ମାଲାଲାଙ୍କୁ ଧମକ ଦେଇ ପାକ୍‌ ମୌଲବୀ ଗିରଫ

ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍‌ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶ ମରଓ୍ବାତ ଜିଲାର ମୌଲବୀ ମୁଫ୍‌ତି ସର୍ଦ୍ଦାର ଅଲି ହାକ୍କାନିଙ୍କ ଘର ଉପରେ ବୁଧବାର ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଏତଲା ଦାଏର ହୋଇଛି। ପେଶାଓ୍ବରରେ ଏକାଠି ହୋଇ ମାଲାଲାଙ୍କୁ ଆକ୍ରମଣ କରିବା ପାଇଁ ମୁଫ୍‌ତି ଏକ ଭିଡିଓ ବାର୍ତ୍ତାରେ ଲୋକମାନଙ୍କୁ ଉସୁକାଉଥିଲେ। ମାଲାଲା ପାକିସ୍ତାନରେ ପହଞ୍ଚତ୍ବା ମାତ୍ରେ ସେ ତାଙ୍କ ଉପରେ ପ୍ରଥମେ ଆତ୍ମଘାତୀ ଆକ୍ରମଣ ଉଦ୍ୟମ କରିବେ ବୋଲି ମୁଫ୍‌ତି ଉକ୍ତ ଭିଡିଓରେ କହୁଥିବା ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଚଳାଇଥିବା ୨୩ ବର୍ଷୀୟ ମାଲାଲା ନିକଟରେ ଏକ ପତ୍ରିକାକୁ ସାକ୍ଷାତ୍‌କାର ଦେବା ଅବସରରେ ବିବାହକୁ ବିରୋଧ କରି ମନ୍ତବ୍ୟ ଦେଇଥିଲେ। ଉକ୍ତ ପ୍ରସଙ୍ଗରେ ତାଙ୍କ ପରିବାର ସ୍ପଷ୍ଟୀକରଣ ଦେବା ଲାଗି ପିପିପି ଏବଂ ମୁତ୍ତାହିଦା ମଜଲିସ୍‌-ଇ-ଅମଲ ପକ୍ଷରୁ ଆହ୍ବାନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପରେ ଥରିଲା ଆଲାସ୍କା

ଓ୍ବାଶିଂଟନ୍‌,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍‌ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ...

ବିଜୁଳି ପାଇଁ ଚାଇନାରେ ହାହାକାର, ଫ୍ଲାସ ଲାଇଟ୍‌ରେ ଭୋଜନ କଲେ ଲୋକେ

ବେଜିଂ,୨୯ା୯: ଚାଇନାରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ସ୍ମାର୍ଟଫୋନ ଫ୍ଲାସ୍‌ ଲାଇଟ୍‌ ବ୍ୟବହାର କରି ତାହାର ଆଲୋକରେ...

ସୈନ୍ୟ ବାହିନୀ ବିମାନ ନିଖୋଜ: ୩୮ ଜଣଙ୍କ ପତ୍ତା ମିଳୁନି

ସାଣ୍ଟିଆଗୋ,୧୦।୧୨: ଚିଲିର ଏକ ସୈନ୍ୟ ବାହିନୀ ବିମାନ ନିଖୋଜ ହୋଇଛି। ବିମାନଟି ଚିଲିରୁ ଆଣ୍ଟାର୍କଟିକା ଉଡ଼ାଣ କରୁଥିଲା ବୋଲି କୁହାଯାଉଛି। ଏଥିରେ ୩୮ ଜଣ ଲୋକ...

ସରକାର ଯିବା ପରେ ଭାରତ ବିରୋଧୀ ମନ୍ତବ୍ୟ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଚାଲିଛି। ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରଣନୀତି ବିରୋଧୀଙ୍କ ସବୁ ଖେଳ ଓଲଟପାଲଟ କରିଦେଇଛି। ଫଳରେ ଶାସନକ୍ଷମତା ହାତେଇବାକୁ ସ୍ବପ୍ନ...

ତୁର୍କୀରେ ଭୟଙ୍କର ବନ୍ୟା

ଇସ୍ତାନବୁଲ୍‌,୧୫।୮: ତୁର୍କୀରେ ବନ୍ୟା ଓ ଭୂସ୍ଖଳନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଦେଶର ଜରୁରୀ ତଥା ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ କୁହାଯାଇଛି। ବୁଧବାରଠାରୁ ବାର୍‌ଟିନ, କାଷ୍ଟାମୋନୁ,...

୧୬ ବର୍ଷ ଧରି ପ୍ରେମ କରିବା ପରେ ବିବାହ କଲେ ପ୍ରଧାନମନ୍ତ୍ରୀ, ଅଛି ଗୋଟିଏ ସନ୍ତାନ

ହେଲସିନିକ୍‌,୪।୮: ବିଶ୍ୱର ସବୁଠୁ କମ୍‌ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ସନା ମାରିନ୍‌(୩୪) ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଥିବା ସନା ଦୀର୍ଘ...

ପ୍ରଭାବ ପକାଇଲା ଇସ୍ତାନବୁଲ ବାର୍ତ୍ତା: ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ ହୋଇପାରେ ସାକ୍ଷାତକାର

ଇସ୍ତାନବୁଲ,୨୯।୩: ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଦିର୍ଘ ୩ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ବୈଠକ...

କରୋନା ସଂକ୍ରମିତଙ୍କ ଚିକିତ୍ସା ଫଳରେ ଏଠି ଅବହେଳିତ ହେଉଛନ୍ତି କ୍ୟାନସର ରୋଗୀ !

ଲଣ୍ଡନ,୯।୪: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ କେତେ ଗୁଡିଏ ଦେଶରେ ଏହି ମହାମାରୀର ସଂକ୍ରମଣ ଫଳରେ ଦିନକୁ...

Advertisement
Archives

Model This Week