ବାହାର ଠିକାଦାରଙ୍କୁ ପଦ୍ମପୁର ନିର୍ବାଚନମଣ୍ଡଳୀ ମନା

ପଦ୍ମପୁର,୨୪ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ସ୍ଥିତ ଡାକବଙ୍ଗଳାଠାରେ ବୋଡ଼ାସମ୍ବର ଠିକାଦାର ସଂଘର ବରିଷ୍ଠ ତଥା କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ସଂଘର ଉପସଭାପତି ଦିନେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୋଡ଼ାସମ୍ବର ଠିକାଦାର ସଂଘ ଖବରଦାତା ସମ୍ମିଳନୀରେ କହିଥିଲେ, ନିକଟରେ ହୋଇଥିବା ଓଡ଼ିଶା ମିଳିତ ଠିକାଦାର ମହାସଂଘର ଚଳିତ ୨୦ ତାରିଖ ଆନ୍ଦୋଳନର ଦାବିକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି ବୋଲି ଦର୍ଶାଇଥିଲେ। ଆମେ ସମସ୍ତେ ସ୍ବାର୍ଥର ଊଦ୍ଧର୍‌ବରେ ସଙ୍ଗଠିତ ହୋଇ ନିର୍ମାଣ ଦିଗରେ ଭଲକାମ କରିଲେ ଯାଇ ଓଡ଼ିଶା ବିକାଶରେ ସହାୟକ ହୋଇପାରିବ। ବର୍ତ୍ତମାନ ପରିସ୍ଥିତିରେ ଆମ ସଂଘର ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଅଞ୍ଚଳର ଠିକାଦାରମାନେ ନିଜ ମଧ୍ୟରେ ସମନ୍ବୟ ରଖି ଉନ୍ନତ ମାନର କାମ କରିବାକୁ ଅନୁରୋଧ କରିଛନ୍ତି। ସଂଘର ସମ୍ପାଦକ ଧରମ ପାଢୀ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଜାରି ହୋଇଥିବା ୨୦୨୬ ଜାନୁଆରୀ ୩ ତାରିଖର ସର୍କୁଲା ରଦ୍ଦ କରିଲେ ସମସ୍ତ ଠିକାଦାର ଗୁଣବତ୍ତାର କାମ କରିପାରିବେ ବୋଲି ଆହ୍ବାନ ଦେଇଥିଲେ। ନୂତନ ସର୍କୁଲାର ଅନୁଯାୟୀ ଠିକାଦାରମାନେ ୪୦/୫୦ ପ୍ରତିଶତ କମ ରେଟରେ କାମ ହାତେଇବା ପାଇଁ ଚେଷ୍ଟାରୁ ବିରତ ରୁହନ୍ତୁ ଏବଂ ବିଭାଗୀୟ ଟେଣ୍ଡର ଚୂଡାନ୍ତ ଅଧିକାରୀଗଣ ଏହିଭଳି କମ ରେଟ୍‌ର ଟେଣ୍ଡରଗୁଡିକୁ ମଞ୍ଜୁରୀ ଦିଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି। ଯଦି ନିର୍ମାଣ ବିଭାଗର ସରକାରୀ କର୍ତ୍ତୃପକ୍ଷ ୪୦/୫୦ ପ୍ରତିଶତ କାଟିଥିବା ଠିକାଦାରମାନଙ୍କୁ କାମ କରିବାକୁ ମଞ୍ଜୁରୀ ଦେବେ, ତା ହେଲେ ଆମ ଅଞ୍ଚଳର ଗୁଣାତ୍ମକ କାମଗୁଡ଼ିକ ନିଶ୍ଚିତ ଭାବରେ ନିମ୍ନମାନର ହେବ ବୋଲି ସମ୍ପାଦକ ଧରମ ପାଢୀ ଆଶଙ୍କା ପ୍ରକାଶ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପଡୋଶୀ ଜିଲାର ସଂଗଠନର ନୀତିକୁ ଅବଲମ୍ବନ କରି ଆମେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀର ସଂଘର ଠିକାଦାରମାନଙ୍କ ଭିତରେ ଏକତା ଏବଂ ସମନ୍ବୟ ରଖିବାକୁ ସେ ଦୋହରାଇଥିଲେ। ଆମ ଠିକାଦାରମାନେ ବାହାର ଅଞ୍ଚଳରେ ଟେଣ୍ଡର ନ ପକାଇବାକୁ ଏବଂ ଅନ୍ୟ ଅଞ୍ଚଳର ଠିକାଦାର ଆମ ନିର୍ବାଚନ ମଣ୍ଡଳୀ ତଥା ଏନ୍‌ଏସି ଟେଣ୍ଡରରେ ଭାଗ ନ ନେବାକୁ ଉପସ୍ଥିତ ଠିକାଦାରମାନଙ୍କ ତରଫରୁ ସଂପାଦକ ଧରମ ପାଢୀ ଅନୁରୋଧ କରଛନ୍ତି। ସର୍ବସମ୍ମତି କ୍ରମେ ଆଗାମୀ ଟେଣ୍ଡରଗୁଡିକ ନିଜ ଭିତରେ ପ୍ରତିଯୋଗିତା ନ କରି ସର୍ବନିମ୍ନ ଲେସ ରେଟ୍‌ରେ ଟେଣ୍ଡର ପକାଇ ଗୁଣାତ୍ମକ କାମ କରି ଲାଭବାନ ହୋଇପାରିବା ବୋଲି ନିଷ୍ପତ୍ତି ହୋଇଥିଲା। ବୋଡ଼ାସମ୍ବର ଠିକାଦାର ସଂଘର ସାଧାରଣ ବୈଠକ ଆଗାମୀ ମାସରେ ଅନୁଷ୍ଠିତ ହେବ ବୋଲି ସଂପାଦକ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସଂଘର ଉପସଭାପତି ସୁଶାନ୍ତ ନାଗ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ନନ୍ଦ କିଶୋର ଶ୍ରୀବାସ୍ତବ, ଇକ୍ବାଲ ଅହମ୍ମଦ, ଆଶୁତୋଷ ସାହୁ, ଲକି ପଣ୍ଡା, ସୁରେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି…

ଜମିକୁ ପହଞ୍ଚି ପାରୁନି ଡ୍ୟାମ୍‌ ପାଣି: ବିଧାୟକଙ୍କୁ ଦାବିପତ୍ର ଦେଲେ ୪ ଗାଁର ଚାଷୀ

ଖଡ଼ିଆଳ,୧୮ା୫ (ସୁଜିତ କୁମାର ପ୍ରଧାନ): ଦୀପ ତଳ ଅନ୍ଧାର ଭଳି ତିଖାଲି ଡ୍ୟାମ୍‌ର ନାକ ତଳେ ଥିବା ଖଡ଼ିଆଳ ବ୍ଲକର ୪ ଗ୍ରାମର ଜମିକୁ ପାଣି ନ…

ପୋଲିସର ବଡ଼ଧରଣ ଚଢ଼ାଉ: ୮୦ ଲକ୍ଷ ଟଙ୍କାର ୫୪ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୮ ଲକ୍ଷ, ଟଙ୍କା ବିପୁଳ ପରିମାଣର ଅଳଙ୍କାର ଜବତ

ହାଟଡିହୀ/ଛେନାପଦୀ, ୧୮/୫ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ବାଲି ବ୍ୟବସାୟୀ ଓ ମାଫିଆଙ୍କ ବିରୋଧରେ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଜିଲା ଏସ୍‌ପି…

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri