Posted inଜାତୀୟ

Pahalgam Attack: ପୃଥିବୀର ଭୂସ୍ବର୍ଗ ଏବେ ନିରବ, ନିଃଶବ୍ଦ, ଚୁପ ହୋଇଯାଇଛି ଡାଲ ହ୍ରଦ

ଜମ୍ମୁ,୨୮।୪: ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦର ହାଉସ ବୋଟ ଗୁଡ଼ିକ ପ୍ରାୟ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ହ୍ରଦ ପରିଦର୍ଶନରେ ନେବା ସମୟରେ ପ୍ରବଳ ଭିଡ଼ ହେତୁ ପରସ୍ପର ସହିତ ଧକ୍କା ହେଉଥିବା ଶିକାରାଗୁଡ଼ିକ ଏବେ କୂଳରେ ନିରାଶ ହୋଇ ଠିଆ ହୋଇଛନ୍ତି। ପୃଥିବୀର ଏହି ଭୂସ୍ବର୍ଗର ଚମକ ଯେମିତି ଉଭାନ ହୋଇଯାଇଛି।
ଅନ୍ୟପକ୍ଷରେ, ପର୍ଯ୍ୟଟକଙ୍କ ପାଇଁ ଅପେକ୍ଷା କରିଥିବା ଶିକାରା ୱାଲା ନୱାଜ ଅହମ୍ମଦ ତାଙ୍କ ଶିକାରା ଉପରେ ଆଉଜି ପଡ଼ି ମହାକାଶକୁ ଚାହିଁ ରହିଛନ୍ତି। ତାଙ୍କର ବିଷାଦଗ୍ରସ୍ତ ମୁହଁ ଦେଖି, ସେହି ବାଟ ଦେଇ ଯାଉଥିବା ଅନ୍ୟ ଜଣେ ଶିକାରା ୱାଲା ମୁସ୍ତାକ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି – ‘ନୱାଜ ମା ବାମ୍ବର ସୋରୁୟ ଗଛି ଠିକ (ନୱାଜ ଚିନ୍ତା କର ନାହିଁ, ସବୁକିଛି ଠିକ ହୋଇଯିବ)’। ଏହା ଶୁଣି ନୱାଜ ମଧ୍ୟ କୁହନ୍ତି – ‘ଖୋଦା ବୁଜିନ (ଆଲ୍ଲାହ ଆଶୀର୍ବାଦ କରନ୍ତୁ)’।
କଥାବାର୍ତ୍ତାରେ ନୱାଜ ମୁସ୍ତାକଙ୍କୁ କୁହନ୍ତି – ମନେ ପକାନ୍ତୁ କିଛି ଦିନ ପୂର୍ବରୁ ପର୍ଯ୍ୟଟକଙ୍କ ସହିତ ଡାଲ କେତେ ଭିଡ଼ ହେଉଥିଲା। ମୁଁ ଦିନରେ ଖାଇବା ପିଇବା ପାଇଁ ମଧ୍ୟ ସମୟ ପାଇ ନ ଥିଲି। ଆଜି ଦେଖନ୍ତୁ – ସବୁକିଛି ବିପରୀତ। ଏଠାକାର ଚମକ ଚାଲିଯାଇଛି। ଏଥିରେ ମୁସ୍ତାକ କୁହନ୍ତି – ହଁ, ଏହା ସତ୍ୟ। ଏହା ବହୁତ ଭୁଲ ଥିଲା। ନିର୍ଦ୍ଦୋଷ ଲୋକଙ୍କ ରକ୍ତ ବୁହାଗଲା। କିନ୍ତୁ ଆମ ପରି ଲୋକମାନେ କ’ଣ କରିପାରିବେ? ଆମେ କେବଳ ପ୍ରାର୍ଥନା କରିପାରିବା ଯେ ପରିସ୍ଥିତିରେ ଉନ୍ନତି ହେଉ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଗୁଲମାର୍ଗ, ପହଲଗାମ, ସୋନମାର୍ଗ, ଟ୍ୟୁଲିପ ଗାର୍ଡେନ ଏବଂ ଡାଲ ହ୍ରଦରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। କିନ୍ତୁ ୨୨ ଏପ୍ରିଲରେ Pahalgam Attack ସବୁକିଛି ବଦଳାଇ ଦେଇଛି। ଭୟଭୀତ ପର୍ଯ୍ୟଟକଙ୍କ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଗ୍ରିମ ବୁକିଂ ଦ୍ରୁତ ଗତିରେ ବାତିଲ କରାଯାଉଛି। ସୂଚନ ମୁତାବକ କଶ୍ମୀରରେ ହୋଟେଲ ଏବଂ ହାଉସବୋଟରେ ୮୦ପ୍ରତିଶତ ପର୍ଯ୍ୟଟକ ବୁକିଂ ବାତିଲ କରାଯାଇଛି।
ଡାଲ ହ୍ରଦ ଏବଂ ଏଥିରେ ଲଙ୍ଗର ହୋଇଥିବା ହାଉସବୋଟ ଏବଂ ଶିକାରାଗୁଡ଼ିକୁ ଭ୍ରମଣ ନକରି ପର୍ଯ୍ୟଟକମାନେ ଫେରୁ ନାହାଁନ୍ତି। ଡାଲ ହ୍ରଦରେ ଥିବା ହାଉସବୋଟ ଏବଂ ଶିକାରାଗୁଡ଼ିକରୁ ଉପତ୍ୟକାର ପ୍ରାୟ ଦେଢ଼ ଲକ୍ଷ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପାଆନ୍ତି।
ଏବେ କିନ୍ତୁ Pahalgam Attack ପରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ଘଟିଛି। ଆକ୍ରମଣ ପୂର୍ବରୁ, ପ୍ରତିଦିନ ପାଞ୍ଚରୁ ସାତ ହଜାର ପର୍ଯ୍ୟଟକ କଶ୍ମୀର ଆସୁଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା କେବଳ ୫୦ ରୁ ୧୦୦ କୁ ହ୍ରାସ ପାଇଛି। କିନ୍ତୁ ରବିବାର ପହଲଗାମରେ କିଛି ବିଦେଶୀ ଏବଂ ଭାରତୀୟ ପର୍ଯ୍ୟଟକଙ୍କ ଆଗମନ ସହିତ କିଛି ଆଶା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?