Posted inଫୁରସତ

ଧାନ କଳାକୃତି ଦେଇଛି ରୋଜଗାର

ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ କଳା କାରିଗରିର ଭିନ୍ନଭିନ୍ନ ପରିଚୟ ରହିଛି। ଠିକ୍‌ ଯେମିତି ଧାନ ଓ ଅନ୍ୟ ଶସ୍ୟକୁ ନେଇ ହେଉଥିବା କଳା କାରିଗରୀ। ଶିଳ୍ପୀଙ୍କ ଯାଦୁକରୀ ହସ୍ତର ସ୍ପର୍ଶରେ ଛୋଟ ଛୋଟ ଶସ୍ୟ ସୁନ୍ଦର କଳାକୃତୀର ରୂପ ନେଇଥାଏ। ଆଉ ଏହି କଳା କାରିଗରିକୁ ନିଜ ରୋଜଗାରର ମାଧ୍ୟମ କରିଛନ୍ତି କେତେକ ମହିଳା କାରିଗର। କଟକ ଜିଲାର ନିଆଳି ବ୍ଲକ ଅନ୍ତର୍ଗତ ଏରଞ୍ଚ ଗାଁର ବାସିନ୍ଦା ବେଣୁଧର ମହାପାତ୍ରଙ୍କ ପତ୍ନୀ ସୌଦାମିନୀ ମହାପାତ୍ର କୁହନ୍ତି, ‘ନିଜ ବାପଘରେ ଧାନରେ ତିଆରି କେତେକ କଳାକୃତି ଶିଖିଥିଲି। ତେବେ ଶାଶୁଘର ଆସିଲା ପରେ ବଳକା ସମୟକୁ ନଷ୍ଟ ନ କରି ପ୍ରଥମେ ନିଜସ୍ବ ଉଦ୍ୟମରେ କେତେକ ମାଟିର ଦେବଦେବୀଙ୍କ ପ୍ରତିମୂର୍ତ୍ତି ଓ ମୁଖା ଉପରେ ସରୁସରୁ ଧାନକୁ ଫେଭିକଲ ଅଠାରେ ଛାପି ସୁନ୍ଦର ସୁନ୍ଦର କଳାକୃତି ତିଆରି କଲି। ପରେ ଏକ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗଠନକରି ପ୍ରାୟ ୨୦ଜଣ ସଦସ୍ୟାଙ୍କୁ ଏହି ହସ୍ତକଳାର ତାଲିମ ଦେଲି। ଆଜକୁ ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ଏହି କଳାକାରିଗରି କାମ ଚାଲିଛି। ଏଥିପାଇଁ ବିଭିନ୍ନ ସରୁସରୁ ଧାନ, ପେଡ଼ିଟିନରଙ୍ଗ, ଧାନ ବିଶୋଧନ ପାଇଁ ଏକପ୍ରକାର କେମିକାଲ, ସୋଲ, ବିଭିନ୍ନ ରଙ୍ଗର ଭେଲ୍‌ଭେଟ କନା,ରଙ୍ଗିନ ଲେସ, ସେଲୋ ଟେପ, କାଚ, ପ୍ଲାଇଉଡ, ଫେଭିକଲ ଅଠା ଆଦି କଞ୍ଚାମାଲକୁ ସଂଗ୍ରହ କରିବାକୁ ପଡ଼ିଥାଏ। ବିଶେଷକରି ମାଟିର ଲକ୍ଷ୍ମୀ, ସରସ୍ବତୀ, ଗଣେଶ, ତାରିଣୀ ଆଦି ବିଭିନ୍ନ ଦେବଦେବୀଙ୍କ ସହ ସାଇବାବାଙ୍କ ମୂର୍ତ୍ତିରେ ଧାନର ସୁସଜ୍ଜିତ କଳାକୃତି ପାଇଁ ପ୍ରଥମେ ପ୍ଲାଇଉଡ଼କୁ ମୂର୍ତ୍ତିର ସାଇଜ ଅନୁସାରେ କଟାଯାଇଥାଏ। ଫେଭିକଲ ଦେଇ ଭେଲଭେଟ କନାକୁ ଲଗାଯାଇଥାଏ। ତା’ଉପରେ ଆବଶ୍ୟକ ମନେକରୁଥିବା ମାଟିର ମୂର୍ତ୍ତି ଅଠାଦେଇ ଲଗାଯାଇଥାଏ। ତା’ପରେ ଡ୍ରଇଂ ପେପର୍‌କୁ ମୂର୍ତ୍ତିର କିରିଟ ପାଇଁ ଲଗାଯାଇଥାଏ। ଆବଶ୍ୟକସ୍ଥଳେ ରଙ୍ଗିନ ଲେସ୍‌, କାଚ, ରଙ୍ଗିନ କାଗଜକୁ ଅଠାଦ୍ୱାରା ଲଗାଯାଇଥାଏ। ଏହାପରେ ରଙ୍ଗିନ ସୂତାକୁ ସାଇଜକରି ରଖାଯାଇ ଟୁଇଜରରେ ଗୋଟିଗୋଟି କରି ସରୁସରୁ ଧାନକୁ ଅଠାଦେଇ ମୂର୍ତ୍ତି ଉପରେ ସୁସଜ୍ଜିତ କରାଯାଇଥାଏ। ଏମିତିଭାବେ କଳାକୃତି ପ୍ରସ୍ତୁତ ହୋଇଯିବା ପରେ କିଛି ସମୟ ପାଇଁ ଅଳ୍ପ ଖରାରେ ଶୁଖାଯାଇଥାଏ। ତା’ପରେ ଧାନରେ ସୁସଜ୍ଜିତ ବିଭିନ୍ନ ଦେବଦେବୀଙ୍କ କଳାକୃତି ବିଭିନ୍ନ ଉତ୍ସବରେ ବିକ୍ରି ପାଇଁ ନିଆଯାଇଥାଏ। ଗୋଟିଏ ଗୋଟିଏ କଳାକୃତିକୁ ପ୍ରାୟ ୬୦ଟଙ୍କାରୁ ଆରମ୍ଭକରି ୨ହଜାରଟଙ୍କା ମୂଲ୍ୟରେ ବିକ୍ରି କରାଯାଇଥାଏ। ଏହି କଳାକୃତିରୁ ଗାଁର ମହିଳାଗୋଷ୍ଠୀ ବାର୍ଷିକ ପ୍ରାୟ୨ଲକ୍ଷ ଟଙ୍କାର ଲାଭବାନ ହୋଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri