ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ ହେଲା ଚାଷୀ ମଣ୍ଡିରେ ଧାନ ରଖି ଜଗିରହିଛନ୍ତି। ଧାନ କିଣା ମନ୍ଥରତା ଯୋଗୁ ଜିଲାରେ ବିଭିନ୍ନ ମଣ୍ଡିରେ ବର୍ତ୍ତମାନ ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ଏପରିସ୍ଥଳେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଯଦି ବର୍ଷାରେ ସେମାନଙ୍କ ଧାନ ଭିଜିଯାଏ ତା’ହେଲେ ବିକ୍ରିଯୋଗ୍ୟ ହୋଇପାରିବ ନାହିଁ ବୋଲି ଚାଷୀମାନେ ଦୁଃଖରେ ପ୍ରକାଶ କରିଛନ୍ତି।

ମିଲରଙ୍କ ମନମାନି ଏବଂ ପ୍ରଶାସନିକ ସ୍ଥାଣୁତା ଚାଷୀର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏପରିସ୍ଥଳେ ଚାଷୀଙ୍କ ଟୋକନ କଟିଯିବ ଭାବି ଗତ କିଛିଦିନ ତଳେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ଚାଷୀଙ୍କ ଭେଣ୍ଡର (ଆଖିଦେଖା ମାଧ୍ୟମରେ) କଟାଯାଇଛି। ଏହାଦ୍ବାରା ସରକାରୀ ଭାବେ ଚାଷୀଙ୍କ ଧାନ ଉଠିଥିବାବେଳେ ମଣ୍ଡିରେ କିନ୍ତୁ ବିକ୍ରି ନ ହୋଇ ପଡିରହିଛି। ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଜିଲାର ୫୦ ହଜାର ୭୫୧ ଜଣ ଚାଷୀ ୩୧ଲକ୍ଷ ୮୮ ହଜାର ୨୪୫ କୁଇଣ୍ଟାଲ ଧାନ ବିକ୍ରି କରିସାରିଛନ୍ତି। କେବଳ ଶୁକ୍ରବାର ଦିନ ୫୯ ଜଣ ଚାଷୀ ମାତ୍ର ୫ ହଜାର ୨୦୭ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି।

ଗୋଟିଏ ପଟେ ଚାଷୀର ଦୁଃଖ ସରୁ ନ ଥିବାବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି ସରଗରମ ରହିଛି। ଚାଷୀଙ୍କ ସମସ୍ୟାକୁ ମୁଦ୍ଦା କରି ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଥମିବାର ନାଁ ନେଉନାହିଁ। ସରକାରଙ୍କ ଏହି ନୀତିକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଳାହାଣ୍ଡି ଜିଲା ବିଜେଡି ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି ତୀବ୍ର ସମାଲୋଚନା କରିଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ଏହି ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି ଉଭୟେ କହିଛନ୍ତି।

ପିସିସି ସଭାପତି ଦାସ କହିଛନ୍ତି, ସମଗ୍ର ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଶିଥିଳ ହୋଇଯାଇଛି। ସରକାର ପ୍ରୋକ୍ୟୁରମେଣ୍ଟ କରିବେ ବୋଲି କହି କରୁନାହାନ୍ତି। ଆଉ ଆମ ଜିଲାରେ ମଧ୍ୟ ସେହି ଅବ୍ୟବସ୍ଥା ଅଛି। ମିଲରଙ୍କ ମିଲରେ ଧାନ ରଖିବା ପାଇଁ ଜାଗା ନାହିଁ। ସରକାରଙ୍କର ଯେଉଁ ନୀତି ରହିଛି ତାହା ତ୍ରୁଟିପୂର୍ଣ୍ଣ। ଚାଷୀଙ୍କ ପାଇଁ ଆମେ ଆନ୍ଦୋଳନ କରୁଛୁ, ଦାବି ମଧ୍ୟ କରୁଛୁ। କଳାହାଣ୍ଡି ଜିଲାରେ ରବି ଧାନ କିଣା ବାଟବଣା ହୋଇଛି। ଶୀଘ୍ର ସମସ୍ତ ଚାଷୀଙ୍କ ଧାନ ଉଠାଯାଉ କହି ସେ ସରକାରଙ୍କ ଉପରେ ବର୍ଷିଛନ୍ତି।

ସେହିପରି ଲାଞ୍ଜିଗଡ଼ ବିଧାୟକ ଦିଶାରୀ କହିଛନ୍ତି,ଏ ସରକାରରେ ଚାଷୀମାନଙ୍କୁ ହଇରାଣ କରାଯାଉଛି। ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ରହିଛି। ମିଲର ପାଖରେ ଟାର୍ଗେଟ ନାହିଁ। ଯେଉଁଠି ଟାର୍ଗେଟ ଅଛି, ସେଠି ମଧ୍ୟ ଠିକ ଭାବରେ ଧାନ ଉଠାଣ କରାଯାଉନାହିଁ ବୋଲି କହିଥିଲେ। ଏ ନେଇ ଜିଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକଙ୍କୁ ପଚାରିବାରୁ ଆସନ୍ତା ୩ ତାରିଖ ସୁଦ୍ଧା ଜିଲାର ସମସ୍ତ ଚାଷୀଙ୍କ ଧାନ ଉଠାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ସାନଖେମୁଣ୍ଡିରେ ବନ ବିଭାଗ ପ୍ରକଳ୍ପରୁ ସାମଗ୍ରୀ ଚୋରି: ପାଣି ମୋଟର-ସୋଲାର ପ୍ୟାନେଲ ଜବତ, ଜେଲ୍‌ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ସଅଁଢେପ ଗ୍ରାମର ଏକ ବନ ବିଭାଗ ଜଳାଶୟ ପ୍ରକଳ୍ପରୁ ବିଭିନ୍ନ ସାମଗ୍ରୀ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri