ଗହୀରମଥାରେ ପେଣ୍ଟଡ୍‌ ଷ୍ଟ୍ରକ୍‌: ସୁରକ୍ଷିତ ଆଶ୍ରୟ ପାଲଟିଛି ଲୁଣା ହେନ୍ତାଳ ଜଙ୍ଗଲ

ମହାକାଳପଡ଼ା, ୮ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳ ଜୈବ ବିବିଧତା ପରିବେଷ୍ଟିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଲୁଣା ହେନ୍ତାଳ ଜଙ୍ଗଲ ଅଞ୍ଚଳ ଖୁବ୍‌ ମନୋରମ। ଏଠାରେ ପ୍ରାକୃତିକ ଶୋଭା ମନମୁଗ୍ଧକର ଶୋଭା ବର୍ଦ୍ଧନକରେ ବିଭିନ୍ନ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ। ମୋନ୍ଥା ବାତ୍ୟା ପରେ ଶୀତଋତୁ ଆଗମନରେ ଭଳିକି ଭଳି ଦେଶୀ ବିଦେଶୀ ପକ୍ଷୀଙ୍କ ତଣ୍ଡା ଜଙ୍ଗଲରେ ସମାଗମ ଦେଖିବାକୁ ମିଳିଛି। ଧଳାକଳା ପୁଚ୍ଛ ଗୋଲାପୀ ରଙ୍ଗର ପକ୍ଷୀ ପେଣ୍ଟଡ୍‌ ଷ୍ଟ୍ରକ୍‌ ଗହୀରମଥା ସଂଲଗ୍ନ ତଣ୍ଡା ଝାଉଁବଣ, ଲୁଣା ହେନ୍ତାଳ ଜଙ୍ଗଲ ପାଶର୍‌ବ ଖାଲ ପାଟରେ ମଙ୍ଗଳବାର ଦେଖିବାକୁ ମିଳିଛନ୍ତି।
ଏମାନେ ଚୂନା ମାଛ, ଗେଣ୍ଡା, ଶାମୁକା, ଛୋଟ ଛୋଟ କଙ୍କଡ଼ା, ପୋକ ଜୋକକୁ ଖାଦ୍ୟ ଖାଇଥାନ୍ତି। ଏମାନେ ଲୁଣା ହେନ୍ତାଳ ଜଙ୍ଗଲରେ ଅଣ୍ଡା ଦେଇ ଶାବକ ହୋଇ ଉଠିବା ପର୍ଯ୍ୟନ୍ତ ଗହୀରମଥାରେ ଘୂରି ବୁଲନ୍ତି। କାରଣ ଏ ସ୍ଥାନକୁ ସେମାନେ ଖୁବ୍‌ ସୁରକ୍ଷିତ ମଣି ଆସିଥାନ୍ତି। ଏହି ପକ୍ଷୀ ହୁକିଟୋଲା ସଂରକ୍ଷିତ ଜଙ୍ଗଲ, ଶାସନପେଟା ଜଙ୍ଗଲ, ଲଞ୍ଚ ଘୋଲା ଦ୍ୱୀପ, ଷୋଳ ମୁହାଣ, ବାଲୁକା ବେଳାଭୂମିରେ ଅଳ୍ପ ବହୁତ ଦେଖିବାକୁ ମିଳୁଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଗହୀରମଥା ସାମୁଦ୍ରିକ ବନ ବିଭାଗର କର୍ମଚାରୀ ବିଭିନ୍ନ ସ୍ଥାନରେ ବେସ୍‌ କ୍ୟାମ୍ପ କରି ଜଗି ରହିଛନ୍ତି। ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳ ଘଞ୍ଚ ସଂରକ୍ଷିତ ଜଙ୍ଗଲ ତଥା କଂସାରଡିଆ, ହେଟା ମୁଣ୍ଡିଆ , ଭିତର ଖରିନାସୀ, ଜମ୍ବୁ ଝାଉଁବଣ, କଣ୍ଟିଲୋ ସଂରକ୍ଷିତ ଲୁଣା ହେନ୍ତାଳ ଜଙ୍ଗଲରେ ଖୁବ୍‌ ନିରାପତ୍ତା ମନେକରି ଆଶ୍ରୟ ନିଅନ୍ତି ବୋଲି ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳୀ, ବିରଞ୍ଚତ୍ ନାରାୟଣ ଦାସ, ଲକ୍ଷ୍ମୀଧର ସ୍ବାଇଁ , ଗୌତମ ଗାୟନ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ଏହି ଅଞ୍ଚଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଅଭ୍ୟାସଗତ ପକ୍ଷୀ ଶିକାରୀମାନେ ବିଷ ଫାଶ ପ୍ରୟୋଗ ପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri