ରୁଆ ହୋଇଥିବା ଧାନତଳି ପଚିଯିବା ଆଶଙ୍କା

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ଚାଷ ପାଇଁ ଚଳିତ ବର୍ଷ ପାଗଯୋଗ ଠିକ୍‌ ନାହିଁ। ବିଳମ୍ବିତ ମୌସୁମୀ ସାଙ୍ଗକୁ ଧାନତଳି ପକା ଯାଇଥିଲା। ତା’ ମଧ୍ୟରୁ ଅନେକ ବିହନ ଗଜା ହେଲାନାହିଁ ତ ପୁଣି ଯେତିକି ତଳି ଉତୁରି ଥିଲା ତା’ ମଧ୍ୟରୁ ନୂଆ କରି ପୋତା ଯାଇଥିବା ଧାନ ତଳିଗୁଡ଼ିକ ପ୍ରାୟତଃ ୫୦ ଭାଗ ଲଘୁଚାପଜନିତ ଲଗାଣ ବର୍ଷାରେ ପଚିବାକୁ ବସିଲାଣି। ଆଉ ନୂଆ ତଳି ପକାଇବା ପାଇଁ ଚାଷୀ ପାଖରେ ସମୟ ନା ସମ୍ବଳ ଅଛି। ଏମିତିରେ ଏ ବର୍ଷ ଖରିଫ୍‌ ଋତୁର ଅଢେଇ ମାସ ଚାଲିଗଲା। ନଷ୍ଟ ହୋଇଯାଇଥିବା ବିହନ ବଦଳରେ ବିହନ ମିଳିବା ବି କଠିନ ହୋଇପଡିଲାଣି।
ଦୋସିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତବର୍ଷ ଖରିଫ୍‌ ଧାନଚାଷ ପାଇଁ ପାଣିପାଗ ଅନୁକୂଳ ନ ଥିବା ଯୋଗୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଧାନତଳି ପକାଇବା ସହ ପର୍ଯ୍ୟାୟକ୍ରମେ ବେଉଷଣ ଓ ଧାନତଳି ରୋଇବା କାର୍ଯ୍ୟ ବିଳମ୍ବ ହୋଇଥିଲା। ଚାଷୀଟିଏ ଶତପ୍ରତିଶତ ଧାନ ଅମଳ କରିବାର ଆଶା ବାନ୍ଧିଥିଲା। ମାତ୍ର ଚଳିତ ଲଘୁଚାପ ବର୍ଷା ସବୁ ଚାଷୀଙ୍କ ହସ ଛଡ଼ାଇ ନେଇଛି। ନୂଆ କରି ରୁଆଯାଇଥିବା ଧାନତଳି ଲଗାଣ ବର୍ଷା ଯୋଗୁ ପଚିଯିବାକୁ ବସିଲାଣି। ଚାଷୀ ହିଡ଼ କାଟି, ପାଣି ବୋହି ରୁଆ ହୋଇଥିବା ଧାନ ତଳିକୁ ବଞ୍ଚାଇ ରଖିବାର ସମସ୍ତ ଚେଷ୍ଟା ମଧ୍ୟ କରୁଛନ୍ତି। ରୁଆ ହୋଇଥିବା ତଳି ବଞ୍ଚାଇବାକୁ ପାଣି ବୋହି ବୋହି ଚାଷୀ ନୟାନ୍ତ ହେଉଛି। ତଥାପି ରୁଆ ହୋଇଥିବା ତଳିକୁ ବଞ୍ଚାଇ ପାରୁନି। ତଳି ଚେର ଧରିବା ପୂର୍ବରୁ ଚାଷଜମିରେ ପାଣି ଭର୍ତ୍ତି ହୋଇଯାଉଛି। ଏବେ ସୁଦ୍ଧା ଅନିୟମିତ ବର୍ଷା ପାଇଁ ୬୦% ଜମିରେ ହଳ ଗାର ପଡ଼ିପାରି ନାହିଁ। ୪୦% ଜମିରେ ତଳି ପକାଯାଉଛି ତ କେଉଁଠି ତଳି ରୁଆ ହୋଇଛି। ଆଗକୁ ରୁଆ ତଳି ବଞ୍ଚତ୍ ରହିବା, ବିଭିନ୍ନ ପ୍ରକାର ପୋକ ଲାଗିବା, କୀଟନାଶକ, ସାର ପଡିବା ଆଉ ପାଗର ଅବସ୍ଥା କିପରି ହେବ ସେ ନେଇ ଚାଷୀ ସନ୍ଦେହରେ ରହିଛନ୍ତି।
ସେହିପରି କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର କେତେକ ଅଞ୍ଚଳରେ ବର୍ଷା ଅଭାବରୁ ଶ୍ରାବଣରେ ବି ଜମି ଶୁଖିଲା ପଡିଥିଲା। ଆଉ କେତେକ ଅଞ୍ଚଳରେ ଉଚ୍ଚା ଜମିରେ ପାଣି ନାହିଁ। ଲଘୁଚାପଜନିତ ବର୍ଷା ଯୋଗୁ ତଳିଆ ଜମିରେ ପାଣି ଭର୍ତ୍ତି ହୋଇଯିବାରୁ ଚାଷୀ ହତାଶ ହୋଇପଡିଛନ୍ତି। ଅନ୍ୟପକ୍ଷରେ କେନାଲରେ ପାଣି ଛାଡିବା ସମୟରେ ପାଣି ମିଳିଲା ନାହିଁ। ମାତ୍ର ଲଗାଣ ବର୍ଷା ଫଳରେ ଦରକାର ନ ଥିବା ସମୟରେ କେନାଲରେ ଉଛୁଳା ପାଣି ଛଡାଯାଉଛି। ଗତବର୍ଷର ଅନିୟମିତ ବର୍ଷା ଯୋଗୁ ଉତ୍ପାଦନ ହ୍ରାସ ହେବା ସହ ଚାଷରେ ଖର୍ଚ୍ଚ ଅଧିକ ହୋଇଥିବା ନେଇ ଚାଷୀ ଭାଙ୍ଗି ପଡିଥିଲେ। ଚଳିତବର୍ଷ କ୍ଷତିଭରଣା ହେବ ଭାବି ମନକୁ ବୁଝାଉଥିବା ଚାଷୀ ଏ ବର୍ଷ ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରୁଛି। ଏହାଦ୍ୱାରା ଚାଷୀ କେତେଦୂର ଫସଲ ଆମଦାନୀ କରିପାରିବାରେ ସଫଳ ହେବ ସେ ନେଇ ପରିଶ୍ରମ କରି ଚାଲିଛି। ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଭଦ୍ରନାରାୟଣ ଦାସଙ୍କୁ ପଚାରିବାରେ ଚଳିତବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୧,୭୦୦ ହେକ୍ଟର ଜମିରେ ଖରିଫ୍‌ ଧାନଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଅନିୟମିତ ବୃଷ୍ଟିପାତ ଯୋଗୁ ୮,୨୪୫ ହେକ୍ଟର ଜମିରେ ଚାଷ ପାଇଁ ତଳି ପଡି ରୁଆ କାର୍ଯ୍ୟ ଚାଲୁଅଛି। ମାତ୍ର ଲଘୁଚାପଜନିତ ଲଗାଣ ବର୍ଷା କିଛି ମାତ୍ରାରେ ନୂଆ ରୁଆ ଉପରେ କ୍ଷତି କରି ପାରେ। ଅଦ୍ୟାବଧି ପ୍ରାୟ ୪, ୩୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇପାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?