ଦୁର୍ବିସହ ହୋଇପଡ଼ୁଛି ଯନ୍ତ୍ରଣାସିକ୍ତ ଜୀବନ

ଖୋର୍ଦ୍ଧା ଅଫିସ,୧୬ା୩: ଦିନେ ତାଙ୍କ ପରିବାରରେ ହସଖୁସି ଥିଲା। ଝିଅ ଓ ପୁଅଙ୍କୁ ପାଠ ପଢାଇ ସେ ବଡ଼ ମଣିଷ କରିବେ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ଆଜି ସବୁ ସ୍ବପ୍ନ ଏକପ୍ରକାର ଉଜୁଡ଼ିଯାଇଛି। ଯନ୍ତ୍ରଣାସିକ୍ତ ଜୀବନ ତାଙ୍କ ପାଇଁ ଦୁର୍ବିଷହ ହୋଇପଡ଼ୁଛି। ସ୍ବାଭିମାନକୁ ନେଇ ବାଟ ଚାଲୁଥିବା ବ୍ୟକ୍ତିଟି ଆଜି ଦିବ୍ୟାଙ୍ଗ ପାଲଟିଯାଇଥିବାରୁ ଅନ୍ୟ ଉପରେ ନିର୍ଭରଶୀଳ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବଡକୁମାରୀ ପଞ୍ଚାୟତ କୋରପଡ଼ା ଗ୍ରାମର ନରେଶ ପାଲଟାସିଂ। ଭଲ ଡ୍ରାଇଭର ହେବାକୁ ମନସ୍ଥ କରିଥିଲେ ସେ। ତେବେ ଏକ ସଡ଼କ ଦୁର୍ଘଟଣାରେ ନରେଶଙ୍କ ଦୁଇ ଗୋଡ଼ ଅଚଳ ହୋଇଗଲା। ହାତରେ ଗାଡ଼ିର ଷ୍ଟିୟରିଂ ପରିବର୍ତ୍ତେ ସବୁ ଦିନ ପାଇଁ ଦୁଇଟି ଆଶାବାଡ଼ି ତାଙ୍କର ସାହାରା ପାଲଟିଗଲା। ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ତାଙ୍କ ନେଇ ପରିବାର। ଏହି ପରିବାର ପାଇଁ ସେ ଯନ୍ତ୍ରଣାକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି। ଭାଙ୍ଗି ନ ପଡ଼ି ନିଜସ୍ବ ଉଦ୍ୟମରେ ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି। ତେବେ ଏତିକିରେ ସରିଯାଇନି ନରେଶଙ୍କ ଯନ୍ତ୍ରଣା। ସ୍ତ୍ରୀ ସୁମିତ୍ରା କର୍କଟ ରୋଗରେ ପୀଡ଼ିିତ। ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଏଯାବତ ତାଙ୍କୁ ଆବାସ ଯୋଜନାରେ ଘର ମିଳି ନ ଥିବାବେଳେ ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ। କେବଳ ଭଗବାନଙ୍କୁ ଭରସିଥିବାବେଳେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି।

କହିବା ମୁତାବକ, ୨୦୦୫ରେ ଗାଡ଼ିି ଶିଖି ଭଲ ଡ୍ରାଇଭର ହେବା ଲକ୍ଷ୍ୟ ନେଇ ସେ ଘର ଛାଡ଼ି ପାରାଦୀପ ଚାଲିଯାଇଥିଲେ। ଏହାର କିଛି ଦିନ ପରେ କୁଜଙ୍ଗ ବଜାରରେ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚେତା ଫେରିବା ବେଳକୁ ସେ ନିଜକୁ କଟକ ଏସସିବି ମେଡିକାଲରେ ପାଇଥିଲେ। ସେତେବେଳକୁ ତାଙ୍କ ଗୋଡ଼ ଓ ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁ ସେ ଏକ ପ୍ରକାର ପଙ୍ଗୁ ପାଲଟି ଯାଇଥିଲେ। ପରିବାର ଲୋକେ ଜମିବାଡି ବିକ୍ରି କରି ତାଙ୍କ ଚିକିତ୍ସା କଲେ। ଦୀର୍ଘ ୪ ମାସର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ବି ନିଜ ଗୋଡ଼ରେ ଠିଆ ହେବାକୁ ସକ୍ଷମ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ଆଶାବାଡ଼ିି ଧରି ସେ ଧିରେ ଚାଲିବାକୁ ଆରମ୍ଭ କରିଥିଲେ। ଅନ୍ୟ ଉପରେ ବୋଝ ହେବା ଅପେକ୍ଷା ସେ ଘର ଆଗରେ ପରିବା ଦୋକାନ ଖୋଲିଲେ। ନରେଶଙ୍କ ୧୦ ବର୍ଷର ପୁଅ ୫ମ ଶ୍ରେଣୀ ଓ ୭ବର୍ଷର ଝିଅ ଦ୍ୱିତୀୟ ଶ୍ରେଣୀରେ ପଢୁଛି। ଦୁଇପିଲାଙ୍କୁ ପାଠ ପଢାଇ ଭଲ ମଣିଷ କରିବା ତାଙ୍କର ଇଚ୍ଛା। ସେହିପରି ସ୍ତ୍ରୀ ସୁମିତ୍ରାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରିଥିଲା। ହଠାତ୍‌ ଦିନେ ଅଧିକ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସା କରିବାରୁ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜାଣିବାକୁ ପାଇଥିଲେ। ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଆର୍ଥିିକ ଅନଟନ ସତ୍ତ୍ୱେ ତାଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ଏହି ଦମ୍ପତି ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପିଲା ଦ୍ୱୟଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। ସରକାରୀ ସହାୟତା ପାଇଁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ସେ ଏବେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ତାଙ୍କୁ ସହଯୋଗର ହାତ ବଢାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କେହି ନରେଶଙ୍କୁ ସହାୟତା କରିବାକୁ ଚାହୁଁଥିଲେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ବୋଲଗଡ ଶାଖା, ସଞ୍ଚୟ ଖାତା ନଂ-୧୦୫୭୦୧୦୦୦୦୦୫୧୩୩/ ଆଇଏଫ୍‌ଏସ୍‌ସି ନଂ- ଆଇଓବିଏ ୦୦୦୧୦୫୭କୁ ସହାୟତା ରାଶି ପଠାଇ ପାରିବେ। ତାଙ୍କୁ ସହାୟତା ଯୋଗାଇଦେବାକୁ ସେ ଜନସାଧାରଣଙ୍କୁ କୋହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣିଙ୍କ ଲଗ୍ନ ମହୋତ୍ସବ ସମ୍ପନ୍ନ

