Posted inଜାତୀୟ

ପଦ୍ମ ଧରିଲେ ସି.ରାଜାଗୋପାଳାଚାରୀଙ୍କ ଅଣନାତି…

ନୂଆଦିଲ୍ଲୀ,୮।୪ : କଂଗ୍ରେସର ପୂର୍ବତନ ନେତା ତଥା ପ୍ରଥମ ଭାରତୀୟ ଗଭର୍ନର ଜେନେରାଲ ସି ରାଜାଗୋପାଳାଚାରୀଙ୍କ ନାତି ସି.ଆର କେଶବନ୍‌ ଶନିବାର ଭାଜପାରେ ଯୋଗ ଦେଇଛନ୍ତି। କେଶବନ୍‌ ଫେବୃଆରୀରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୋ ଘରେ ଥିବା ଲୋକଙ୍କୁ ମୁଁ ଜାଣେ, ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସ୍ଥାୟୀ ଘର ପାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ତିନି କୋଟି ଘର ନିର୍ମାଣ କରାଯାଇଛି। ଥରେ ଅମିତ ଶାହା କହିଥିଲେ ଯେ ଡିବିଟି ପୂର୍ବରୁ ‘ଡିଲର ଦଲାଲ ଟ୍ରାନ୍ସଫର’ ଥିଲା, କିନ୍ତୁ ବର୍ତ୍ତମାନ ଏହା ‘ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର’ରେ ପରିଣତ ହୋଇଛି। ତାହା ହେଉଛି, ପୂର୍ବରୁ ଘରଗୁଡିକ ଡିଲରଙ୍କ ମାଧ୍ୟମରେ ଲୋକଙ୍କୁ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସିଧାସଳଖ ଯୋଗ୍ୟ ଲୋକଙ୍କୁ ଦିଆଯାଉଛି । ତେବେ କେଶବନ୍‌ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଥିଲେ,ସେ ଗତ ଦୁଇ ଦଶନ୍ଧି ଧରି ଦଳ ପାଇଁ କାର୍ଯ୍ୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଦଳର ମୂଲ୍ୟବୋଧ କମିବାରେ ଲାଗିଛି। ଦଳକୁ ବର୍ତ୍ତମାନ ଯେଉଁଭଳି ଭାବେ ଦେଖାଯାଉଛି ସେଥିରେ ସେ ସନ୍ତୁଷ୍ଟ ନୁହଁନ୍ତି। ଏହି କାରଣରୁ ସେ ଦଳ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ କରିନାହାଁନ୍ତି କିମ୍ବା ଭାରତ ଯୋଡ଼ୋ ଯାତ୍ରାରେ ଭାଗ ନେଇ ନାହାଁନ୍ତି। ବର୍ତ୍ତମାନ ତାଙ୍କ ପାଇଁ ଏକ ନୂତନ ପଥରେ ଆଗକୁ ବଢ଼ିବାର ସମୟ ଆସିଛି ଏବଂ ତେଣୁ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି। ତାମିଲନାଡୁ କଂଗ୍ରେସ କମିଟି ଚାରିଟେବଲ ଟ୍ରଷ୍ଟର ଟ୍ରଷ୍ଟିଙ୍କ ନିକଟକୁ ମଧ୍ୟ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?