ମଣ୍ଡିରେ ପଡ଼ି ରହିଛି ଧାନ

ପଦ୍ମପୁର,  ୨୨।୧ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଭିନ୍ନ ସମିତି ଓ ସ୍ବୟଂସହାୟକ ଗୋଷ୍ଠୀଠାରୁ ଧାନ ଉଠାଉ ନାହାନ୍ତି ସହବନ୍ଧିତ ମିଲର। ବ୍ଲକର ୨୦ଟି ସେବା ସମବାୟ ସମିତି ଓ ୭ଟି ସ୍ବୟଂ ସହାୟକ ଗୋଷ୍ଠୀ ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ସହବନ୍ଧିତ ହୋଇଛନ୍ତି। ଚାଷୀମାନଙ୍କୁ ଟୋକନ ପ୍ରଦାନ କରାଯିବା ପରେ ସେମାନେ ଧାନ ଆଣି ବିଭିନ୍ନ ମଣ୍ଡିରେ ପହଞ୍ଚାଇଛନ୍ତି। ହେଲେ ଧାନର ମାନ, କଟ୍‌ନୀ ଓ ଲୋଡ଼ିଂ ପାଇଁ ଲେବର ଅଭାବ ଦର୍ଶାଇ ମିଲରମାନେ ମଣ୍ଡିରୁ ଧାନ ଉଠାଇ ନାହାନ୍ତି। ବିଭିନ୍ନ ମଣ୍ଡିରେ ୫୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ସମିତିର ନିଜସ୍ବ ଗୋଦାମ ନ ଥିବା ବେଳେ ଧାନବସ୍ତା ରଖିବାକୁ ଜାଗା ନାହିଁ। ପାଣିପାଗ ବିଭାଗ ସୂଚନା ଅନୁସାରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଶନିବାରଠାରୁ ବର୍ଷା ଆରମ୍ଭ ହୋଇଯିବ। ବର୍ଷା ହେଲେ ବିଲରେ ଗଦା ହୋଇଥିବା ଅମଳ ଧାନ ଓ ମଣ୍ଡିରେ ଥିବା ଧାନ ସବୁ ବର୍ଷାରେ ଭିଜି ନଷ୍ଟ ହୋଇଯିବ। ବର୍ଷାରେ ଓଦା ହେଲେ ଆଉ କୌଣସି ମିଲ୍‌ ଭିଜିଥିବା ଧାନ ନେବ ନାହିଁ। ଫଳରେ ସମିତି ଓ ଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ ବୋଲି ପ୍ରକାଶ କରିଛନ୍ତି।
ପଦ୍ମପୁର, ଏଡ଼ତାଳ, ସୁଗୋ, ବାଲିମେଦ ସମିତିରେ ୧୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନବସ୍ତା ଜମା ରହିଥିବା ସୂଚନା ମିଳିଛି। ଧାନ ଉଠା ନ ହେଲେ ଆଉ ଚାଷୀମାନଙ୍କଠାରୁ କିଣାଯାଇ ପାରିବ ନାହିଁ ବୋଲି ପଦ୍ମପୁର, ସୁଗୋ ଓ ଏଡ଼ତାଳ ସମିତି ସମ୍ପାଦକ ଅନିରୁଦ୍ଧ ନାୟକ କହିଛନ୍ତି। ଏ ସମ୍ପର୍କରେ ଭଦ୍ରକ ସେବା ସମବାୟ ସମିତି ସମୂହର ଉପ ସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀଙ୍କୁ ପଚାରିବାରୁ ମିଲରମାନେ ଖୁବ୍‌ଶୀଘ୍ର ମଣ୍ଡିରୁ ଧାନ ଉଠାଇ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri