ଅକ୍ସିଜେନ ଯୋଗାଣ: ଆଗେଇ ଆସିଛି ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୬।୪: କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ସାରା ଦେଶରେ ସଂକ୍ରମଣ ଏବେ ବଢିଚାଲିଛି। ଏଭଳି ସ୍ଥିତିରେ ମେଡିକାଲ ଅକ୍ସିଜେନର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଅକ୍ସିଜେନ ଅଭାବକୁ ପୂରଣ କରିବା ଲାଗି ଦେଶର ଶିଳ୍ପ ଜଗତ ଆଗେଇ ଆସିବା ସହ ଏହାର ପରିବହନ ଦିଗରେ ମଧ୍ୟ ସହାୟତା କରୁଥିବା ଦେଖାଯାଉଛି। ଦେଶର ପ୍ରମୁଖ କର୍ପୋରେଟଗୁଡିକ ଅକ୍ସିଜେନ ଯୋଗାଣ ଦିଗରେ ଅଦ୍ୟାବଧି ନିଜର ଯୋଗଦାନ ରଖିଛନ୍ତି।
ସୂଚନା ମୁତାବକ, ଜେଏସ୍‌ଡ୍ଲ୍ୟୁ ଷ୍ଟିଲ ଦୈନିକ ୯୦୦ ନିୟୁତ ଟନ ଲିକ୍ୟୁଡ ମେଡିକାଲ ଅକ୍ସିଜେନ(ଏଲ୍‌ଏମ୍‌ଓ) ଯୋଗାଣ ଲାଗି ଆଗେଇ ଆସିଛି। ଯୋଗାଣ ଧାରା ବୃଦ୍ଧି କରିବା ଲାଗି ପ୍ରସ୍ତୁତ ଥିବା କମ୍ପାନୀ କହିଛି। କମ୍ପାନୀ ଏହାର ମହାରାଷ୍ଟ୍ର, କର୍ନାଟକ ଏବଂ ତାମିଲନାଡୁରେ ରହିଥିବା ପ୍ଲାଣ୍ଟଗୁଡିକରୁ ଚଳିତ ମାସରେ ପ୍ରାୟ ୨୦ ହଜାର ଟନ୍‌ ମେଡିକାଲ ଅକ୍ସିଜେନ ଯୋଗାଣ ଲକ୍ଷ୍ୟ ରଖିଥିବା ଶନିବାର କହିଛି। ଜେଏସ୍‌ଡ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସରକାରଙ୍କ ସହ ଏ ନେଇ ଆଲୋଚନା ପରେ ପୂର୍ଣ୍ଣ କ୍ଷମତାରେ ଅକ୍ସିଜେନ ଯୋଗାଣ ଲକ୍ଷ୍ୟ ରହିଥିବା ସ୍ପଷ୍ଟ କରିଛନ୍ତି। ଦେଶର ଅଧିକାଂଶ ଇସ୍ପାତ କମ୍ପାନୀ ଏ ଦିଗରେ ନିଜର ଯୋଗଦାନ ରଖୁଥିବା ଜଣାପଡିଛି।
ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଟୁଇଟ କରି କହିଛନ୍ତି, ଅକ୍ସିଜେନ ଯୋଗାଣ ଦିଗରେ ଯୋଗଦାନ ଜାରି ରହିବ। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ୮୦ ଟନ୍‌ର ଲିକ୍ୟୁଡ ଅକ୍ସିଜେନ ଶନିବାର ପଠାଇଛି। ସାଉଦି ଆରବରୁ ୫ ହଜାର ମେଡିକାଲ ଅକ୍ସିଜେନ ସିଲିଣ୍ଡର ଅଣାଯିବା ସହ ଏଗୁଡିକ ଶୀଘ୍ର ଯୋଗାଇ ଦିଆଯିବ। କ୍ରାୟୋଜେନିକ କଣ୍ଟେନର ଅଭାବ ଯୋଗୁ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟା ସମାଧାନ ଲାଗି ପ୍ରୟାସ ଜାରି ରହିଛି ବୋଲି ଆଦାନୀ କହିଛନ୍ତି। ସେହିଭଳି ଦେଶର ଅନ୍ୟ ପ୍ରମୁଖ ବାଣିଜି୍ୟକ ଗ୍ରୁପ ଆଇଟିସି ପକ୍ଷରୁ କୁହାଯାଇଛି ଯେ, ୨୦ ଟନ୍‌ର ୨୪ କ୍ରାୟୋଜେନିକ କଣ୍ଟେନରରୁ ବିମାନ ଯୋଗେ ଆଣିବା ଲାଗି ଲିଣ୍ଡେ ଇଣ୍ଡିଆ ସହ ଚୁକ୍ତି କରାଯାଇଛି। ଯୋଗାଣ ଲାଗି ବୃହତ୍‌ ସଂଖ୍ୟକ ଅକ୍ସିଜେନ କନସେନଣ୍ଟ୍ରେଟର ବିମାନ ଯୋଗେ ଏହି କମ୍ପାନୀ ପରିବହନ କରୁଥିବା ଜଣାପଡିଛି। ଏହାବାଦ ମେଡିକାଲଗୁଡିକରେ କିଭଳି ଅକ୍ସିଜେନ ଉତ୍ପାଦନ ହୋଇପାରିବ ସେ ନେଇ କମ୍ପାନୀ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରଖିଛି। ଟାଟା ଗ୍ରୁପର ପ୍ରଥମ ୪ କ୍ରାୟୋଜେନିକ କଣ୍ଟେନର ଶନିବାର ପହଞ୍ଚିଛି। ଅକ୍ସିଜେନ ଅଭାବକୁ ଦୂର କରିବା ଲାଗି ଗ୍ରୁପ ପକ୍ଷରୁ ୨୪ କ୍ରାୟୋଜେନିକ କଣ୍ଟେନର ବ୍ୟବସ୍ଥା କରାଯାଉଛି। ଏହାବାଦ ଟାଟା ଷ୍ଟିଲ ପକ୍ଷରୁ ବିଭିନ୍ନ ରାଜ୍ୟଗୁଡିକୁ ୩୦୦ ଟନ୍‌ର ମେଡିକାଲ ଲିକ୍ୟୁଡ ଅକ୍ସିଜେନ ପଠାଯାଇଛି। ଘରୋଇ ଇସ୍ପାତ କମ୍ପାନୀ ମଧ୍ୟରେ ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲ ଦୈନିକ ୨୧୦ ଟନ୍‌ ମେଡିକାଲ ଅକ୍ସିଜେନ ଯୋଗାଉଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାରର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି, ୧୦୦ ଟନ୍‌ ଦୈନିକ ଅକ୍ସିଜେନ ଯୋଗାଣ ହେଉଥିବା ବେଳେ ଏହାକୁ ୧୫୦ ଟନ୍‌କୁ ବଢାଇବା ନେଇ ଯୋଜନା ରଖାଯାଇଛି।
ଶିଳ୍ପକୁ ମିଳିବନି ତରଳ ଅମ୍ଳଜାନ
ହସ୍ପିଟାଲଗୁଡ଼ିକରେ ଅମ୍ଳଜାନ ସଙ୍କଟ ଦେଖାଦେଇଥିବାରୁ ଶିଳ୍ପସଂସ୍ଥାଗୁଡ଼ିକୁ ମେଡିକାଲ ଅକ୍ସିଜେନ ନ ଯୋଗାଇବାକୁ ପୂର୍ବରୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏଥିରୁ ୯ ପ୍ରକାର ଶିଳ୍ପକୁ ବାଦ୍‌ ଦିଆଯାଇଥିଲା। ରବିବାର ସରକାର ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରି ଲିକ୍ୟୁଇଡ୍‌ ଅକ୍ସିଜେନ କେବଳ ମେଡିକାଲ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଏହାକୁ ଅଣମେଡ଼ିକାଲ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କୌଣସି ଶିଳ୍ପସଂସ୍ଥାକୁ ତରଳ ଅମ୍ଳଜାନ ନ ଯୋଗାଇବା ଲାଗି କେନ୍ଦ୍ର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri