ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ପୁଳା ପୁଳା ଟଙ୍କା ଜବତ କରିଛି। ଅଭିଯୁକ୍ତଦ୍ୱୟ ହେଲେ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ମୈତ୍ରୀ ବିହାର ଅଞ୍ଚଳର ଦେବେନ୍ଦ୍ର ସାହୁ (୫୫) ଓ ଟିକରପଡ଼ା ମହାନ୍ତି ସାହିର କାର୍ତ୍ତିକ ସାମନ୍ତରାୟ (୫୬)। ଚଢ଼ାଉ ସମୟରେ ପେଣ୍ଠକଟା ମେରାଇନ ଥାନା ପୋଲିସ ଏବଂ ସ୍ବତନ୍ତ୍ର ଟିମ୍‌ ଗୋପାଳପୁର ଅଞ୍ଚଳର ଏକ ଭଡ଼ାଘରୁ ୧୭୬ ପ୍ୟାକେଟ୍‌ର ୧.୮୩ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି। ଏପରିକି ପୋଲିସ ଜଣେ ଅଭିଯୁକ୍ତଙ୍କ ଘରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି।
ପୋଲିସର ସୂଚନାନୁଯାୟୀ, ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁର ପାଖରେ ଥିବା ଆଇଏମ୍‌ଟି ଫାର୍ମାସି କଲେଜ ନିକଟ ଏକ ଭଡ଼ାଘରେ ବେଆଇନ ମାଦକଦ୍ରବ୍ୟ କାରବାର ହେଉଥିବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଉକ୍ତ ଘରେ ଉପରେ ନଜର ରଖିଥିଲା। ଶୁକ୍ରବାର ପେଣ୍ଠକଟା ମେରାଇନ ଥାନା ପକ୍ଷରୁ ଉକ୍ତ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ୍‌ ଜବତ କରିଛି।
ଏନେଇ ଏସ୍‌ପି ପ୍ରତୀକ ସିଂ କହିଛନ୍ତି, ଶୁକ୍ରବାର ସକାଳୁ ବେଆଇନ ଭାବେ ଗଞ୍ଜେଇ ଏକ ଘରେ ରଖାଯାଇଥିବା ନେଇ ସୂଚନା ମିଳିଥିଲା। ପେଣ୍ଠକଟା ମେରାଇନ୍‌ ଥାନା, ସ୍ପେଶାଲ୍‌ ସ୍କ୍ବାଡ୍‌ ଓ ବରିଷ୍ଠ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟଙ୍କ ଇନ୍ଦ୍ରଦ୍ୟୁମ୍ନ ସ୍ଥିତ ଘରେ ଚଢ଼ାଉ କରାଯାଇ ବିପୁଳ ଟଙ୍କା ଜବତ କରାଯାଇଛି। ଏଥିସହ କିଛି କାଗଜପତ୍ର, ଏଟିଏମ୍‌ ସହ ବେପାର କରି ରଖିଥିବା ଟଙ୍କାଗୁଡ଼ିକୁ ଜବତ କରାଯାଇଛି। ବର୍ତ୍ତମାନ ୨ଜଣ ଗିରଫ ହୋଇଛନ୍ତି। ଏଥିରେ ଅନ୍ୟ କେହି ଜଡ଼ିତ ଅଛନ୍ତି କି ନାହିଁ ସେନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। ପୋଲିସ ପକ୍ଷରୁ ନିଶା କାରବାର ଉପରେ ନଜର ରଖାଯାଇଛି। ବହୁଦିନ ହେବ ଅଭିଯୁକ୍ତଙ୍କ ଉପରେ ନଜର ରହିଥିଲା। ଅଭିଯୁକ୍ତଙ୍କର ଅନ୍ୟ ଯେଉଁସବୁ ସମ୍ପତ୍ତି ରହିଛି ତାହା ଉପରେ ମଧ୍ୟ ଚଢ଼ାଉ କରାଯାଇଛି। ଏହି ଗଞ୍ଜେଇକୁ ଭଲ ଭାବରେ ସିଲ୍‌ କରାଯାଇ ରଖାଯାଇଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ସିଂ ସୂଚନା ଦେଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟ କହିଛନ୍ତି, ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ଏହି ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି। ସେ ଝିଅ ବାହାଘର କରିବା ପାଇଁ କିଛି ଦିନ ତଳେ ତାଙ୍କର ଏକ ଜାଗା ବିକ୍ରି କରି ୯୮ ଲକ୍ଷ ଟଙ୍କା ମିଳିଥିଲା। ପୋଲିସ ସେହି ଟଙ୍କା ଜବତ କରୁଛି। ପୁରୀ ଭଳି ଧାର୍ମିକ ଓ ପର୍ଯ୍ୟଟନ ସହରରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ କାରବାର ହେଉଥିବା ବେଳେ ଅବକାରୀ ବିଭାଗ କିପରି ଜାଣିପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri