ଅବଧି ସରିଲା, ଧାନ ଉଠିଲାନି

ଟିଟିଲାଗଡ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ବିଜେପୁର ମଣ୍ଡିରେ ଧାନକିଣା ଟାର୍ଗେଟ ସରିଯାଇଛି। ଏହିଭଳି କୁହାଯାଇ ଚାଷୀଙ୍କ ଧାନ କିଣାଯାଉନାହିଁ। ଏହାର ପ୍ରତିବାଦ କରି ଚାଷୀମାନେ ବୁଧବାର ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ମାସେ ପୂର୍ବରୁ ପ୍ରଶାସନ ଧାନବିକ୍ରି କରିବାକୁ ଟୋକନ ଜାରି କରିଥିଲା। ବୁଧବାର ଟୋକନ ଅବଧି ସରିଲା। ହେଲେ ଏବେ ବି ମଣ୍ଡିରେ ପ୍ରାୟ ୧୦ହଜାର କୁଇଣ୍ଟାଲ ଧାନ ବିକ୍ରି ହେବାକୁ ପଡି ରହିଛି। ଚାଷୀ ଟୋକନ ଧରି ବସିଛନ୍ତି l ଯଦି ଚାଷୀଙ୍କ ଧାନ ବିକ୍ରି ନହେବ ତେବେ ସେମାନେ କାହାକୁ ବିକିବେ ବୋଲି ଧାରଣାରେ ବସିଥିବା ବିଜେପୁର ସରପଞ୍ଚ ହୃଷିକେଶ ବାଗ ଓ ଅନ୍ୟ ଚାଷୀ କହିଛନ୍ତି। ପୂର୍ବରୁ ମଧ୍ୟ ଟୋକନ ପାଇଥିବା ଚାଷୀଙ୍କ ଟୋକନ ଲାପ୍ସ ଭୟ ଦେଖାଇ ୧୦ ରୁ ୧୫କେଜି କଟନି ଛଟନି କରାଯାଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ସହାୟକ ଜିଲାପାଳ ଚନ୍ଦ୍ର ଦେହୁରୀ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ଟିଟିଲାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଶଙ୍କର୍ଷଣ ଭୋଇ, ଯୋଗାଣ ନିରୀକ୍ଷକ ପଦ୍ମଲୋଚନ ମାଝୀ ଧାରଣାସ୍ଥଳକୁ ଯାଇ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ପରେ ଧାରଣାରତ ଚାଷୀଙ୍କ ସହ ତହସିଲଦାର ପ୍ରେମଲାଲ ହିଆଲ ଏବଂ ଯୋଗାଣ ବିଭାଗ ଅଧିକାରୀ ମଣ୍ଡିକୁ ଯାଇ ଗଚ୍ଛିତ ଧାନର ସ୍ଥିତି ନିରୀକ୍ଷଣ କରିଥିଲେ। ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଧାନ ପ୍ରଶାସନ କିଣିବ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଓହରି ଥିଲେ। ଦେଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରମୁହାଁ ହାତୀ, ବନ ବିଭାଗର ନିଦ ଭାଙ୍ଗୁନି

ବାଲେଶ୍ୱର ଅଫିସ,୨୭ା୬: ଜଙ୍ଗଲ ଛାଡ଼ି ସହରରେ ବୁଲୁଛି ଏକ ହାତୀ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ମିତ୍ରପୁର ବଜାରରେ ଏକ ଝାଡ଼ଖଣ୍ଡୀ ହାତୀ ବୁଲୁଥିବା...

ପାରଳାଖେମୁଣ୍ଡିରେ ପାରମ୍ପରିକ ପର୍ବ ଗଜାମୁହାଁ

ପାରଳାଖେମୁଣ୍ଡି,୧୪।୪(ଡି.ଏନ୍‌.ଏ.):  ପାରଳାଖେମୁଣ୍ଡି ସହରରେ ଚୈତ୍ର ମାସ ଶେଷ ମଙ୍ଗଳବାର ପାରଳା ସହରରେ ପାରମ୍ପରିକ ପୂଜା ଗଜାମୁହାଁ ପର୍ବ ପାଳିତ ହୋଇଯାଇଛି। ପାରଳାର ଗଜାମୁହାଁ ପର୍ବ ରାଜ୍ୟର ବିଭିନ୍ନ...

ରାଜମିସ୍ତ୍ରି ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୧ା୩: ୨୦୧୭ ଜୁନରେ ଜଗତ୍‌ସିଂହପୁର ଥାନା ଶାଳିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅନ୍ଧୁଟୀରେ ରାଜମିସ୍ତ୍ରି ଶରତ ରାୟ (୬୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର...

ହାଟଡିହୀ ବ୍ଲକ ବିଡିଓ ସୁଶାନ୍ତ ବାରିକଙ୍କ ବଦଳି

ହାଟଡିହୀ,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ଅନ୍ୟତ୍ର ବଦଳି ହୋଇଛି। ସୋମବାର ପଞ୍ଚାୟତିରାଜ ବିଭାଗ ତରଫରୁ ଚିଠି ନଂ.୨୦୫୮୪ ଅନୁଯାୟୀ ପ୍ରକାଶିତ...

ଏସ୍‌ସିବି ମେଡିକାଲ ଆଉଟଡୋର କୋଠା ମରାମତି: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି

କଟକ ଅଫିସ, ୨୬ା୧୨: ଏସ୍‌ସିବି ମେଡିକାଲରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ ଦାବିରେ ୧ହଜାର ଲୋକଙ୍କ ଦସ୍ତଖତ ସମ୍ବଳିତ...

ପୂର୍ବତନ ବିଧାୟକଙ୍କ ଦ୍ୱାରା ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଖଣ୍ଡପଡ଼ା,୧୦ା୬(ସ୍ବ.ପ୍ର.): ଚଳିତ ଶିକ୍ଷାବର୍ଷ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାରେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କୁ ଶନିବାର ଖଣ୍ଡପଡ଼ା ପୂର୍ବତନ ବିଧାୟକ...

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର

ବୌଦ୍ଧ,୩୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାନଦୀର କୁଶାସିଙ୍ଗା ଘାଟରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ଅରଖପଦର...

ସରିଲା ମତଦାନ: ଇଭିଏମରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭଦ୍ରକ ଅଫିସ, ୩।୧୧: ଧାମନଗର ଉପନିର୍ବାଚନ ପାଇଁ ସରିଲା ମତଦାନ ପ୍ରକ୍ରିୟା। ଇଭିଏମରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ମୋଟ ୬୬.୬୩ ପ୍ରତିଶତ ମତଦାନ...

Advertisement
Archives

Model This Week