ଆରଡି, ୧୮ା୫ (ଡି.ଏନ.ଏ.)-ଲକଡାଉନ ଯୋଗୁ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାୟ ୨ ମାସ ହେଲା ବନ୍ଦ ରହିଛି। ଚଳିତ ମାସ...

ଏସ୍‌ସିବି ମେଡିକାଲରେ ଆବଶ୍ୟକ ପଡୁଛି ସ୍ବତନ୍ତ୍ର ନିଶ୍ଚେତକ

କଟକ ଅଫିସ,୨୨।୬: ଶଲ୍ୟ ବିଭାଗ କାଳକ୍ରମେ ସମ୍ପ୍ରସାରିତ ଓ ବିଭାଜିତ ହୋଇ ବିଭିନ୍ନ ପ୍ରକାରର ସୁପର୍‌ ସ୍ପେଶିଆଲିଟି ବିଭାଗ ସୃଷ୍ଟି ହୋଇଛି। ଫଳରେ ନ୍ୟୁରୋ ସର୍ଜରି...

ବିଞ୍ଝାରପୁର ବ୍ଲକରେ ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ

ବିଞ୍ଝାରପୁର,୧୨।୫(ଡି.ଏନ.ଏ)-ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ୧୦ଦିନ ବ୍ୟବଧାନ ପରେ ମଙ୍ଗଳବାର ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ...

ଓଡିଶାର ଦୀର୍ଘତମ ସେତୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୀର୍ଘତମ ସେତୁକୁ ସୋମବାର ଲୋକାର୍ପିତ କରିଛନ୍ତି। ୧୧୧ କୋଟି ବ୍ୟୟରେ ଏହି ସେତୁ ନିର୍ମିତ ହୋଇଛି।...

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବି: ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ

ସୁନ୍ଦରଗଡ,୧୪।୯(ଡି.ଏନ୍‌.ଏ.): ସୁନ୍ଦରଗଡରେ ଓଡ଼ିଶାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ସ୍ଥାନୀୟ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ...

କେନ୍ଦୁଝରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ, ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି।...

ଚାଷୀଙ୍କ ଜମି ନଷ୍ଟ, ପ୍ରଶାସନର ନିଘା ନାହିଁ

ଦଶମନ୍ତପୁର, ୨୦।୮ ( ଡି.ଏନ.ଏ.):  କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ. ମାଲକାନଗିରି ପଞ୍ଚାୟତର ଏ.ଚଣ୍ଡାଲଗୁଡ଼ା ଗ୍ରାମରେ ପ୍ରଶାସନର ଅବହେଳାରୁ ଚାଷୀଙ୍କ ୭୦ ଏକର...

ପରିଚୟ ହରାଉଛି ଐତିହାସିକ ହାତିଆଶୁଣୀ

କାଏମା,୬ା୨(ଡି.ଏନ.ଏ.):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତ ମଧ୍ୟଭାଗରେ ଐତିହାସିକ ବୌଦ୍ଧ କୀର୍ତ୍ତି ସମ୍ପନ୍ନ କାଏମା ପାହାଡ଼ ଅବସ୍ଥିତ। ଏହାର ପାଦ ଦେଶରେ ବୌଦ୍ଧ...

Advertisement
Archives

Model This Week