Posted inଖେଳ

ହଲ୍‌ ଅଫ୍‌ ଫେମ୍‌ରେ ପେସ୍‌, ଅମ୍ରିତରାଜ

ନୂଆଦିଲ୍ଲୀ,୧୪ା୧୨(ପି.ଟି.) : ଦୁଇ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ଓ ବିଜୟ ଅମ୍ରିତରାଜଙ୍କୁ ଇଣ୍ଟରନ୍ୟାଶନାଲ ଟେନିସ୍‌ର ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଉଭୟ ପ୍ରଥମ ଏସୀୟ ପୁରୁଷ ଖେଳାଳି ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ବରିଷ୍ଠ ସାମ୍ବାଦିକ ରିଚାର୍ଡ ଏଭାନ୍ସଙ୍କୁ ମଧ୍ୟ ଟେନିସ୍‌ର ଅଲ୍ଟିମେଟ୍‌ ଅନର ପାଇଁ ମନୋନୀତ କରାଯାଇଛି। ଡବଲ୍ସରେ ପୂର୍ବତନ ବିଶ୍ୱର ଏକ ନମ୍ବର ତଥା ୧୮ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେସ୍‌ଙ୍କୁ ଖେଳାଳି ଭାବରେ ସାମିଲ କରାଯାଇଥିବା ବେଳେ ଅମ୍ରିତରାଜଙ୍କୁ କ୍ରୀଡା ପ୍ରତି ଥିବା ଅବଦାନ ପାଇଁ ମନୋନୀତ କରାଯାଇଛି। ୨୭ ରାଷ୍ଟ୍ରର ୨୬୪ ଖେଳାଳି ଏହି ଏଲିଟ୍‌ ତାଲିକାରେ ସାମିଲ ଥିବାବେଳେ ୨୮ତମ ରାଷ୍ଟ୍ର ଭାବେ ଭାରତ ଏହି ତାଲିକାରେ ସାମିଲ ହୋଇଛି।
ଦୀର୍ଘ ୩୦ ବର୍ଷ ଧରି ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପରେ ଏହି ସମ୍ମାନ ମୋ ପାଇଁ ବେଶ୍‌ ସ୍ବତନ୍ତ୍ର। ଏହା କେବଳ ମୋ ପାଇଁ ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ ବୋଲି ପେସ୍‌ କହିଛନ୍ତି। ଜୀବନବ୍ୟାପୀ ସଂଘର୍ଷ ପାଇଁ ଏହା ପୁରସ୍କାର ବୋଲି ପେସ୍‌ କହିଛନ୍ତି। ଏହା ଏସିଆ ମହାଦେଶର ଅନ୍ୟ ଯୁବ ଖେଳାଳିମାନଙ୍କୁ ଟେନିସ୍‌ରେ କ୍ୟାରିୟର କରିବା ପାଇଁ ଆଗ୍ରହୀ କରିବ ବୋଲି ସେ କହିଛନ୍ତି। ୩୦ ବର୍ଷର ଲମ୍ବା କ୍ୟାରିୟରରେ ବିଶ୍ୱ ର଼୍ୟାଙ୍କିଙ୍ଗରେ ସେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସମୁଦାୟ ୧୮ ଗ୍ରାଣ୍ଡ ସ୍ଲାମ ହାସଲ କରିଥିଲେ। ଏହା ମଧ୍ୟରେ ଡବଲ୍ସରେ ୮ ଓ ସିଙ୍ଗଲ୍ସରେ ୧୦ ଟାଇଟଲ୍‌ ସାମିଲ ରହିଛି। ବିଶ୍ୱର ମାତ୍ର ୩ ଜଣ ଖେଳାଳି କ୍ୟାରିୟର ଗ୍ରାଣ୍ଡ ସ୍ଲମ ହାସଲ କରିଥିବା ବେଳେ ପେସ୍‌ ଏହା ମଧ୍ୟରେ ଅନ୍ୟତମ। ମାର୍ଟିନା ନାଭ୍ରାତିଲୋଭାଙ୍କ ସହିତ ସର୍ବାଧିକ ମିକ୍ସଡ ଡବଲ୍ସ ଟାଇଟଲର ରେକର୍ଡ ପାଇଁ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିବା ବେଳେ ଓପନ ଏରାରେ କେବଳ ସେ ଓ ମାର୍ଟିନା ହିଙ୍ଗିସ୍‌ କ୍ୟାରିୟର ସ୍ଲାମ୍‌ ପୂରଣ କରିଛନ୍ତି। ପେସ୍‌ ଦୀର୍ଘ ୪୬୨ ସପ୍ତାହ ଟପ୍‌ ଟେନ୍‌ ମଧ୍ୟରେ ରହିଥିବା ବେଳେ ୩୭ ସପ୍ତାହ ଧରି ଏକ ନମ୍ବର ସ୍ଥାନରେ ରହିଛନ୍ତି। ଏହା ମଧ୍ୟରେ ସେ ୫୫ଟି ଡବଲ୍ସ ଟାଇଟଲ ମଧ୍ୟ ହାସଲ କରିଛନ୍ତି। ଡେଭିସ୍‌ କପ୍‌ରେ ୪୫ଟି ଡବଲ୍ସ ମ୍ୟାଚ୍‌ ବିଜୟର ରେକର୍ଡ ନିଜ ନାମରେ ରଖିଥିବା ବେଳେ କ୍ରମାଗତ ୭ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ଏପରିକି ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସର ସିଙ୍ଗଲ୍ସ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଆଇଟିଏଚ୍‌ଏଫ୍‌ର ସଭାପତି କିମ୍‌ କ୍ଲାଇଷ୍ଟର୍ସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିବା ଲିଆଣ୍ଡର ପେସ୍‌, ବିଜୟ ଅମ୍ରିତରାଜ ଓ ରିଚାର୍ଡ ଏଭାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଗର୍ଜିଲା S-400: ଅପରେଶନ ସିନ୍ଦୂରରେ ହଜାଇଥିଲା ପାକିସ୍ତାନ ନିଦ

ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400...

ମହିଳା ସହକର୍ମୀଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ସରକାରୀ କର୍ମଚାରୀ, ଅଶ୍ଳୀଳ ଭିଡିଓ କରି କରୁଥିଲେ…

ଲକ୍ଷ୍ନୌ,୫।୧: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ସରକାରୀ କର୍ମଚାରୀ ତାଙ୍କ ମହିଳା ସହକର୍ମୀଙ୍କ ୧୬ ବର୍ଷୀୟା ଝିଅକୁ ବଳାତ୍କାର କରିଥିବା...

ପାଇପଲାଇନରୁ ONGC ଗ୍ୟାସ ଲିକ୍: ଅନେକ ସ୍ଥାନରେ ଲାଗିଲା ନିଆଁ, ଖାଲି ହେଲା ଗାଁ

ନୂଆଦିଲ୍ଲୀ,୫।୧: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ ହୋଇଛି । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍...

ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର...

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ...

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri