Posted inଜାତୀୟ

ପଦ୍ମ ପୁରସ୍କାର ୨୦୨୪: ୪୦ ଓବିସି, ୯ ଖ୍ରୀଷ୍ଟିଆନ, ୮ ମୁସଲମାନ……ଏଥର ସବୁଠାରୁ ଅଧିକ ବ୍ୟକ୍ତିଙ୍କୁ ମିଳିଛି ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଗଣତନ୍ତ୍ର ଦିବସ ୨୦୨୪ପୂର୍ବରୁ ଘୋଷଣା କରାଯାଇଥିଲା। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହା ପ୍ରଥମ ଥର ପାଇଁ ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟର ସର୍ବାଧିକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥର ଓବିସି ସମ୍ପ୍ରଦାୟର ୪୦ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି।
ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୧ଜଣ ଅନୁସୂଚିତ ଜାତିର ଏବଂ ୧୫ ଜଣ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ଏଥର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ରେକର୍ଡ ସଂଖ୍ୟକ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ୨୦୨୪ରେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୯ଜଣ ଖ୍ରୀଷ୍ଟିଆନ ବା ଇସାଇ ସମ୍ପ୍ରଦାୟରୁ ଆସିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୮ଜଣ ମୁସଲମାନ, ୫ ବୌଦ୍ଧ ଏବଂ ୩ ଶିଖ୍‌ ସମ୍ପ୍ରଦାୟର । ଜୈନ ଏବଂ ପାର୍ସୀ ସମ୍ପ୍ରଦାୟର ଦୁଇଜଣ ବ୍ୟକ୍ତି ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗମନାଗମନ ବନ୍ଦ ଆଶଙ୍କା

ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ):ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପୁଣି ଭୂସ୍ଖଳନ ହୋଇଛି। ଏଥର ଅନ୍ଧାରୀକୋଟି ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?