ଗୋଟିଏ ସିଲିଣ୍ଡରରୁ ୩ଶିଶୁଙ୍କୁ ଅକ୍ସିଜେନ

ବ୍ରହ୍ମପୁର ଅଫିସ,୧୬ା୧୦: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହୃଦ୍‌ରୋଗ (କାର୍ଡିଓଲୋଜି) ବିଭାଗର ସ୍ପେଶାଲ ନିୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ୱାର୍ଡରେ ଶନିବାର ଗୋଟିଏ ସିଲିଣ୍ଡରରୁ ୩ ଶିଶୁଙ୍କୁ ବିପଦପୂର୍ଣ୍ଣ ଭାବେ ଅକ୍ସିଜେନ ଯୋଗାଣ ହେଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାର୍ଡିଓଲୋଜି ବିଭାଗ ଏସ୍‌ଏନ୍‌ସିୟୁରେ ହୃଦ୍‌ଜନିତ ସମସ୍ୟା ଥିବା ୪ ଶିଶୁଙ୍କୁ କିଛି ଦିନ ପୂର୍ବରୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଶନିବାର ଇକୋ ଟେଷ୍ଟ ଲାଗି ନିଆଯାଉଥିବାବେଳେ ଗୋଟିଏ ସିଲିଣ୍ଡରରୁ ଶିଶୁଙ୍କୁ ଅକ୍ସିଜେନ୍‌ ସଂଯୋଗ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଜଣେ କର୍ମଚାରୀ ଅକ୍ସିଜେନ ସିଲିଣ୍ଡରଙ୍କୁ ଟାଣି ଟାଣି ନେଉଥିବାବେଳେ ଶିଶୁଙ୍କୁ ସେମାନଙ୍କ ମା’ମାନେ କୋଳରେ ଧରି ପଛେ ପଛେ ଯାଉଥିଲେ। ଗୋଟିଏ ସିଲିଣ୍ଡରରୁ ଜଣେ କିମ୍ବା ୨ ଶିଶୁଙ୍କୁ ଅକ୍ସିଜେନ ଦିଆଯିବା କଥା। କିନ୍ତୁ ଥରକେ ୩ ଜଣଙ୍କୁ ଅକ୍ସିଜେନ ଦିଆଯିବା ଶିଶୁଙ୍କ ଜୀବନ ପ୍ରତି ଖେଳ ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ ମିଶ୍ର କହିଛନ୍ତି, ଗୋଟିଏ ସିଲିଣ୍ଡରରୁ ୩ ଶିଶୁଙ୍କୁ ଅକ୍ସିଜେନ ଦିଆଗଲେ କିଛି ଅସୁବିଧା ନାହିଁ। ଶିଶୁଙ୍କର ଇକୋ ପରୀକ୍ଷା ପାଇଁ ନିଆଯାଉଥିଲା। ତେବେ ସତର୍କତା ଦୃଷ୍ଟିରୁ ସେମାନଙ୍କୁ ପାଇପ୍‌ ଯୋଗେ ଅକ୍ସିଜେନ ଦିଆଯାଉଥିଲା ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଦୁର୍ବଳ ଭିତ୍ତିଭୂମିକୁ ନେଇ ଏମ୍‌କେସିଜି ମେଡିକାଲ କଲେଜ ରାଜ୍ୟରେ ଚର୍ଚ୍ଚାର ଶିରୋନାମ ପାଲଟିଛି। ମେଡିକାଲର ସୁପରସ୍ପେଶାଲିଟି ବିଭାଗରେ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମ୍‌ଏସ୍‌ଏସ୍‌ୱାଇ)ରେ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ କୋଠାର ପଞ୍ଚମ ମହଲାରେ ଥିବା ଓଟି କମ୍ପ୍ଲେକ୍ସରେ ଅଗଷ୍ଟ ୨୬ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନ ଥିଲେ। ପରେ ଉକ୍ତ କୋଠାର ବିଭିନ୍ନ ବିଭାଗରୁ ସିଲିଂ ଖସୁଛି। ସେପ୍ଟେମ୍ବର ୮ରେ ଚତୁର୍ଥ ମହଲାରେ ଥିବା ଅନ୍ୟ ଏକ ଓଟି କମ୍ପ୍ଲେକ୍ସରୁ ସିଲିଂ ଖସିଥିଲା। ସେହିପରି ସେପ୍ଟେମ୍ବର ୯ ଏବଂ ଅକ୍ଟୋବର ୧୪ରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ସିଲିଂ ଖସିିଥିଲା। ବାରମ୍ବାର ଏଭଳି ଅଘଟଣକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri