର କ୍ଷମତା ନାହିଁ। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରାଯାଇପାରିବ ନାହିଁ। ଆମେ କଡ଼ା ଜବାବ ଦେବୁ, ଆମ ବଞ୍ଚିବା ପାଇଁ ପାଣି ଜରୁରୀ।

ସେ କହିଛନ୍ତି, ପାକିସ୍ତାନ ଏହି ସମୟରେ ଭାରତ ସହିତ ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ କାରଣ ଭାରତ ମିଥ୍ୟା ଅଭିଯୋଗ ଆଣୁଛି ଏବଂ ପାକିସ୍ତାନ ଉପରେ ଆକ୍ରମଣ କରୁଛି। ଆମେ କେବଳ ଏତିକି କହୁଛୁ ଯେ, ଏକ ସ୍ବାଧୀନ ଏବଂ ନିରପେକ୍ଷ ତଦନ୍ତ ହେବା ଉଚିତ୍‌।

ସେ କହିଛନ୍ତି, ପାଶ୍ଚାତ୍ୟ ଗଣମାଧ୍ୟମ ମଧ୍ୟ କହିଛି ପାକିସ୍ତାନ ବିରୋଧରେ କୌଣସି ପ୍ରମାଣ ନାହିଁ। ଆମର ପ୍ରଧାନମନ୍ତ୍ରୀ ଏକ ସ୍ବଚ୍ଛ ଏବଂ ସ୍ବାଧୀନ ତଦନ୍ତ ଦାବି କରିଛନ୍ତି। ଯଦି ଆମେ ଏହି ଘଟଣାରେ ଜଡ଼ିତ, ତେବେ ଆମେ କାହିଁକି ତଦନ୍ତ ଦାବି କରିବୁ?

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାର କହିଛନ୍ତି, “ଆମେ ଲାହୋରରେ ଜଣେ ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ଗିରଫ କରିଛୁ। ପୂର୍ବରୁ, ଆମେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଜଣେ ଭାରତୀୟ ନୌସେନା ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲୁ।”

ସେ କହିଛନ୍ତି, କଶ୍ମୀରରେ ୯ ଲକ୍ଷ ଭାରତୀୟ ସୈନିକ ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି, ଯେଉଁମାନେ କେବଳ ନିଜର ଆତ୍ମର୍ନିଣ୍ଣୟର ଅଧିକାର ପାଇଁ ଲଢ଼ୁଛନ୍ତି। ଜାତିସଂଘ ପ୍ରସ୍ତାବ ଅନୁଯାୟୀ ସେମାନେ ପାଇବାକୁ ହକଦାର ହୋଇଥିବାରୁ ଆମେ ସେମାନଙ୍କୁ ରାଜନୈତିକ ଏବଂ ଆର୍ଥିକ ସହାୟତା ଯୋଗାଇବା ଜାରି ରଖିବୁ। କଶ୍ମୀରରେ ୯ ଲକ୍ଷ ସୈନିକ କାହିଁକି ମୁତୟନ? ସେମାନେ କ’ଣ କଶ୍ମୀରମାନଙ୍କୁ ନ୍ୟାୟ ଦେବା ପାଇଁ ସେଠାରେ ଅଛନ୍ତି?

ସେ କହିଛନ୍ତି, ‘ଆମର ପ୍ରତିରକ୍ଷା ପ୍ରଣାଳୀ ବହୁତ ଶକ୍ତିଶାଳୀ। ଆମର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ ଆମେ ନିୟମିତ ଭାବରେ ଆମ ଦେଶରେ ଏପରି ଅଭ୍ୟାସ (କ୍ଷେପଣାସ୍ତ୍ର ପରୀକ୍ଷଣ) କରୁ। ପାକିସ୍ତାନ ଏକ ପରମାଣୁ ଶକ୍ତିଶାଳୀ ଏବଂ ଏହି ପରୀକ୍ଷଣ ନିୟମିତ।

ସେ କହିଛନ୍ତି, ପାକିସ୍ତାନ ଏକ ଦାୟିତ୍ୱବାନ ଦେଶ ଏବଂ ଶାନ୍ତିରେ ବିଶ୍ୱାସ କରେ, କିନ୍ତୁ ଆମର ମଧ୍ୟ ନିଜକୁ ରକ୍ଷା କରିବାର ଅଧିକାର ଅଛି। ଆମେ ପ୍ରତି କିଛି ମାସରେ ଏପରି ପରୀକ୍ଷଣ କରୁ ଏବଂ ବିଶ୍ୱ ଶାନ୍ତିକୁ ସମର୍ଥନ କରିବା ସହିତ, ଆମେ ନିଜକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଭାରତର ପାଣି ବନ୍ଦ କରିବାର କ୍ଷମତା ନାହିଁ, କିନ୍ତୁ ଯଦି ସେମାନେ ଏପରି କରନ୍ତି, ତେବେ ଆମ ପାଖରେ ସମସ୍ତ ବିକଳ୍ପ ଅଛି। ଆମେ ଏହାର କଡ଼ା ଜବାବ ଦେବୁ କାରଣ ପାଣି ଆମ ଅସ୍ତିତ୍ୱ ପାଇଁ ଆବଶ୍ୟକ। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖାଯାଇପାରିବ ନାହିଁ।’


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri