କୋଭିଡ୍‌ ମୃତଦେହ ସତ୍କାର ନେଇ ଉତ୍ତେଜନା

ଖୋର୍ଦ୍ଧା ଅଫିସ,୯।୫: ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ରାସ୍ତାରେ ରହିଥିବା ଏକ ଶ୍ମଶାନରେ କୋଭିଡ୍‌ ରୋଗୀଙ୍କ ମୃତଦେହ ସତ୍କାର ନେଇ ଶନିବାର ଉତ୍ତେଜନା ପ୍ରକାଶ ପାଇଛି। ଶ୍ମଶାନ ନିକଟରେ ରହିଥିବା ଗ୍ରାମବାସୀଙ୍କ ବିରୋଧ ପରେ ଆମ୍ବୁଲାନ୍ସରେ ଆସିଥିବା କର୍ମଚାରୀମାନେ ମୃତଦେହ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ଫେରିଯାଇଥିଲେ।
ମୁତାବକ, ବୋଲଗଡ଼ ଅଞ୍ଚଳରେ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣେ କୋଭିଡ୍‌ ରୋଗୀ ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ପରେ ଆମ୍ବୁଲାନ୍ସରେ ମୃତଦେହ ଜେମାଦେଇ ମୌଜାର ଶିଳ୍ପାଞ୍ଚଳରେ ରହିଥିବା ଶ୍ମଶାନକୁ ନେଇଥିଲେ। ଆମ୍ବୁଲାନ୍ସରେ ଥିବା କର୍ମଚାରୀମାନେ ପିପିଇ କିଟ୍‌ ପିନ୍ଧିଥିବା ଦେଖି ଉକ୍ତ ରାସ୍ତା ଦେଇ ଯାଉଥିବା କେତେଜଣ ବ୍ୟକ୍ତି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ମୃତଦେହ ସତ୍କାରକୁ ବିରୋଧ କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର୍ର, ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ ପ୍ରମୁଖ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଟିମ୍‌ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଗ୍ରାମବାସୀଙ୍କ ବିନା ଅଗୋଚରରେ ଜିଲା ପ୍ରଶାସନ ପକ୍ଷରୁ କାହିଁକି ଏଠାରେ କୋଭିଡ୍‌ ରୋଗୀଙ୍କ ମୃତଦେହକୁ ପୋଡ଼ାଯିବାକୁ ଅନୁମତି ଦିଆଯାଇଛି ବୋଲି ଗ୍ରାମବାସୀ କହିଥିଲେ। ମୃତଦେହ ପୋଡାଯିବା ପରେ ଏହାକୁ ବିଶୋଧନ କରା ନ ଗଲେ, କରୋନା ବ୍ୟାପିବା ଆଶଙ୍କା ରହିଛି। ଏଠାରେ କୋଭିଡ୍‌ ଶ୍ମଶାନ ନ କରିବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଥିଲେ। ପରେ ଜିଲା ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଗୋଟିଏ ଦିନ ଲାଗି ସତ୍କାର ପାଇଁ ଅନୁମତି ଦେଇଥିଲେ। ଅନ୍ୟପକ୍ଷେ ଗ୍ରାମବାସୀ ଏହି ଶ୍ମଶାନ ଚାରିପଟେ ପାଚେରି ନିର୍ମାଣ କରିଛନ୍ତି। ଉକ୍ତ ଶ୍ମଶାନରେ ପୂର୍ବରୁ ମଧ୍ୟ ଦୁଇଜଣ କୋଭିଡ୍‌ ରୋଗୀଙ୍କ ମୃତଦେହ ପୋଡ଼ାଯାଇଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ସହରରେ ଏକାଧିକ ସରକାରୀ ଜାଗା ରହିଛି। ସେଠାରେ ଅସ୍ଥାୟୀ କୋଭିଡ୍‌ ଶ୍ମଶାନ ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri