ଅକ୍ସିଜେନ ଯୋଗାଣ: ଆଗେଇ ଆସିଛି ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୬।୪: କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ସାରା ଦେଶରେ ସଂକ୍ରମଣ ଏବେ ବଢିଚାଲିଛି। ଏଭଳି ସ୍ଥିତିରେ ମେଡିକାଲ ଅକ୍ସିଜେନର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଅକ୍ସିଜେନ ଅଭାବକୁ ପୂରଣ କରିବା ଲାଗି ଦେଶର ଶିଳ୍ପ ଜଗତ ଆଗେଇ ଆସିବା ସହ ଏହାର ପରିବହନ ଦିଗରେ ମଧ୍ୟ ସହାୟତା କରୁଥିବା ଦେଖାଯାଉଛି। ଦେଶର ପ୍ରମୁଖ କର୍ପୋରେଟଗୁଡିକ ଅକ୍ସିଜେନ ଯୋଗାଣ ଦିଗରେ ଅଦ୍ୟାବଧି ନିଜର ଯୋଗଦାନ ରଖିଛନ୍ତି।
ସୂଚନା ମୁତାବକ, ଜେଏସ୍‌ଡ୍ଲ୍ୟୁ ଷ୍ଟିଲ ଦୈନିକ ୯୦୦ ନିୟୁତ ଟନ ଲିକ୍ୟୁଡ ମେଡିକାଲ ଅକ୍ସିଜେନ(ଏଲ୍‌ଏମ୍‌ଓ) ଯୋଗାଣ ଲାଗି ଆଗେଇ ଆସିଛି। ଯୋଗାଣ ଧାରା ବୃଦ୍ଧି କରିବା ଲାଗି ପ୍ରସ୍ତୁତ ଥିବା କମ୍ପାନୀ କହିଛି। କମ୍ପାନୀ ଏହାର ମହାରାଷ୍ଟ୍ର, କର୍ନାଟକ ଏବଂ ତାମିଲନାଡୁରେ ରହିଥିବା ପ୍ଲାଣ୍ଟଗୁଡିକରୁ ଚଳିତ ମାସରେ ପ୍ରାୟ ୨୦ ହଜାର ଟନ୍‌ ମେଡିକାଲ ଅକ୍ସିଜେନ ଯୋଗାଣ ଲକ୍ଷ୍ୟ ରଖିଥିବା ଶନିବାର କହିଛି। ଜେଏସ୍‌ଡ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସରକାରଙ୍କ ସହ ଏ ନେଇ ଆଲୋଚନା ପରେ ପୂର୍ଣ୍ଣ କ୍ଷମତାରେ ଅକ୍ସିଜେନ ଯୋଗାଣ ଲକ୍ଷ୍ୟ ରହିଥିବା ସ୍ପଷ୍ଟ କରିଛନ୍ତି। ଦେଶର ଅଧିକାଂଶ ଇସ୍ପାତ କମ୍ପାନୀ ଏ ଦିଗରେ ନିଜର ଯୋଗଦାନ ରଖୁଥିବା ଜଣାପଡିଛି।
ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ଟୁଇଟ କରି କହିଛନ୍ତି, ଅକ୍ସିଜେନ ଯୋଗାଣ ଦିଗରେ ଯୋଗଦାନ ଜାରି ରହିବ। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ୮୦ ଟନ୍‌ର ଲିକ୍ୟୁଡ ଅକ୍ସିଜେନ ଶନିବାର ପଠାଇଛି। ସାଉଦି ଆରବରୁ ୫ ହଜାର ମେଡିକାଲ ଅକ୍ସିଜେନ ସିଲିଣ୍ଡର ଅଣାଯିବା ସହ ଏଗୁଡିକ ଶୀଘ୍ର ଯୋଗାଇ ଦିଆଯିବ। କ୍ରାୟୋଜେନିକ କଣ୍ଟେନର ଅଭାବ ଯୋଗୁ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟା ସମାଧାନ ଲାଗି ପ୍ରୟାସ ଜାରି ରହିଛି ବୋଲି ଆଦାନୀ କହିଛନ୍ତି। ସେହିଭଳି ଦେଶର ଅନ୍ୟ ପ୍ରମୁଖ ବାଣିଜି୍ୟକ ଗ୍ରୁପ ଆଇଟିସି ପକ୍ଷରୁ କୁହାଯାଇଛି ଯେ, ୨୦ ଟନ୍‌ର ୨୪ କ୍ରାୟୋଜେନିକ କଣ୍ଟେନରରୁ ବିମାନ ଯୋଗେ ଆଣିବା ଲାଗି ଲିଣ୍ଡେ ଇଣ୍ଡିଆ ସହ ଚୁକ୍ତି କରାଯାଇଛି। ଯୋଗାଣ ଲାଗି ବୃହତ୍‌ ସଂଖ୍ୟକ ଅକ୍ସିଜେନ କନସେନଣ୍ଟ୍ରେଟର ବିମାନ ଯୋଗେ ଏହି କମ୍ପାନୀ ପରିବହନ କରୁଥିବା ଜଣାପଡିଛି। ଏହାବାଦ ମେଡିକାଲଗୁଡିକରେ କିଭଳି ଅକ୍ସିଜେନ ଉତ୍ପାଦନ ହୋଇପାରିବ ସେ ନେଇ କମ୍ପାନୀ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରଖିଛି। ଟାଟା ଗ୍ରୁପର ପ୍ରଥମ ୪ କ୍ରାୟୋଜେନିକ କଣ୍ଟେନର ଶନିବାର ପହଞ୍ଚିଛି। ଅକ୍ସିଜେନ ଅଭାବକୁ ଦୂର କରିବା ଲାଗି ଗ୍ରୁପ ପକ୍ଷରୁ ୨୪ କ୍ରାୟୋଜେନିକ କଣ୍ଟେନର ବ୍ୟବସ୍ଥା କରାଯାଉଛି। ଏହାବାଦ ଟାଟା ଷ୍ଟିଲ ପକ୍ଷରୁ ବିଭିନ୍ନ ରାଜ୍ୟଗୁଡିକୁ ୩୦୦ ଟନ୍‌ର ମେଡିକାଲ ଲିକ୍ୟୁଡ ଅକ୍ସିଜେନ ପଠାଯାଇଛି। ଘରୋଇ ଇସ୍ପାତ କମ୍ପାନୀ ମଧ୍ୟରେ ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲ ଦୈନିକ ୨୧୦ ଟନ୍‌ ମେଡିକାଲ ଅକ୍ସିଜେନ ଯୋଗାଉଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାରର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି, ୧୦୦ ଟନ୍‌ ଦୈନିକ ଅକ୍ସିଜେନ ଯୋଗାଣ ହେଉଥିବା ବେଳେ ଏହାକୁ ୧୫୦ ଟନ୍‌କୁ ବଢାଇବା ନେଇ ଯୋଜନା ରଖାଯାଇଛି।
ଶିଳ୍ପକୁ ମିଳିବନି ତରଳ ଅମ୍ଳଜାନ
ହସ୍ପିଟାଲଗୁଡ଼ିକରେ ଅମ୍ଳଜାନ ସଙ୍କଟ ଦେଖାଦେଇଥିବାରୁ ଶିଳ୍ପସଂସ୍ଥାଗୁଡ଼ିକୁ ମେଡିକାଲ ଅକ୍ସିଜେନ ନ ଯୋଗାଇବାକୁ ପୂର୍ବରୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏଥିରୁ ୯ ପ୍ରକାର ଶିଳ୍ପକୁ ବାଦ୍‌ ଦିଆଯାଇଥିଲା। ରବିବାର ସରକାର ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରି ଲିକ୍ୟୁଇଡ୍‌ ଅକ୍ସିଜେନ କେବଳ ମେଡିକାଲ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଏହାକୁ ଅଣମେଡ଼ିକାଲ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କୌଣସି ଶିଳ୍ପସଂସ୍ଥାକୁ ତରଳ ଅମ୍ଳଜାନ ନ ଯୋଗାଇବା ଲାଗି କେନ୍ଦ୍ର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri