Posted inଫୁରସତ

ଧାନ କଳାକୃତି ଦେଇଛି ରୋଜଗାର

ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରିର ଭିନ୍ନଭିନ୍ନ ପରିଚୟ ରହିଛି। ଠିକ୍‌ ଯେମିତି ଧାନ ଓ ଅନ୍ୟ ଶସ୍ୟକୁ ନେଇ ହେଉଥିବା କଳା କାରିଗରୀ। ଶିଳ୍ପୀଙ୍କ ଯାଦୁକରୀ ହସ୍ତର ସ୍ପର୍ଶରେ ଛୋଟ ଛୋଟ ଶସ୍ୟ ସୁନ୍ଦର କଳାକୃତୀର ରୂପ ନେଇଥାଏ। ଆଉ ଏହି କଳା କାରିଗରିକୁ ନିଜ ରୋଜଗାରର ମାଧ୍ୟମ କରିଛନ୍ତି କେତେକ ମହିଳା କାରିଗର। କଟକ ଜିଲାର ନିଆଳି ବ୍ଲକ ଅନ୍ତର୍ଗତ ଏରଞ୍ଚ ଗାଁର ବାସିନ୍ଦା ବେଣୁଧର ମହାପାତ୍ରଙ୍କ ପତ୍ନୀ ସୌଦାମିନୀ ମହାପାତ୍ର କୁହନ୍ତି, ‘ନିଜ ବାପଘରେ ଧାନରେ ତିଆରି କେତେକ କଳାକୃତି ଶିଖିଥିଲି। ତେବେ ଶାଶୁଘର ଆସିଲା ପରେ ବଳକା ସମୟକୁ ନଷ୍ଟ ନ କରି ପ୍ରଥମେ ନିଜସ୍ବ ଉଦ୍ୟମରେ କେତେକ ମାଟିର ଦେବଦେବୀଙ୍କ ପ୍ରତିମୂର୍ତ୍ତି ଓ ମୁଖା ଉପରେ ସରୁସରୁ ଧାନକୁ ଫେଭିକଲ ଅଠାରେ ଛାପି ସୁନ୍ଦର ସୁନ୍ଦର କଳାକୃତି ତିଆରି କଲି। ପରେ ଏକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗଠନକରି ପ୍ରାୟ ୨୦ଜଣ ସଦସ୍ୟାଙ୍କୁ ଏହି ହସ୍ତକଳାର ତାଲିମ ଦେଲି। ଆଜକୁ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ଏହି କଳାକାରିଗରି କାମ ଚାଲିଛି। ଏଥିପାଇଁ ବିଭିନ୍ନ ସରୁସରୁ ଧାନ, ପେଡ଼ିଟିନରଙ୍ଗ, ଧାନ ବିଶୋଧନ ପାଇଁ ଏକପ୍ରକାର କେମିକାଲ, ସୋଲ, ବିଭିନ୍ନ ରଙ୍ଗର ଭେଲ୍‌ଭେଟ କନା,ରଙ୍ଗିନ ଲେସ, ସେଲୋ ଟେପ, କାଚ, ପ୍ଲାଇଉଡ, ଫେଭିକଲ ଅଠା ଆଦି କଞ୍ଚାମାଲକୁ ସଂଗ୍ରହ କରିବାକୁ ପଡ଼ିଥାଏ। ବିଶେଷକରି ମାଟିର ଲକ୍ଷ୍ମୀ, ସରସ୍ବତୀ, ଗଣେଶ, ତାରିଣୀ ଆଦି ବିଭିନ୍ନ ଦେବଦେବୀଙ୍କ ସହ ସାଇବାବାଙ୍କ ମୂର୍ତ୍ତିରେ ଧାନର ସୁସଜ୍ଜିତ କଳାକୃତି ପାଇଁ ପ୍ରଥମେ ପ୍ଲାଇଉଡ଼କୁ ମୂର୍ତ୍ତିର ସାଇଜ ଅନୁସାରେ କଟାଯାଇଥାଏ। ଫେଭିକଲ ଦେଇ ଭେଲଭେଟ କନାକୁ ଲଗାଯାଇଥାଏ। ତା’ଉପରେ ଆବଶ୍ୟକ ମନେକରୁଥିବା ମାଟିର ମୂର୍ତ୍ତି ଅଠାଦେଇ ଲଗାଯାଇଥାଏ। ତା’ପରେ ଡ୍ରଇଂ ପେପର୍‌କୁ ମୂର୍ତ୍ତିର କିରିଟ ପାଇଁ ଲଗାଯାଇଥାଏ। ଆବଶ୍ୟକସ୍ଥଳେ ରଙ୍ଗିନ ଲେସ୍‌, କାଚ, ରଙ୍ଗିନ କାଗଜକୁ ଅଠାଦ୍ୱାରା ଲଗାଯାଇଥାଏ। ଏହାପରେ ରଙ୍ଗିନ ସୂତାକୁ ସାଇଜକରି ରଖାଯାଇ ଟୁଇଜରରେ ଗୋଟିଗୋଟି କରି ସରୁସରୁ ଧାନକୁ ଅଠାଦେଇ ମୂର୍ତ୍ତି ଉପରେ ସୁସଜ୍ଜିତ କରାଯାଇଥାଏ। ଏମିତିଭାବେ କଳାକୃତି ପ୍ରସ୍ତୁତ ହୋଇଯିବା ପରେ କିଛି ସମୟ ପାଇଁ ଅଳ୍ପ ଖରାରେ ଶୁଖାଯାଇଥାଏ। ତା’ପରେ ଧାନରେ ସୁସଜ୍ଜିତ ବିଭିନ୍ନ ଦେବଦେବୀଙ୍କ କଳାକୃତି ବିଭିନ୍ନ ଉତ୍ସବରେ ବିକ୍ରି ପାଇଁ ନିଆଯାଇଥାଏ। ଗୋଟିଏ ଗୋଟିଏ କଳାକୃତିକୁ ପ୍ରାୟ ୬୦ଟଙ୍କାରୁ ଆରମ୍ଭକରି ୨ହଜାରଟଙ୍କା ମୂଲ୍ୟରେ ବିକ୍ରି କରାଯାଇଥାଏ। ଏହି କଳାକୃତିରୁ ଗାଁର ମହିଳାଗୋଷ୍ଠୀ ବାର୍ଷିକ ପ୍ରାୟ୨ଲକ୍ଷ ଟଙ୍କାର ଲାଭବାନ ହୋଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri