ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି । ଏମପି ପ୍ରତିନିଧି ହରମୋହନ ଶାସିନୀଙ୍କ ନେତୃତ୍ୱରେ ଭାଜପା ରେ ସାମିଲ ହୋଇଛନ୍ତି । ଏନେଇ ହାଟଡିହୀ ଭାଜପା କାର୍ଯ୍ୟାଳୟରେ ଆଲୋକଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା ।

ବିଧାନସଭା ନେତା ଆଲୋକ ସେଠି, ବରିଷ୍ଠ କର୍ମୀ ଯୁଧିଷ୍ଠିର ମଲ୍ଲିକ, ମଣ୍ଡଳ ସଭାପତି ଦୀପକ ଜେନା, କର୍ମୀ ସୁଶାନ୍ତ ଜେନା, ପଞ୍ଚାୟତ ସଭାପତି ଅନ୍ତର୍ଯ୍ୟାମୀ ସେନାପତି, କୈଳାଶ ସାମଲ, ନାରୀ ନେତ୍ରୀ ତୃପ୍ତିମୟୀ ଜେନାଙ୍କ ସମେତ ଅନ୍ୟ ଭାଜପା କର୍ମୀମାନେ ଉପସ୍ଥିତ ଥିଲେ । ନବାଗତମାନଙ୍କୁ ଦଳୀୟ ଟୋପି ଏବଂ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା ।

ନବାଗତ ପ୍ରଫୁଲ୍ଲ ଦାସ, ହରିହର ମିଶ୍ର, ଟୁକୁନା ଦାସ,ବିଷ୍ଣୁ ଦାସ, ଚୈତନ୍ୟ ଦାସ, ରମାକାନ୍ତ ଦାସ,ପର୍ଶୁରାମ ଦାସ, ଗଣନାଥ ଦାସ,ଝୁମର ଦାସ, ପଞ୍ଚାନନ ଦାସ, ଅନିଲ ଦାସ, ମୁରଲୀ ଦାସ,ଚନ୍ଦ୍ରମଣି ଦାସ ପ୍ରମୁଖଙ୍କ ସମେତ ଅନ୍ୟମାନେ କହିଛନ୍ତି ଯେ କାର୍ଯ୍ୟରେ ବିଶ୍ୱାସ କରୁଥିବା ଭାଜପା ସରକାରଙ୍କ ସୁଶାସନ ବ୍ୟବସ୍ଥା ଏବଂ ଭାଜପା ନେତା ଆଲୋକଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଭାଜପାରେ ସାମିଲ ହୋଇଛୁ । ଆସନ୍ତା ପଞ୍ଚାୟତ ନିର୍ବାଚନ ଦିନକୁ ଦିନ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ଭାଜପା ଏଠାରେ ନିଜର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି । ଯାହାକି ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଫଳରେ ରାଜନୈତିକ ବାତାବରଣ ଅନେକ ସମୟରେ ରୋଚକ ମୋଡ଼ ନେଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ସମ୍ପର୍କରେ ସଂଗ୍ରହ କଲା…

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍ ପହଞ୍ଚି ଯାଜପୁର ଜିଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ…

କୁନି ଝିଅ ସ୍ୱସ୍ତିକାଙ୍କ କମାଲ: ୩୨ଟି ବିଭାଗରେ ଦକ୍ଷତା ପ୍ରଦର୍ଶନ, ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ମାତ୍ର ୪ ବର୍ଷର କୁନି ଝିଅ ସ୍ୱସ୍ତିକା ରାଉତ ୨୦ ପ୍ରକାର ଯୋଗାସନ ସମେତ…

‘ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ’

ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ…

ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା: ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳର ଯାଞ୍ଚ ଆରମ୍ଭ

ପାଟଣା,୪ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ହୋଇଥିବା ବ୍ୟାପକ ଆର୍ଥିକ ହେରଫେର ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାବିଦ୍ୟାଳୟର…

ଭୋରୁ ଭୋରୁ ସ୍କୁଟିରେ ଚାଲିଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୋଲିସ

ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?