ଦିନରେ ରଙ୍ଗକାମ, ରାତିରେ ଚୋରି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ନିଜର ୨ ସ୍ତ୍ରୀଙ୍କୁ ଗିଫ୍ଟ ଦେଇ ଖୁସି କରିବାକୁ ଜଣେ ବ୍ୟକ୍ତି ଆପଣାଇଥିଲେ ଅଭିନବ ତରିକା। ଦିନରେ ରଙ୍ଗମିସ୍ତ୍ରି ଭାବେ କାମ କରୁଥିବାବେଳେ ରାତିରେ ଚୋରି କରୁଥିଲେ। ସେଥିପାଇଁ ନିଜ ବ୍ୟାଗରେ ରଙ୍ଗଦେବା ଉପକରଣ ସହ ଝରକା, କବାଟ ସ୍କୃ ଖୋଲିବାକୁ ଯନ୍ତ୍ରପାତି ରଖୁଥିଲେ। ଏଭଳି କାର୍ଯ୍ୟ ସେ ଦୀର୍ଘଦିନ ଚଳାଇଥିବାବେଳେ ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ର ଦିଲ୍ଲୀପ ନାୟକ। ସେ ୨୦୧୬ରୁ କମିଶନରେଟ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ରହିଥିଲେ। ରଙ୍ଗମିସ୍ତ୍ରି ଆଳରେ ଦିଲୀପ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଚୋରି କରିବା ସହ ୨୦୨୦ ଅଗଷ୍ଟ ୨୧ରେ ବଡଗଡ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ଏ ନେଇ ତାଙ୍କ ନାମରେ କୌଣସି ଥାନାରେ ମାମଲା ରୁଜୁ ହୋଇ ନ ଥିବା ପୋଲିସ କହିଛି। ଚୋରି ଟଙ୍କାରେ ଦିଲ୍ଲୀପ ମଉଜ କରିବା ସହ ଦୁଇ ସ୍ତ୍ରୀଙ୍କୁ ଲୁଟ୍‌ ଅଳଙ୍କାର ଗିଫ୍ଟ ଦେଉଥିବା ପୋଲିସ ଜେରାବେଳେ ଜାଣିବାକୁ ପାଇଛି। ଚୋରି ସୁନା ଜିନିଷକୁ ନେଇ ଭୁବନେଶ୍ବର ବାହାରେ ଥିବା ସୁନାଦୋକାନରେ ସେ ବିକ୍ରି କରୁଥିଲେ। ୧୧ଟି ଚୋରି, ବଳାତ୍କାର ମାମଲାରେ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଚୋରି ଗହଣା କିଣିଥିବା ବାଳକାଟୀର ସୁନା ଦୋକାନୀ ସୁଶାନ୍ତ କୁମାର ଜେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଦିଲୀପଙ୍କ ଠାରୁ ଏକ କାର୍‌ (ଓଡି ୦୨ ବିଏଚ୍‌ ୮୮୨୦), ୩ଟି ବାଇକ, ୬୦ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୪୪ ହଜାର ଟଙ୍କା, ଏସି, ମୋବାଇଲ ଫୋନ ଆଦି ଜବତ କରାଯାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ସୁନା ଦୋକାନୀ ନୟାଗଡ ଜିଲା ଚାହାଳିର ସନ୍ତୋଷ ଫେରାର ହୋଇଯାଇଛନ୍ତି।
ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବ ନଗର ଲେନ-୫ ଅଞ୍ଚଳରେ ସୁଶାନ୍ତ କୁମାର ମଲ୍ଲିକ ପରିବାର ସହ ଭଡ଼ାଘରେ ରହନ୍ତି। ଗତ ୩ ତାରିଖରେ ସେ ଘରେ ତାଲା ପକାଇ ପରିବାର ସହ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ। ରାତି ସାଢେ ୮ଟାରେ ଘରକୁ ଫେରି ଝରକାର ଗ୍ରୀଲ ନ ଥିବା ଦେଖି ଯାଞ୍ଚ କରିଥିଲେ। ଆଲମାରିରେ ଥିବା ସୁନାଗହଣା, ମୋବାଇଲ ଫୋନ ଓ ନଗଦ ୧ଲକ୍ଷ ଟଙ୍କା ଚୋରି ହୋଇଯାଇଥିବା ଦେଖିଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏହାପରେ ପୁଣି ଗତ ୧୨ ତାରିଖରେ ଦିଲ୍ଲୀପ ଚୋରି କରିବା ଯୋଜନାରେ ମହାଦେବ ନଗରରେ ଏକ ବ୍ୟାଗ ଧରି ବୁଲୁଥିଲେ। ଏନେଇ ପୋଲିସ ଖବର ପାଇ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ଏକ ବାଇକ ଓ ବ୍ୟାଗରୁ ଝରକା, କବାଟର ସ୍କୃ ଖୋଲିବା ଯନ୍ତ୍ରପାତି ମିଳିଥିଲା। ଜେରାବେଳେ ସେ ମହାଦେବ ନଗର ଓ ଗତ ଡିସେମ୍ବର ମାସରେ ବୈରାଗୀ ନଗରରୁ ଚୋରି କରିଥିବା ସ୍ବୀକାର କରିଥିଲେ। ସେହିପରି ବଡଗଡ, ଧଉଳି ଓ ଅନ୍ୟ ଥାନା ଅଞ୍ଚଳରେ ଚୋରି କରିଥିବା କହିଥିଲେ। ଘରେ ୨ସ୍ତ୍ରୀଙ୍କ ନିମନ୍ତେ ରଖିଥିବା ସୁନା ଅଳଙ୍କାରକୁ ପୋଲିସ ଜବତ କରିଛି। ଆଉ କିଛି ସୁନା ଗହଣାକୁ ସନ୍ତୋଷ ଓ ସୁଶାନ୍ତ ମିଶି ବିକିଦେଇଥିବା ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଦିଲ୍ଲୀପଙ୍କଠାରୁ ଜବତ ହୋଇଥିବା ୪୪ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ୍‌କୁ ମଙ୍ଗଳବାର ସନ୍ଧ୍ୟାରେ ଅଭିଯୋଗକାରୀ ସୁଶାନ୍ତ କୁମାର ମଲ୍ଲିକଙ୍କୁ ପୋଲିସ ଫେରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri