ଆମେରିକାରେ ତୁଷାରପାତ: ବିମାନ ଚଳାଚଳ ବାତିଲ

ୱାଶିଂଟନ,୨୩।୧୨: ଖ୍ରୀଷ୍ଟମାସ ପୂର୍ବରୁ ପ୍ରବଳ ତୁଷାରପାତ ସାଙ୍ଗକୁ ସର୍ବନିମ୍ନ ତାପମାତ୍ରା ଯୋଗୁ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାରେ ବିମାନ ଚଳାଚଳ ବାତିଲ କରାଯାଇଥିବା ସୂଚନା ମିଳିଛି। ଏପରିକି ବସ୍‌ ଏବଂ ଟ୍ରେନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ବିମାନ ଚଳାଚଳ ବାତିଲ ଯୋଗୁ ପ୍ରାୟ ଜନସାଧାରଣ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

‘ଫ୍ଲାଇଟ ଟ୍ରାକିଂ ସାଇଟ’ ‘ଫ୍ଲାଇଟର ଅୱେର୍‌’ର କହିବା ଅନୁସାରେ, ଗୁରୁବାର ସା ସୁଦ୍ଧା ଏୟାରଲାଇନର ୨,୨୭୦ଟି ଆମେରିକୀୟ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ ଶୁକ୍ରବାର ୧୦୦୦ ବିମାନ ବାତିଲ କରାଯାଇଛି। ଏପରି କି ଶନିବାର ମଧ୍ୟ ବିମାନ ବାତିଲ କରାଯିବ ବୋଲି ଜଣାଯାଇଛି। ବିମାନ ଚଳାଚଳ ବାତିଲ ଯୋଗୁ ୧୩୫ ନିୟୁତ ଜନସାଧାରଣ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ, ଭୀଷଣ ତୋଫାନ ବେଳେ ବାୟୁମଣ୍ଡଳୀୟ ଚାପ ଦ୍ରୁତ ବେଗରେ ହ୍ରାସ ପାଇ ‘ବମ୍‌ ସାଇକ୍ଲୋନ’ରେ ପରିଣତ ହୋଇଥାଏ। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ମାଇନସ୍‌ ୩୭ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଆମେରିକାରେ ଏଭଳି ସଙ୍ଗିନ ପରିସ୍ଥିତି ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିରପେକ୍ଷ ରହିପାରେ ୟୁକ୍ରେନ୍‌

କିଭ୍‌, ୨୯ା୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୩୩ ଦିନରେ ପହଞ୍ଚିଥିବାବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏହି ପୂର୍ବ ୟୁରୋପୀୟ ଦେଶ ଏବେ ଅବିଳମ୍ବେ ଶାନ୍ତି...

ଡାନିଶ୍‌ ସିଦ୍ଦିକିଙ୍କୁ ମରଣୋତ୍ତର ପୁଲିଜର

ନ୍ୟୁୟର୍କ,୧୧ା୫: ପରଲୋକଗତ ଫଟୋଜର୍ନାଲିଷ୍ଟ ଡାନିଶ ସିଦ୍ଦିକିଙ୍କ ସମେତ ୪ ଭାରତୀୟଙ୍କୁ ଫିଚର ଫଟୋଗ୍ରାଫି ବର୍ଗରେ ୨୦୨୨ ବର୍ଷ ଲାଗି ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି।...

ଫ୍ରାନ୍ସରେ ମୋଦିଙ୍କୁ ଜୋରଦାର ସ୍ବାଗତ କଲେ ମୁସଲମାନ: ଚିଡିଲା ପାକିସ୍ତାନ

ପ୍ୟାରିସ୍‌,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ଗୁଜରାଟର ବୋହରା ମୁସଲମାନମାନେ ତ୍ରିରଙ୍ଗା ଧରି ଜୋରଦାର ସ୍ବାଗତ କରିଥିଲେ। ଏହାସହ ଭାରତ...

ପଞ୍ଜାବରେ ପୈତୃକ ଗାଁ

ଇସଲାମାବାଦ,୧୨ା୪: ଭାରତର ପଞ୍ଜାବ ପ୍ରଦେଶ ସହ ଶେହବାଜ୍‌ ଶରିଫ୍‌ଙ୍କ ସଂଯୋଗ ରହିଛି। ଅମୃତସର ନିକଟ ଜତି ଉମ୍‌ରା ଗ୍ରାମ ଶେହବାଜ୍‌ ଓ ଭାଇ ନଓ୍ବାଜ ଶରିଫ୍‌ଙ୍କ...

ରାଣୀଙ୍କ ପରି ଡ୍ରେସ୍‌ ପିନ୍ଧିବାରୁ ୨ ବର୍ଷ ଜେଲ

ବ୍ୟାଙ୍କକ୍‌: ଥାଇଲାଣ୍ଡ ରାଣୀ ସୁଥିଡାଙ୍କ ପରି ପୋଷାକ ପିନ୍ଧିବା କାରଣରୁ ଥାଇଲାଣ୍ଡ କୋର୍ଟ ଜଣେ ମହିଳା ସାମାଜିକ କର୍ମୀଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୦ରେ...

ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା

ସାକ୍ରାମେଣ୍ଟୋ,୧।୩: ଚର୍ଚ୍ଚରେ ୩ ଛୁଆଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ବାପା। କାଲିଫର୍ନିଆର ସାକ୍ରାମେଣ୍ଟୋଠାରେ ଘଟିଥିବା ଏହି ଗୁଳିକାଣ୍ଡରେ ୫ ଜଣଙ୍କ...

୨୧ ଆବର୍ଜନା କଣ୍ଟେନର ବ୍ରିଟେନ୍‌କୁ ଫେରାଇଲା ଶ୍ରୀଲଙ୍କା

କଲୋମ୍ବୋ, ୨୮।୯: ଶ୍ରୀଲଙ୍କା ବ୍ରିଟେନ୍‌କୁ ୨୧ ଆବର୍ଜନା କଣ୍ଟେନର ଫେରାଇ ଦେଇଛି। ବ୍ରିଟେନ୍‌ରୁ ରିସାଇକ୍ଲିଂ କରାଯିବା ଲାଗି ଏକ ଘରୋଇ କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ...

ଚାଇନାରେ ୨୭ ବିଦେଶୀ କରୋନା ଆକ୍ରାନ୍ତ

ବେଜିଂ,୧୧ା୨(ଆଇଏଏନ୍‌ଏସ୍‌/ପି.ଟି.): ଚାଇନାରେ ୨୭ ବିଦେଶୀଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଚିକିତ୍ସିତ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବାବେଳେ...

Advertisement
Archives

Model This Week