ବାହାର ଠିକାଦାରଙ୍କୁ ପଦ୍ମପୁର ନିର୍ବାଚନମଣ୍ଡଳୀ ମନା

ପଦ୍ମପୁର,୨୪ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ସ୍ଥିତ ଡାକବଙ୍ଗଳାଠାରେ ବୋଡ଼ାସମ୍ବର ଠିକାଦାର ସଂଘର ବରିଷ୍ଠ ତଥା କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ସଂଘର ଉପସଭାପତି ଦିନେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୋଡ଼ାସମ୍ବର ଠିକାଦାର ସଂଘ ଖବରଦାତା ସମ୍ମିଳନୀରେ କହିଥିଲେ, ନିକଟରେ ହୋଇଥିବା ଓଡ଼ିଶା ମିଳିତ ଠିକାଦାର ମହାସଂଘର ଚଳିତ ୨୦ ତାରିଖ ଆନ୍ଦୋଳନର ଦାବିକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି ବୋଲି ଦର୍ଶାଇଥିଲେ। ଆମେ ସମସ୍ତେ ସ୍ବାର୍ଥର ଊଦ୍ଧର୍‌ବରେ ସଙ୍ଗଠିତ ହୋଇ ନିର୍ମାଣ ଦିଗରେ ଭଲକାମ କରିଲେ ଯାଇ ଓଡ଼ିଶା ବିକାଶରେ ସହାୟକ ହୋଇପାରିବ। ବର୍ତ୍ତମାନ ପରିସ୍ଥିତିରେ ଆମ ସଂଘର ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଅଞ୍ଚଳର ଠିକାଦାରମାନେ ନିଜ ମଧ୍ୟରେ ସମନ୍ବୟ ରଖି ଉନ୍ନତ ମାନର କାମ କରିବାକୁ ଅନୁରୋଧ କରିଛନ୍ତି। ସଂଘର ସମ୍ପାଦକ ଧରମ ପାଢୀ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଜାରି ହୋଇଥିବା ୨୦୨୬ ଜାନୁଆରୀ ୩ ତାରିଖର ସର୍କୁଲା ରଦ୍ଦ କରିଲେ ସମସ୍ତ ଠିକାଦାର ଗୁଣବତ୍ତାର କାମ କରିପାରିବେ ବୋଲି ଆହ୍ବାନ ଦେଇଥିଲେ। ନୂତନ ସର୍କୁଲାର ଅନୁଯାୟୀ ଠିକାଦାରମାନେ ୪୦/୫୦ ପ୍ରତିଶତ କମ ରେଟରେ କାମ ହାତେଇବା ପାଇଁ ଚେଷ୍ଟାରୁ ବିରତ ରୁହନ୍ତୁ ଏବଂ ବିଭାଗୀୟ ଟେଣ୍ଡର ଚୂଡାନ୍ତ ଅଧିକାରୀଗଣ ଏହିଭଳି କମ ରେଟ୍‌ର ଟେଣ୍ଡରଗୁଡିକୁ ମଞ୍ଜୁରୀ ଦିଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି। ଯଦି ନିର୍ମାଣ ବିଭାଗର ସରକାରୀ କର୍ତ୍ତୃପକ୍ଷ ୪୦/୫୦ ପ୍ରତିଶତ କାଟିଥିବା ଠିକାଦାରମାନଙ୍କୁ କାମ କରିବାକୁ ମଞ୍ଜୁରୀ ଦେବେ, ତା ହେଲେ ଆମ ଅଞ୍ଚଳର ଗୁଣାତ୍ମକ କାମଗୁଡ଼ିକ ନିଶ୍ଚିତ ଭାବରେ ନିମ୍ନମାନର ହେବ ବୋଲି ସମ୍ପାଦକ ଧରମ ପାଢୀ ଆଶଙ୍କା ପ୍ରକାଶ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପଡୋଶୀ ଜିଲାର ସଂଗଠନର ନୀତିକୁ ଅବଲମ୍ବନ କରି ଆମେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀର ସଂଘର ଠିକାଦାରମାନଙ୍କ ଭିତରେ ଏକତା ଏବଂ ସମନ୍ବୟ ରଖିବାକୁ ସେ ଦୋହରାଇଥିଲେ। ଆମ ଠିକାଦାରମାନେ ବାହାର ଅଞ୍ଚଳରେ ଟେଣ୍ଡର ନ ପକାଇବାକୁ ଏବଂ ଅନ୍ୟ ଅଞ୍ଚଳର ଠିକାଦାର ଆମ ନିର୍ବାଚନ ମଣ୍ଡଳୀ ତଥା ଏନ୍‌ଏସି ଟେଣ୍ଡରରେ ଭାଗ ନ ନେବାକୁ ଉପସ୍ଥିତ ଠିକାଦାରମାନଙ୍କ ତରଫରୁ ସଂପାଦକ ଧରମ ପାଢୀ ଅନୁରୋଧ କରଛନ୍ତି। ସର୍ବସମ୍ମତି କ୍ରମେ ଆଗାମୀ ଟେଣ୍ଡରଗୁଡିକ ନିଜ ଭିତରେ ପ୍ରତିଯୋଗିତା ନ କରି ସର୍ବନିମ୍ନ ଲେସ ରେଟ୍‌ରେ ଟେଣ୍ଡର ପକାଇ ଗୁଣାତ୍ମକ କାମ କରି ଲାଭବାନ ହୋଇପାରିବା ବୋଲି ନିଷ୍ପତ୍ତି ହୋଇଥିଲା। ବୋଡ଼ାସମ୍ବର ଠିକାଦାର ସଂଘର ସାଧାରଣ ବୈଠକ ଆଗାମୀ ମାସରେ ଅନୁଷ୍ଠିତ ହେବ ବୋଲି ସଂପାଦକ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସଂଘର ଉପସଭାପତି ସୁଶାନ୍ତ ନାଗ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ନନ୍ଦ କିଶୋର ଶ୍ରୀବାସ୍ତବ, ଇକ୍ବାଲ ଅହମ୍ମଦ, ଆଶୁତୋଷ ସାହୁ, ଲକି ପଣ୍ଡା, ସୁରେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri