ଚାନ୍ଦେଲ ପାହାଡ଼ର ସୁରକ୍ଷା ଦେଉଛନ୍ତି ପଚମନୀ ମାଝି

ନୂଆପଡ଼ା ଅଫିସ,୧୧।୨: ନୂଆପଡା ଓ ବଲାଙ୍ଗୀର ଜିଲା ସୀମାନ୍ତରେ ରହିଛି ଚାନ୍ଦେଲ ପାହାଡ। ପୂର୍ବରୁ ଏହା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା। ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଧଉରା, ସିହିନା ଭଳି ଗଛ ଓ ଔଷଧୀୟ ବୃକ୍ଷ ସବୁ ରହିଥିଲା। ଏଠାରେ ବାଘ, ଭାଲୁ, ବାର୍‌ହା, ଶମ୍ବର, ହରିଣ ଭଳି ଅନେକ ଜୀବଜନ୍ତୁ ବାସ କରୁଥିଲେ। ନୂଆପଡା ଓ ବଲାଙ୍ଗୀର ଜିଲାର କାଠମାଫିଆ ଦ୍ୱାରା ଧୀରେ ଧୀରେ ଜଙ୍ଗଲ ନଷ୍ଟ ହୋଇ ଲଣ୍ଡା ପାହାଡରେ ପରିଣତ ହୋଇଗଲା। ଜଙ୍ଗଲ ଲୋପ ପାଇବା ଦ୍ୱାରା ପଶୁପକ୍ଷୀ ଜଙ୍ଗଲ ଛାଡି ଅନ୍ୟତ୍ର ଚାଲି ଗଲେ। ଜଙ୍ଗଲ ଧ୍ୱଂସ ହେବା ଦ୍ୱାରା ସେଠାରେ ବାସ କରୁଥିବା ଆଦିବାସୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟ କିମ୍ବା ଘରକରଣା ପାଇଁ ଗଛ ଓ ଜାଳେଣି କାଠ ଅଭାବ ହେବ ଭାବି ଜଙ୍ଗଲ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଲେ ନୂଆପଡ଼ା ଜିଲା କୋମନା ସଦର ପଞ୍ଚାୟତ ଭରୁଆମୁଣ୍ଡା ଗାଁ ବୀରସିଂପଡାର ପଚମନୀ ମାଝି (୫୮)। କୋମନା ବ୍ଲକଠାରୁ ପୂର୍ବକୁ ୫ କି.ମି. ଦୂରରେ ରହିଛି ଚାନ୍ଦେଲ ପାହାଡ (୨)। ଚାନ୍ଦେଲ ପାହାଡର ଘଞ୍ଚ ଜଙ୍ଗଲ ଭିତରେ ରହିଛି ଭରୁଆମୁଣ୍ଡା ଗ୍ରାମ ଓ ବୀରସିଂପଡା, ମାଝିପଡା, ପହରିଆପଡା। ସେଠାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ବୀରସିଂପଡାର ପଚମନୀ ବୟସକୁ ହାର ନ ମାନି ଗାଁ ଲୋକଙ୍କ ସହାୟତାରେ ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି। ଦିନେ କିମ୍ବା ଦୁଇ ଦିନ ନୁହେଁ ଆଜକୁ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଙ୍ଗଲକୁ ଆପଣାର ଭାବି ସୁରକ୍ଷା ଦେଉଛନ୍ତି। ଯେଉଁ ଦିନଠାରୁ ସେ ଜଙ୍ଗଲରେ ପାଦ ପକାଇଲେ ଲୋକେ ଡରି ପାଖକୁ ଆସିଲେ ନାହିଁ। କାଠ ମାଫିଆ ଓ ଶିକାରୀମାନଙ୍କ ବଂଶ ବିସ୍ତାର ଲୋପ ପାଇବା ପରେ ଧୀରେ ଧୀରେ ଜଙ୍ଗଲରେ ଅନେକ ପ୍ରକାର ଗଛ ଉଠିଲା। ସବୁଜ ସୁନ୍ଦର ଦିଶିବାରେ ଲାଗିବା ସହିତ ଅନେକ ପଶୁପକ୍ଷୀ ବାସ କରି କିଚିରି ମିଚିରି ଶବ୍ଦରେ ମନ ଭରି ଉଠୁଛି। ପଚମନୀ କାନ୍ଧରେ ଟାଙ୍ଗିଆ ଧରି ସକାଳ ପାହିଲେ ଜଙ୍ଗଲକୁ ବାହାରି ପଡନ୍ତି। ଯେଉଁଠାରେ ଠୁକ୍‌ ଠାକ ଶଦ୍ଦ ହେଲେ ଚିକତ୍ାର କରିବା ସହ ସେହି ସ୍ଥାନକୁ ଦୌଡି ଯାଇ ଘଉଡାଇବାରେ ଲାଗି ପଡୁଛନ୍ତି। ବର୍ତ୍ତମାନ ଜଙ୍ଗଲ ସବୁଜ ସୁନ୍ଦର ଦିଶିବା ସହ ଚତୁର୍ଦ୍ଦିଗକୁ ଚାହିଁଲେ ଗଛ ଓ ପଶୁପକ୍ଷୀଙ୍କ ସୁମଧୁର ସ୍ବରରେ ମନ ଭରି ଯାଉଛି। ବିନା ପାଉଣା କିମ୍ବା ସରକାରଙ୍କ ବିନା ସହାୟତାରେ ଏହି ମହତ୍ତ୍ୱ କାର୍ଯ୍ୟକୁ ଗ୍ରାମବାସୀଙ୍କ ସମେତ ଅଞ୍ଚଳରେ ପ୍ରଶଂସା କରୁଛନ୍ତି।

 

ମୁଁ କୁରେଶ୍ୱର ପଞ୍ଚାୟତ ଖଇରଭାଡି ଗାଁରୁ ବୀରସିଂପଡା ଗାଁର କ୍ଷୀରସାଗର ମାଝିଙ୍କୁ ଯେତେବେଳେ ବିବାହ କଲି ସେହି ସମୟରେ ଜଙ୍ଗଲ ଠିକ ରହିଥିଲା। ଧୀରେ ଧୀରେ ଜଙ୍ଗଲ କ୍ଷୟ ହୋଇ ଲଣ୍ଡା ପାହାଡରେ ପରିଣତ ହୋଇଗଲା। ମୁଁ ଚିନ୍ତା କଲି ଆମେ ଆଦିବାସୀ ଲୋକ ଜଙ୍ଗଲ ଉପରେ ନିର୍ଭର, ଜଙ୍ଗଜଜାତ ଦ୍ରବ୍ୟରେ ହିଁ ପରିବାର ପ୍ରତିପୋଷଣ କରିଥାଉ। ଜଙ୍ଗଲ ନଷ୍ଟ ହେଲେ ଆମକୁ କିଛି ମିଳିବ ନାହିଁ ଭାବି ଜଙ୍ଗଲକୁ ସୁରକ୍ଷା ଦୋବକୁ ଆରମ୍ଭ କଲି। ଏବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାରର ୬ ପ୍ରାଣୀ ସୁଖରେ ଚଳୁଛୁ।
ପଚମନୀ ମାଝି
ଜନସାଧାରଣ, ବନ ବିଭାଗ ଓ ପ୍ରଶାସନର ସହଯୋଗ ନ ହେଲେ ଜଙ୍ଗଲ ସୁରକ୍ଷା ଦେବା ସମ୍ଭବ ପର ନୁହେଁ। ଏଠାରେ ପଚମନୀ ମାଝି ଏକା ନୁହନ୍ତି। ଜନସାଧାରଣଙ୍କ ସହଯୋଗରେ ଚାନ୍ଦେଲ ୨ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି।
ସୁଶୀଲ କୁମାର ତ୍ରିପାଠୀ,
ବନଖଣ୍ଡ ଅଧିକାରୀ
ରିପୋର୍ଟ: ମକାରୁ ବେମାଲ


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri