Posted inଫୁରସତ

ପକ୍କେ ବାଘ ଅଭୟାରଣ୍ୟ ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି ବାଘ ସଂରକ୍ଷଣ କେନ୍ଦ୍ରଟି ପାଖୁଇ ରିଜର୍ଭ ଫରେଷ୍ଟ ଭାବେ ପ୍ରଥମେ ଏଠାରେ ଗଢ଼ି ଉଠିଥିଲା। ପରେ ୧୯୭୭ ମସିହାରେ ଏହି ଅଞ୍ଚଳକୁ ଏକ ଗେମ୍‌ ରିଜର୍ଭ ର ରୂପ ଦିଆଗଲା। ପୁନର୍ବାର ୨୦୦୧ରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ପାଖୁଇ ବନ୍ୟପ୍ରାଣୀ ଅଭୟାରଣ୍ୟ ରଖାଗଲା। ମାତ୍ର ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୨୦୦୨ରେ ବାଘମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଠାରେ ପ୍ରୋଜେକ୍ଟ ଟାଇଗର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା; ଯଦ୍ଦ୍ବାରା ଏହାର ନାମ ପରିବର୍ତ୍ତିତ ହୋଇ ପାଖୁଇ ବାଘ ସଂରକ୍ଷଣ କେନ୍ଦ୍ର ହେଲା। କିଛିଦିନ ପରେ ଜିଲାର ନାମାନୁସାରେ ଏହା ଲୋକମୁଖରେ ପକ୍କେ ବାଘ ସଂରକ୍ଷଣ କେନ୍ଦ୍ର ଭାବେ ପରିଚିତ ହେବାକୁ ଲାଗିଲା।

କ’ଣ ଦେଖିବେ
ଯେହେତୁ ଏହା ଏକ ବାଘ ସଂରକ୍ଷଣ କେନ୍ଦ୍ର, ତେଣୁ ଏଠାରେ ଅଧିକ ସଂଖ୍ୟାରେ ବାଘ ଦେଖାଯିବା ସ୍ବାଭାବିକ କଥା। ମୁଖ୍ୟତଃ ମହାବଳ ବାଘ, ଚିତାବାଘ ଏଠାରେ ଅଧିକ ଦେଖାଯାଇଥାନ୍ତି। ବାଘଙ୍କ ବ୍ୟତୀତ ପର୍ଯ୍ୟଟକ ଏଠି ଜଙ୍ଗଲୀ ବିଲେଇ, ଜଙ୍ଗଲୀ କୁକୁର, ହାତୀ, ବୋବାଉଥିବା ହରିଣ, ଗୟଳ, ଶମ୍ବର, ଗଧିଆ, ପାଣ୍ଡା, ଜଙ୍ଗଲୀ ଗୁଣ୍ଡୁଚିମୂଷା, ଉଡ଼ନ୍ତା ଗୁଣ୍ଡୁଚିମୂଷା, ରିସସ୍‌ ମକାକ୍‌ ଆଦି ପ୍ରାଣୀଙ୍କୁ ମଧ୍ୟ ଦେଖିପାରିବେ। ତା’ଛଡ଼ା ଏଠାରେ ଶତାଧିକ ପ୍ରଜାତିର ପକ୍ଷୀଙ୍କୁ ବି ଦେଖିବାର ସୁଯୋଗ ରହିଛି। ଅନ୍ୟଦିନ ତୁଳନାରେ ଶୀତଦିନେ ଟିକେ ଅଧିକ ସଂଖ୍ୟାର ପକ୍ଷୀଙ୍କୁ ଏଠାରେ ଦେଖିହୁଏ। ଏସବୁ ବ୍ୟତୀତ ପ୍ରାୟ ୫୦୦ ପ୍ରଜାତିର ପ୍ରଜାପତିଙ୍କୁ ଏଠାରେ ଦେଖିବାର ନିଆରା ସୁଯୋଗ ବି ପାଇପାରିବେ ପର୍ଯ୍ୟଟକ।

ଅନ୍ୟାନ୍ୟ ଆକର୍ଷଣ
ପର୍ଯ୍ୟଟକ ଏଠାରେ କେବଳ ପଶୁପକ୍ଷୀ ତଥା ସରୀସୃପଙ୍କୁ ଦେଖିବେ ତା’ନୁହେଁ, ଟ୍ରେକିଂର ଭରପୂର ମଜା ମଧ୍ୟ ନେଇପାରିବେ। ତା’ଛଡ଼ା ଏଠାରେ ଜିପ୍‌ ସଫାରିର ମଧ୍ୟ ଭଲ ବ୍ୟବସ୍ଥା ରହିଛି।

କେବେ ଯିବେ
ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ହେତୁ ଏହି ଅଞ୍ଚଳର ବାୟୁ ପ୍ରଦୂଷଣ ମୁକ୍ତ ହୋଇଥାଏ। ଫଳରେ ବୁଲାବୁଲି କରିବାକୁ ଏଠାରେ ବେଶ୍‌ ଆରାମ ଲାଗେ। ସେଥିପାଇଁ ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲି ଯାଇହେବ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ବୁଲିଯିବା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ହେଉଛି ସବୁଠୁ ଉପଯୁକ୍ତ ସମୟ।

କେମିତି ଯିବେ
ଏହି ବାଘ ସଂରକ୍ଷଣ କେନ୍ଦ୍ରକୁ ଯିବାକୁ ହେଲେ ପୂର୍ବ ପଟେ ସେଇଜୋସା, ପଶ୍ଚିମ ପଟେ ଭାଲୁକ୍‌ପଙ୍ଗ୍‌ ଏବଂ ଉତ୍ତର ପଟେ ପକ୍କେ କେସାଙ୍ଗ ନାମକ ଅଞ୍ଚଳରେ ପ୍ରଥମେ ପହଞ୍ଚତ୍ବାକୁ ପଡ଼ିବ। ତା’ଛଡ଼ା ତେଜପୁର ହେଉଛି ସ୍ଥାନୀୟ ଅଞ୍ଚଳ ନିକଟସ୍ଥ ଏକ ମୁଖ୍ୟ ସହର, ଯାହା ସଂରକ୍ଷଣ କେନ୍ଦ୍ରଠାରୁ ପ୍ରାୟ ୬୫ କି.ମି . ଦୂରରେ ଅବସ୍ଥିତ। ତେଜପୁରକୁ ଯିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌, ବସ୍‌ ତଥା ବିମାନର ଭଲ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ପ୍ରଥମେ ତେଜପୁରରେ ପହଞ୍ଚତ୍ବେ। ତା’ପରେ ସେଠାରୁ ସ୍ଥାନୀୟ ସାଧନ ସହାୟତାରେ ସୁବିଧାରେ ଉକ୍ତ ସଂରକ୍ଷଣ କେନ୍ଦ୍ର ନିକଟରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri